ଢେଙ୍କାନାଳ ପୌରପାଳିକା ଏବଂ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳିତ !

ଢେଙ୍କାନାଳ : ସହର ଭାଗିରଥି ସାଗର ସ୍ଥିତ ନେତାଜୀ ଚିଲଡ୍ରେନ ପାର୍କ ପରିସରରେ ଗୁରୁଦେବଜୀ ଗୁରୁକୁଳ ଓ ଆମେଚର ତାଇକୋଣ୍ଡୋ ଆସୋସିଏସନ ଅଫ ଢେଙ୍କାନାଳର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ଜୟନ୍ତୀ ତଥା ପରାକ୍ରମ ଦିବସ ପାଳନ କରାଯାଇଛି । ପ୍ରଥମେ ପାର୍କ ପରିସରକୁ ଢେଙ୍କାନାଳ ପୌର କର୍ମଚାରୀ ଓ ଅନୁଷ୍ଠାନର ସଦସ୍ୟ ମାନେ ସଫାକରିବା ପରେ ପୌରପାଳିକାର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ପରେ ଗୁରୁଦେବଜୀ ଗୁରୁକୁଳର ଅଧ୍ୟକ୍ଷ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ନେତାଜୀଙ୍କ ବିରତ୍ୱ ଓ ପରାକ୍ରମ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ ଶେଷରେ ତାଙ୍କର ଜୟ ଜୟ କାର କରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରପାଳିକାର କର୍ମଚାରୀ, ସ୍ଥାନୀୟ ବାସିନ୍ଦା, ଗୁରୁକୁଳର ସଦସ୍ୟ ଓ ଅଭିଭାବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

eight + 4 =