ଅପହଞ୍ଚ ଇଲାକା ଏକୁଲ ସେକୁଲରେ ଆୟୁଷ୍ମାନ ଭାରତର ସ୍ୱାସ୍ଥ୍ୟ ମେଳା !

ଢେଙ୍କାନାଳ: କଙ୍କଡାହାଡ ବ୍ଳକର ଅପହଞ୍ଚ ଇଲାକା ଏକୁଲ ସେକୁଲରେ ଏବେ ପହଁଞ୍ଚିଛି ସ୍ୱାସ୍ଥ୍ୟ ସେବା ।

ଏହି ଅଞ୍ଚଳର ପ୍ରାଥମିକ ସ୍କୁଲ ପଡିଆ ଠାରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧିନରେ ସାଂସଦ ମହେଶ ସାହୁଙ୍କ ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ.ପ୍ରଦୀପ କୁମାର ଜେନା, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ଅମ୍ବିକା ସାହୁ ଏବଂ ବିରାଶାଳ ଗୌଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀମାନଙ୍କ ସହାୟତାରେ ସୁଚାରୁ ରୂପରେ ସଂଗଠିତ ହୋଇପାରିଛି ।

ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ବ୍ଳକ ଚେୟାରମ୍ୟାନ ଶ୍ରୀମତୀ ଚାରୁଲତା ମିଶ୍ର, ବିଡିଓ ଶ୍ରୀମତୀ ବୁଲବୁଲ ବେହେରା, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ରୀନା ହେସା, କାନ୍ତୋଲ ସରପଂଚ ଶ୍ରୀମତୀ କାମିନୀ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ ।

ଅଖପାଖ ଅଞ୍ଚଳରୁ ପ୍ରାୟ ୪ଶହରୁ ଅଧିକ ରୋଗୀ ଏହି ଶିବିରରେ ଯୋଗଦେଇ ବିଶେଷଜ୍ଞମାନଙ୍କ ଦ୍ୱାରା ପରାମର୍ଶ ିନେଇ ଚିକିତ୍ସିତ ହୋଇଥିଲେ । ୨୧୧ ଜଣଙ୍କୁ ସ୍ୱାସ୍ଥ୍ୟ ପରିଚୟ ପତ୍ର ପଂଜିକରଣ କରାଯାଇଥିଲା । ଏହି ଶିବିରରେ ୧୫୬ କୋଭିଡ େଗ୍ଧୋ, ୫୦ ଏଚଆଇଭି ଟେଷ୍ଟ , ୨୦ କ୍ୟାଟ୍ରାକ୍ଟ ଡିଟେକ୍ସନ ହୋଇଥିଲା । ୧୫ ଜଣ କୁଷ୍ଠରୋଗୀ ଚିହ୍ନଟ କରାଯାଇଥିଲା । ସଂଦିଗ୍ଧ ରୋଗୀମାନଙ୍କୁ ମାଗଣାରେ ପରାମର୍ଶ ଓ ଔଷଧ ବଂଟନ କରାଯାଇଥିଲା ।

ଏକୁଲ ସେକୁଲ ଏକ ଦୁର୍ଗମ ଅଞ୍ଚଳ ଥିବାରୁ ଏହି ସ୍ୱାସ୍ଥ୍ୟ ଶିବିର ସଂଗଠନ ଓ ସୁଚାରୁ ରୂପେ ସମ୍ପନ୍ନ ପାଇଁ ସାଂସଦ ଏବଂ ଜନସାଧାରଣ ସସସ୍ତେ ଏକ ମତରେ ଜିଲ୍ଲା ସ୍ୱାସ୍ଥ୍ୟ ସମିିତି ଓ ବ୍ଳକ ସ୍ୱାସ୍ଥ୍ୟ ସମିତିର ଉଚ୍ଚମାନର ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

four + 14 =