ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଅଷ୍ଟମ ବସନ୍ତୋତ୍ସବ ପାଳନ !

ଢେଙ୍କାନାଳ : ସ୍ଥାନୀୟ ଲେକ୍ଷକ ସଂସଦ ପରିସରରେ ଭାରତୀୟ ଯୋଗ ସଂସ୍ଥାନ, ଢେଙ୍କାନାଳଯୋଗ ଜିଲ୍ଲାର ଅଷ୍ଟମ ବସନ୍ତୋତ୍ସବ ପାଳନ ହୋଇଅଛି । ଲେଖକ ସଂସଦର ସଭାପତି ତଥା ବରିଷ୍ଠ ସାଧକବସନ୍ତ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଉତ୍ସବଟି ସୁଚାରୁ ରୂପେ ସଂପୂର୍ଣ୍ଣ ହୋଇଅଛି । ଉତ୍ସବରେ ପଚାଶରୁଅଧିକ ସାଧକ ସାଧିକା ତଥା ଅଧିକାରୀମାନେ ଯୋଗଦେଇଥିଲେ । ସୁଶିଲ ପଣ୍ଡା, ସୁଶ୍ରୀ ସ୍ମିତା ସାମଲ,ରଘୁନାଥ ତ୍ରିପାଠୀ ତଥା ଦିଲ୍ଲୀପ ମହାନ୍ତି ପ୍ରମୁଖ ଜିଲ୍ଲା ଅଧିକାରୀମାନେ ଏହି ସାଂସ୍କୃତିକ ଅନୁଷ୍ଠାନକୁ ଦକ୍ଷତାରସହିତ ପରିଚାଳନା କରିଥିଲେ । ସଙ୍ଗୀତ ପରିବେଷଣ, ଅଭିନୟ, ନୃତ୍ୟ ତଥା ପାଲା ଗାୟନ ଆଦି ଅତିମନମୁଗ୍‌ଧକର ଥିଲା । ସଂସ୍ଥାନର ସାଧକ ସାଧିକାମାନଙ୍କ ଦ୍ୱାରା ଉପରୋକ୍ତ କାର୍ଯ୍ୟକ୍ରମ ପରିବେଷଣକରାଯାଇଥିଲା ।

Leave A Reply

Your email address will not be published.

eighteen − 9 =