ଭୁବନ କାପୁଡିଆ ସମାଜ ର ତୃତୀୟ ବାର୍ଷିକ ଜିଲ୍ଲା ସମ୍ମିଳନୀ : ଜାତିର ଉନ୍ନତି ଓ ନ୍ୟାଯ୍ୟ ଦାବି ହାସଲ ପାଇଁ ସଂଗଠନ କୁ ବ୍ୟାପକ କରାଯିବାକୁ ଆହ୍ବାନ !

ଢ଼େଙ୍କାନାଳ :କାପୁଡିଆ ସମାଜ ଢେଙ୍କାନାଳ ଜିଲ୍ଲାର ୩ୟ ବାର୍ଷିକ ସମ୍ମିଳନୀ ଷଡଙ୍ଗୀ ପଞ୍ଚାୟତ ର ଝାରଦା ସ୍ଥିତ ଗିରିଧାରୀ ମଠରେ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଖଗେଶ୍ବର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ନବ କିଶୋର ଗୁରୁ ମୂଖ୍ୟଅତିଥି ଭାବେ ଯୋଗଦେଇ ଜାତିର ଉନ୍ନତି ଓ ନ୍ୟାଯ୍ୟ ଦାବି ହାସଲ ପାଇଁ ଆମକୁ ଏକଜୁଟ ହେବାକୁ ପଡିବ ଏବଂ ସଂଗଠନ କୁ ବ୍ୟାପକ କରିବାକୁ ମତବ୍ୟକୁ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଏକତା ହିଁ ବଳ , ତେଣୁ ଆଗାମୀ ଦିନରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାର କାପୁଡ଼ିଆ ଲୋକଙ୍କୁ ସାମିଲ କରାଯାଇ ରାଜ୍ୟ ସମ୍ମିଳନୀ କରିବାକୁ ଆହ୍ବାନ ଦେଇଥିଲେ ଏବଂ ଜାତି ଇତିହାସ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦକ ଭାସ୍କର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଉପସଭାପତି ବିପିନ ବିହାରୀ ଦାସ ସଭା ପରିଚାଳନା କରିଥିଲେ। ଏହି ସମ୍ମିଳନୀ ରେ ଭୁବନ କାପୁଡି ଆ ସମାଜ ସଭାପତି ରାମଚନ୍ଦ୍ର ରାଉତ ଙ୍କ ସମେତ ରାସୋଳ, ବାଲିକିଆରୀ,ମାଳତିମୁଣ୍ଡା,ଷଡ଼ଙ୍ଗୀ,ଝାରଦା ସଭାପତି ,ବେହେରା,ପାରିମାଣିକ ଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ମହିଳା,ପୁରୁଷ ଯୋଗଦେଇଥିଲେ ।

Leave A Reply

Your email address will not be published.

6 + 14 =