ଢେଙ୍କାନାଳ ବିଜୁ ଜନତା ଦଳର ତିନି-ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ !


ଢେଙ୍କାନାଳ : ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ନେଇ ସହରସ୍ଥ ଶ୍ରୀରାମ ମଣ୍ଡପଠାରେ ତିନି ଦିନ ଧରି ଅନୁଷ୍ଠିତ ହେଉଥିବା ପ୍ରଶିକ୍ଷଣ ଶିବିର ସୋମବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଢେଙ୍କାନାଳର ବିଧାୟକ ସୁଧିର କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହେଉଥିବା ଏହି ଶିବିରରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ସହ- ପର୍ଯ୍ୟବେକ୍ଷକ ତଥା ଭୁବନେଶ୍ୱର ଉତ୍ତର ବିଧାୟକ ଶୁସାନ୍ତ କୁମାର ରାଉତ, ମାଷ୍ଟର ଟ୍ରେନର ଭାବେ ବିଜେଡି ମୁଖପାତ୍ର ତଥା ମା’ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ଓ କାଳିଆ ଯୋଜନା ଉପଦେଷ୍ଟା ସଞୟ ବାବୁ ଏବଂ ପ୍ରଶିକ୍ଷକ ଅଭିଶେକ ଜଗତ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଜନହିତକର ଯୋଜନା ଗୁଡିକ ଏହି ପ୍ରଶିକ୍ଷଣ ଶିବିରରେ ଯାହା ସବୁ କୁହା ଯାଉଛି ସେ ଗୁଡିକ ବୁଥ ସ୍ତରରେ ଥିବା ଲୋକମାନଙ୍କୁ ଜଣାଇବା ସହ ସରକାରୀ ସ୍ତରରେ କାର୍ଯ୍ୟ କରାଯାଉଥିବା ସମସ୍ତ ଉନ୍ନତିମୁଳକ ଯୋଜନାର ପ୍ରଚାର ପ୍ରସାର କରିବା ଏଥି ସହିତ ଭୋଟର ତାଲିକା ଟାଗିଙ୍ଗ୍ ଏବଂ ବିଜୁ ଜନତା ଦଳର ଅଭିମୁଖ୍ୟକୁ ତୃଣମୁଳ ସ୍ତରେ ପହଞ୍ଚାଇବା ଓ ସରକାରୀ ଯୋଜନା ଗୁଡିକର ସୁବିଧା ପାଉନଥିବା ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କ ସମ୍ପର୍କରେ ସୁଚନାଦେବା ସହ ସରକାରୀ ଯୋଜନାରେ ସମିଲ କରାଇବା ନିମନ୍ତ ବୁଝାଇଥିଲେ । ଏହି ଉଦ୍‌ଯାପନୀ ଶିବିରରେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ରାଜ୍ୟ ମହିଳା ଉପ-ସଭାପତି ସାଇଶ୍ରୀ ପଟ୍ଟନାୟକ, ରାଜ୍ୟ ବିଜୁ ଜନତା ଦଳ ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ, ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ବନଉନ୍ନୟନ ନିଗମ ଉପଦେଷ୍ଟା ଦେବୀପ୍ରସାଦ ଭୁତିଆ, ରାଜ୍ୟ ବିଜେଡ କାଉନସିଲ ସଦସ୍ୟ ନରୋତ୍ତମ ସାହୁ,ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଶଶିକାନ୍ତ ମିଶ୍ର , ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନାରଣୀ ଖଟୁଆ, ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମୀତାରାଣୀ ନାଏକ, ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ,ଯୁବ ନେତା ବୁବୁଲି ଧଳ, ଜିଲ୍ଲା ପରିଷଦ ସଦସ୍ୟା ଝରସ୍ମିତା ଦେହୁରୀ, ଢେଙ୍କାନାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସୁରନ୍ଦ୍ର ହେମ୍ବ୍ରମ, ଜିଲା୍ଲ ବିଜେଡି ଆଇନସେଲ ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ଜିଲ୍ଲା ଶଂଖ୍ୟାଲଘୁ ସଭାପତିି ଅସରଫ୍ ଅଲ୍ଲି ଖାଁ, ଗନ୍ଦିଆ ବ୍ଲକ ବିଧାୟକଙ୍କ ପ୍ରତିନିଧି ନିରାକାର ରାଉତ, ବିଧାୟକଙ୍କ ଢେଙ୍କାନାଳ ମୁନିସିପାଲିଟି ପ୍ରତିନିଧି ଅଜୟ କୁମାର ଭଞ, ଢେଙ୍କାନାଳ ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ପୁର୍ବତନ ନଗରପାଳ ତଥା ଜିଲ୍ଲା ବିଜେଡି ଉପ-ସଭାପତି ସୁଧାଶୁଂ ଦଳେଇ,କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, କାଇନସିଲର ଅଭିମନ୍ୟୁ ପଣ୍ଡା, ବଂଶୀଧର ଦଳେଇ, ବ୍ରହ୍ମାନନ୍ଦ ମଲ୍ଲିକ, ଲିପିକା ଦାସ, ସସ୍ମିତା ଭଞ, ରୋଜାଲିନ ସାହୁ , ସାଗିର ମହମ୍ମଦ, ଦିପ୍ତିରଞନ ସେଠୀ, ଢେଙ୍କାନାଳ ଯୁବ ବିଜେଡି ନଗର ସଭାପତି ବ୍ରହ୍ମାନନ୍ଦ ସାହୁ, ବିଜେଡି ଜିଲ୍ଲା ସମ୍ପାଦକ ରାଞନ ନାୟକ, ଗଙ୍ଗାଧର ରାଉତ, କୁଲୁ ଭଞ, ସଞିବ ମଲ୍ଲିକ, ଜିଲ୍ଲା ବିଜେଡ ସମ୍ପାଦିକା ତିଳୋତ୍ତମା ଚୌଧୁରୀ, ସଦର ବ୍ଲକ ସଭାପତି ବିଭୁପ୍ରସାଦ ଦେହୁରୀ, ଦିଲ୍ଲିପ କୁମାର ପଟ୍ଟନାୟକ, ରବି ବେହେରା , ଶୁଭକାନ୍ତ ପଣ୍ଡା, ମହିଳା ନଗର ସଭାପତି ଶୁଭଲକ୍ଷ୍ମୀ ସାହୁ , ଜିଲ୍ଲା ମହିଳା ଉପ-ସଭାପତି ଉର୍ବଶୀ ମହାପାତ୍ର, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ଶ୍ରଦ୍ଧାଞଳୀ ସାହୁ, ମାମିନା ଦିକ୍ଷୀତ,ପ୍ରଣତି ପଣ୍ଡା, ମାଲା୍ଲ ବେଗମ, ପ୍ରମୁଖଙ୍କ ସମେତ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ଜନପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ , ଜିଲ୍ଲାପରିଷଦ ସଦସ୍ୟ ଓ ମୁନିସିପାଲିଟିର ଶତାଧିକ ବିଜେଡି କର୍ମୀ ଯୋଗଦେଇଥିଲେ । ଆରମ୍ଭରେ ବିଜେଡି ଜିଲ୍ଲା ସଧାରଣ ସମ୍ପାଦକ ଦେବାଶିଷ ମିଶ୍ର ଶିବିର କୁ ପରିଚାଳନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା ।

Leave A Reply

Your email address will not be published.

fifteen + nineteen =