ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ନିମନ୍ତେ ଢେଙ୍କାନାଳ ଜିଲ୍ଲାରୁ ୧୪ ପ୍ରତିଯୋଗୀ ମନୋନୀତ !

ଢ଼େଙ୍କାନାଳ: ମହାରାଷ୍ଟ୍ରର ପୁନେ ସହର ସ୍ଥିତ ନିୟୁ ପ୍ରଭୁ ଶ୍ରୀଲର୍ନ ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଚଳିତ ମାସ ୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟକୁ ଢେଙ୍କାନାଳ ଟିମ ପ୍ରତିନିଧିତ୍ଵ କରିବା ପାଇଁ ୨୫ ତାରିଖ ଦିନ ପୁନେ ଗ୍ରସ୍ଥ କରିଛନ୍ତି । ଆଜି ସକାଳେ ମନୋନୀତ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ଜିଲ୍ଲା କାର୍ଯ୍ୟାଳୟରେ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ଓ ଆଶା ରଖିଛନ୍ତି ଫେରିଲା ବେଳେ ଓଡ଼ିଶା ପାଇଁ ପଦକ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ହାସଲ କରିବା ହେବେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚଳିତ ବର୍ଷ ରାଜ୍ୟସ୍ତରୀୟରେ ୧୭ଟି ସ୍ୱର୍ଣ୍ଣ ପଦକ ହାସଲ କରି ମନୋନୀତ ହୋଇଥିଲେ । ଏଥିରେ ଭାଗ ନେଉଥିବା ଖେଳାଳି ମାନେ ଅମ୍ରିତା ସାହୁ, ଗାୟତ୍ରୀ ମିଶ୍ର, ଶ୍ରେୟା ଶତପଥୀ, ୟଶୀତା ବରିହା, ଜାଜ୍ଞାଶ୍ରୀ ଶତପଥୀ, ଆରୁଷି ପରିଡ଼ା, ଆଦ୍ୟଶା ମିଶ୍ର, ସାଇ ଆଦର୍ଶ ମିଶ୍ର, ସାଇ ସୋହନ ମଲ୍ଲିକ, ପ୍ରିୟାଂଶୁ ପ୍ରତୀକ କନର, ଶୁଭ୍ରାଂଶୁ ସାହୁ, ସାହିଲ ପୃଷ୍ଟି, ଯୁବରାଜ ସାହୁ, ଇନ୍ଦ୍ରଜିତ ସାହୁ ପ୍ରମୁଖ ସବ୍ ଜୁନିୟର, କ୍ୟାଡେଟ୍, ଜୁନିୟର ଓ ସିନିୟର ବିଭିନ୍ନ ଓଜନ ବିଭାଗରେ କ୍ୟୁରୋଗୀ ଓ ପୁମସେ ପ୍ରତିଯୋଗିତାରେ ଭାଗନେବେ । ଏହି ଗ୍ରସ୍ତରେ ଟିମ ସହିତ ମ୍ୟାନେଜର ଭାବେ ରୁଦ୍ରନାରାୟଣ ଶତପଥୀ, ନର୍ମଦା ମଲ୍ଲିକ ଏବଂ କୋଚ୍ ଭାବରେ ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଗ୍ରସ୍ଥ କରିଛନ୍ତି ।

Leave A Reply

Your email address will not be published.

5 × one =