ଵିଜୁ ଜନତା ଦଳ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଅଡିଟୋରିୟମ ହଲ୍ ଠାରେ ଅନୁଷ୍ଠିତ ଵିଜୁ ଜନତା ଦଳ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୂଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସହ ସମ୍ମାନିତ ଅତିଥି ଭାବେ ସାଂସଦ ମହେଶ ସାହୁ ଓ ପର୍ଯ୍ୟଵେକ୍ଷକ ଆଶିଷ ଚକ୍ରବର୍ତ୍ତୀ ଯୋଗଦେଇ ଦଳର ସାଂଗଠନିକ ବାର୍ତ୍ତା ଉପସ୍ଥିତ କର୍ମୀ ମାନଙ୍କ ପାଖରେ ପହଞ୍ଚାଇ ଥିବାବେଳେ ମଞ୍ଚାସୀନ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଜିଲ୍ଲାପରିଷଦ ଅଧ୍ୟକ୍ଷା,ଭୁବନ ଏନ୍.ଏ.ସି ନଗରପାଳ ଓ ଉପ-ନଗରପାଳ, ଭୁବନ ଵ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା, କାମାକ୍ଷାନଗର ଵ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା, ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଜିଲ୍ଲା ଛାତ୍ର ଓ ମହିଳା ସଭାନେତ୍ରୀ , ନିର୍ବାଚନ ମଣ୍ଡଳୀରୁ ସମସ୍ତ ରାଜ୍ୟ ପଦାଧିକାରୀ, କାମାକ୍ଷାନଗର ଏନ୍.ଏ.ସି ସମସ୍ତ କାଉନସିଲର ଵୃନ୍ଦ, ନିର୍ବାଚନ ମଣ୍ଡଳୀର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ , ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ୍ ସଭାପତି, ଛାତ୍ର,ଯୁବ ଓ ମହିଳା ସଭାନେତ୍ରୀ ଯୋଗଦେଇଥିଲେ ।

Leave A Reply

Your email address will not be published.

4 × 2 =