ଇଶ୍ୱର ଭକ୍ତ ଏବଂ ଧର୍ମ ବିଶ୍ବାସୀଙ୍କ ନିମନ୍ତେ ଏହା ନିତ୍ୟାନ୍ତ ଆବଶ୍ୟକ ଯେ ସେ ନିଜ ଦେଶ ସହିତ ନିଷ୍ଠାପର ପ୍ରେମ କରୁ…

ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସଂପ୍ରଦାୟର ବିଶ୍ଵ ପ୍ରମୁଖ ପରମ ପାବନ ହଜରତ ମିର୍ଜା ମସରୁର ଅହମଦ ଗୋଟିଏ ସମାବେଶ କୁ ସମ୍ବୋଧନ କରି କହିଥିଲେ “ପ୍ରତ୍ୟେକ ଇଶ୍ୱର ଭକ୍ତ ଏବଂ ଧର୍ମ ବିଶ୍ଵାସୀଙ୍କ ନିମନ୍ତେ ଏହା ନିତ୍ୟାନ୍ତ ଆବଶ୍ୟକ ଯେ, ସେ ନିଜ ଦେଶ ସହିତ ନିଷ୍ଠାପର ପ୍ରେମ କରୁ । ଗଣତନ୍ତ୍ର ଦିବସ ଉପଲକ୍ଷେ ଅହମଦିୟା ମୁସଲିମ ସଂପ୍ରଦାୟ ଦେଶର ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଜାନୁଆରୀ ୨୬ ଏକ ଐତିହାସିକ ଦିନ । ଭାରତର ଉନ୍ନତି ଓ ବିକାଶରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ମାଇଲଖୁଣ୍ଟ । ଆଜକୁ ପ୍ରାୟ ୭୫ ବର୍ଷ ପୂର୍ବେ ଅର୍ଥାତ୍ ଦେଶ ସ୍ବାଧୀନତା ହାସଲ କରିବାର ଅଢେଇ ବର୍ଷ ପରେ ୧୯୫୦ ମସିହାରେ ଗଣତନ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା । ଦୁନିଆର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାବେ ଆମ ଦେଶ ଭାରତ ବିଶ୍ବରେ ପରିଚିତ। ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ,ଧର୍ମ, ସଂସ୍କୃତି ଏବଂ ଭାଷାର ଲୋକମାନେ ଏକାଠି ବସବାସ କରିଥାନ୍ତି। ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସଂପ୍ରଦାୟର ବର୍ତ୍ତମାନ ବିଶ୍ଵ ପ୍ରମୁଖ କହନ୍ତି, ପୈଗମ୍ବର ହଜରତ ମୁହମ୍ମଦ ସଲ୍ଲମ ଶିକ୍ଷା ଦେଇଛନ୍ତି ଯେ, ଦେଶପ୍ରେମ ଧର୍ମବିଶ୍ବାସର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେଥିପାଇଁ ଇସଲାମ ନିଜ ଅନୁଗାମୀ ମାନଙ୍କ ଠାରୁ ଆଶା ବ୍ୟକ୍ତ କରେ କି ସେମାନେ ନିଜ ଦେଶ ପ୍ରତି ଅନୁରକ୍ତ ହୁଅନ୍ତୁ । ପ୍ରତ୍ୟେକ ଈଶ୍ୱର ଭକ୍ତ ଏବଂ ଧର୍ମ ବିଶ୍ବାସୀଙ୍କ ନିମନ୍ତେ ଏହା ନିତ୍ୟାନ୍ତ ଆବଶ୍ୟକ ଯେ ସେ ନିଜ ଦେଶ ସହିତ ନିଷ୍ଠାପର ପ୍ରେମ କରୁ । ତେଣୁ ଏହା ସ୍ପଷ୍ଟ ପ୍ରତୀୟମାନ ଯେ କୌଣସି ବ୍ୟକ୍ତିର ଇଶ୍ୱରଙ୍କ ପ୍ରତି ଭକ୍ତି ଏବଂ ଦେଶପ୍ରେମ ମଧ୍ୟରେ କୌଣସି ପ୍ରକାରର ବାଧକ ସୃଷ୍ଟି ହେବା ଉଚିତ ନୁହେଁ । ପ୍ରତ୍ୟେକ ମୁସଲମାନ ନିଜ ଦେଶ ପ୍ରତି ସତ୍ୟନିଷ୍ଠତା ହେବା ନିତ୍ୟାନ୍ତ ଆବଶ୍ୟକ । କାରଣ ଏତଦ୍ବାରା ଜଣେ ପ୍ରକୃତ ମୁସଲମାନ ପ୍ରଭୁ ପ୍ରସନ୍ନତା ହାସଲ କରି ପାରିଥାଏ ।
ନିଜ ଆଧ୍ୟାତ୍ମିକ ମାର୍ଗଦର୍ଶକଙ୍କ ଏହି ଅମୂଲ୍ୟ ଉପଦେଶ ଅନୁଯାୟୀ ଭାରତବର୍ଷର ସମସ୍ତ ଅହମଦି ମୁସଲମାନ ନିଜ ଦେଶର ସମସ୍ତ ନାଗରିକଙ୍କ ସହ ଆନ୍ତରିକତାର ସହ ପ୍ରେମ କରିବା ସହିତ ଦେଶର ନିୟମ-କାନୁନକୁ ସମ୍ପୂର୍ଣ ଭାବେ ସମ୍ମାନ ଓ ସତ୍କାର କରିଥାଏ, ଏବଂ ନିଜ ଦେଶର ଉନ୍ନତି ଓ ବିକାଶ କ୍ଷେତ୍ରରେ ଅହରହ ସମସ୍ତ ପ୍ରକାରର ସେବା ଓ ସହଯୋଗ ପାଇଁ ତତ୍ପର ରହିଥାଏ । ତେବେ ଆସନ୍ତୂ ଆମେ ସମସ୍ତେ ଦେଶ ପାଇଁ ନିଜ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ସହ ମିଳିମିଶି ଏକ ବିଶାଳ ଓ ସମୃଦ୍ଧ ରାଷ୍ଟ୍ର ଗଢି ତୋଳିବା।

✍️ ଅନସାର ଅଲୀ ଖାଁ, ଢେଙ୍କାନାଳ

Leave A Reply

Your email address will not be published.

2 × one =