ଜାତୀୟ ମତଦାତା ଦିବସ ପାଳିତ !

ଢେଙ୍କାନାଳ : ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସଦଭାବନା ସମ୍ମିଳନୀ କକ୍ଷରେ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋରଞ୍ଜନ ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରି ସମସ୍ତ ନାଗରିକ ମତଦାନ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । କୌଣସି ପ୍ରଲୋଭନ, ଗୋଷ୍ଠୀବାଦ ଆଦିରେ ପ୍ରଭାବିତ ନହୋଇ ଭୋଟ୍ ଦେବା ଉଚ୍ଚିତ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ବନଖଣ୍ଡ ଶ୍ରୀ ସୁମିତ କର, ସଦର ଉପଜିଲ୍ଲାପାଳ ସପନ କୁମାର ନନ୍ଦ ଯୋଗଦେଇଥିଲେ । ସଭାରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଅଧିକାରୀ, ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧିଙ୍କୁ ନେଇ ଭୋଟର ଶପଥ ପାଠ କରାଯାଇଥିଲା । ଏହି ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଭଲ କାମ ପାଇଁ ୩ ଜଣ ଏଇଆରଓ ଏବଂ ୪ ଜଣ ବିଏଲଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଡେପୁଟି କଲେକ୍ଟର ଇଲେକସନ ବିନିତା ଦାସ ଧନ୍ୟବାଦ ଦେଇଥିଲେ । ସକାଳେ ଏକ ସଚେତନତା ରାଲି ସହରପରିକ୍ରମା କରିଥିଲା । ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଓ ଏସପି ଜ୍ଞାନରଞ୍ଜନ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.

1 + eight =