ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଦିବସ ପାଳନ !

ଢ଼େଙ୍କାନାଳ: ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଶିକ୍ଷା ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ପ୍ରାୟ ୮୨ ଜଣ ଛାତ୍ରୀ ଯୋଗ ଦେଇଥିଲେ। ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରାଯିବା ସହ “କଲେକ୍ଟର କି କ୍ଲାସ” ନାମରେ ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଶ୍ରୀମତୀ ଅନୁରାଧା ଗୋସ୍ୱାମୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ଉଦ୍ଘାଟନୀ ସଭାରେ ଶ୍ରୀ ଲଳିତ ମୋହନ ବେହେରା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ), ଢେଙ୍କାନାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ଭିତରେ ଶ୍ରୀମତୀ ବିନିତା ସେନାପତି, ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀ ପୁଷ୍ପକ ତ୍ରିପାଠୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ, ଯୋଗ ଦେଇ ବାଳିକା ଦିବସ ପାଳନର ମହତ୍ତ୍ଵ ବିଷୟରେ ଛାତ୍ରୀମାନଙ୍କୁ କହିଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବାଗ୍ମିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ” Best out of Waste” ପ୍ରସଙ୍ଗ ଉପରେ ଆଧାରିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଶ୍ରୀ ଦିନେଶ ଦାସ, ନିର୍ଦ୍ଦେଶକ, ଅଲଟରନେଟିଭ ରିଦିମ୍ ଥିଏଟରଙ୍କ ମାର୍ଗଦର୍ଶନରେ ଛାତ୍ରୀମାନେ ବିଭିନ୍ନ କଳାକୃତି ସବୁ ପ୍ରସ୍ତୁତ କରିଥିଲେ। ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀମତୀ ଵିନିତା ସେନାପତି ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀ ଦିନେଶ ଦାସ, ନିର୍ଦ୍ଦେଶକ, ଅଲଟରନେଟିଭ ରିଦିମ ଥିଏଟର, କୃଷିଦା ବେଗମ୍, ଜିଲ୍ଲା ମଙ୍ଗଳ କମିଟି ସଭ୍ୟା, ଶ୍ରୀମତୀ ପ୍ରଦିପ୍ତା ପ୍ରିୟଦର୍ଶିନୀ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା, ସମଗ୍ର ଶିକ୍ଷା ପ୍ରମୁଖ ଗଣ ଅତିଥି ମଞ୍ଚାସୀନ ଥିଲେ। ବିଭିନ୍ନ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବସରରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଜାତୀୟ ବାଳିକା ଦିବସ ସବୁ ବ୍ଲକ୍ ସ୍ତରରେ ମଧ୍ୟ ଅନୁଷ୍ଠିତ ହୋଇଅଛି।

Leave A Reply

Your email address will not be published.

three × three =