ରାଜ୍ୟ ସ୍ତରୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିା ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥାନୀୟ ଇନ୍‌ଡୋର୍ ହଲ୍ ଠାରେ ୪ର୍ଥ ରାଜ୍ୟସ୍ତରୀୟ ବ୍ୟାଡ୍‌ମିଂଟନ ପ୍ରତିଯୋଗିତାଢେଙ୍କାନାଳ ଜିଲ୍ଲା ବ୍ୟାଡ୍‌ମିଂଟନ ଆସୋସିଏସନ୍ ଆନୁକୂଲ୍ୟରେ ଉଦ୍‌ଘାଟିତ ହୋଇଯାଇଅଛି । ଏହି ଦୁଇଦିନିଆପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରାଜ୍ୟ ର‌୍ୟାଙ୍କ ହୋଲ୍‌ଡର ପ୍ରତିଯୋଗୀମାନେ ଅଂଶଗ୍ରହଣ କରୁଛନ୍ତି । ଏହିଟୁର୍ଣ୍ଣାମେଂଟ୍‌କୁ ଯୁବ ଉଦ୍ୟୋଗପତି ଅଭିନାଷ ସାମଲ, ପୌରପରିଷଦର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ,ଉଦ୍ୟୋଗୀ ମନୋରଞ୍ଜନ ମହାନ୍ତି, ଜିଲ୍ଲା ଆସୋସିଏସନ୍ ସଭାପତି ଦୀପକ ଦଳେଇ, କାର୍ଯ୍ୟକାରୀ ସଭାପତି ଅମିତ୍‌ଶତପଥୀ, ସଂପାଦକ ଆଡ୍‌ଭୋକେଟ୍ ଟଙ୍କଧର ବେହେରା, ଉଦ୍ୟୋଗୀ ସୁଶାନ୍ତ କୁମାର ସାହୁ, ଶାରଦା ପ୍ରସନ୍ନ ହୋତାପ୍ରମୁଖ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଥିଲେ । ଏହି ଟୁର୍ଣ୍ଣାମେଂଟ୍‌କୁ ଆସୋସିଏସନ୍ କୋଷାଧ୍ୟକ୍ଷରଶ୍ମି ରଞ୍ଜନ ପଟ୍ଟନାୟକ, କୋଚ୍ ତାରିଣୀ ପ୍ରସାଦ ମାଝୀ, ପ୍ରମୋଦ ସିଂ, ଚିନ୍ମୟ ନନ୍ଦ, ପ୍ରିୟବ୍ରତ ପ୍ରଧାନ, ସୁଭ୍ରାଂଶୁଦଳେଇ ଓ ବ୍ରିଜେସ୍ ମିଶ୍ର ପ୍ରମୁଖ ସଭ୍ୟମାନେ ଉପସ୍ତିତ ରହି ଟୁର୍ଣ୍ଣମେଂଟ୍‌କୁ ସୁପରିଚାଳନା କରୁଛନ୍ତି ।

Leave A Reply

Your email address will not be published.

19 − 13 =