ଢ଼େଙ୍କାନାଳ ବିଜେପିର ବୁଥ୍ ଚଲୋ ଅଭିଯାନ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳସ୍ତରୀୟ ବିଜେପିର ବୁଥ୍ ଚଲୋ ଅଭିଯାନ କର୍ମଶାଳା ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ଉପ-ସଭାପତି ଗୋଲେକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ବିଜେଡି ସରକାର ଦ୍ୱାରା କେନ୍ଦ୍ରର ଆବାସ ଯୋଜନାରେ ଗୃହ ଆବଣ୍ଟନ , ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ଓ ମାଗଣା ଚାଉଳରେ ହୋଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର, କେନ୍ଦ୍ରରୁ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ବ୍ୟାପକ ହେର୍‌ଫେର୍ ବାବଦରେ ବିଷଦ ଆଲୋକପାତ କରିଥିଲେ । ସେହିଭଳି ଭକ୍ତଙ୍କ ଦାନରେ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ଭବ୍ୟ ମନ୍ଦିର ୧୮ ହଜାର କୋଟି ଟଙ୍କାରେ ନିର୍ମାଣ ହୋଇଥିବା ସ୍ଥଳେ ପୁରୀରେ ପାଶ୍ୱର୍ ପ୍ରକଳ୍ପ ନାମରେ ସରକାରୀ
ତହବିଲ୍‌କୁ ୪ ହଜାର ୨ ଶହ କୋଟି ଟଙ୍କା ଖର୍ଚ୍ଚ ଦେଖାଇ ରାଜ୍ୟ ସରକାର ଦଳୀୟ ପ୍ରଚାର କରିଛନ୍ତି ବୋଲି କହିବା ସହ ଏହା ତଦନ୍ତ ଯୋଗ୍ୟ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଆସନ୍ତା ୨୭, ୨୮ ଓ ୨୯ ତାରିଖ ତିନିଦିନ ବ୍ୟାପୀ ବିଜେପି କାର୍ଯ୍ୟକର୍ତାମାନେ ନିର୍ବାଚନ
ମଣ୍ଡଳୀର ବୁଥ୍ ସ୍ତରକୁ ଯାଇ ପ୍ରତ୍ୟେକ ଘରେ ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବାବଦରେ ଜଣାଇବା ସହ କେନ୍ଦ୍ର ସରକାରଙ୍କ ଜନହୀତକର ଯୋଜନାଗୁଡିକ ବାବଦରେ ଅବଗତ କରି କରପତ୍ର ପ୍ରଦାନ କରିବେ ଓ ପ୍ରତ୍ୟେକ ଘରେ ବିଜେପିର ଷ୍ଟିକର ମାରିବେ ।
ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ମୋଦି ସରକାରଙ୍କ ଜନହୀତକାରୀ ଯୋଜନା ଗୁଡିକ ବାବଦରେ ଆଲୋକପାତ କରିଥିଲେ । ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ର ଏବେ ଠାରୁ କଠିନ ପରିଶ୍ରମ କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ପାଇଁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସଭାପତି ନରେଶ
ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଲୋକସଭା ସଂଯୋଜକ ପ୍ରେମାନନ୍ଦ ଜେନା ମଞ୍ଚାସୀନ ଥାଇ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା,
ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଆଇଟି ସେଲ୍ ପ୍ରଭାରୀସୁଚିତ୍ର ବେହେରା, ନିର୍ବାଚନ ସହସଂଯୋଜକ ଅମ୍ବିକା ମିଶ୍ର, ମଧୁସ୍ମିତା ପୁହାଣ, ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ସାଧାରଣ ସମ୍ପାଦକ ,ଶକ୍ତି କେନ୍ଦ୍ରର ତ୍ରିଦେବଙ୍କ ସମେତ ବହୁ କାର୍ଯ୍ୟକର୍ତା ଉକ୍ତ କର୍ମଶାଳାରେ ଯୋଗ ଦେଇଥିଲେ । ନିର୍ବାଚନ ମଣ୍ଡଳୀ ସଂଯୋଜକ ବିଷ୍ଣୁ ପ୍ରସାଦ
ଲେଙ୍କା ଧନ୍ୟବାଦ ପ୍ରଦାନ କରିଥିଲେ

Leave A Reply

Your email address will not be published.

16 − four =