ସେବିକା ମହାବିଦ୍ୟାଳୟ ଠାରେ ନୂଆ-ଓ ଓଡିଶା ଭାଷା ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ: ୧୮ ଓ ୧୯ ଦୁଇଦିନ ଧରି ସ୍ଥାନୀୟ ସେବିକା ମହାବିଦ୍ୟାଳୟ, ଢେଙ୍କାନାଳ କକ୍ଷରେ ରାଜ୍ୟ ସରକାରଙ୍କର ନୂଆ-ଓ କାର୍ଯ୍ୟକ୍ରମ ଯାହା ଯୁବ ଓଡିଶା ଓ ନବୀନ ଓଡିଶା ତରଫରୁ ମହାସମାରୋହରେପାଳନ କରାଯାଇଛି । ଉକ୍ତ ଦିବସରେ ବକ୍ତୃତା, ଶ୍ରୀ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା, ପ୍ରବନ୍ଧ ଲିଖନ,
କବିତା ପାଠୋତ୍ସବ, ହସ୍ତାକ୍ଷର ଲିଖନ ପ୍ରଭୃତି ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ବିଚାରକ ମଣ୍ଡଳୀ ଯୋଗଦେଇଥିଲା । ସଭାପତି ଓ ଅଧ୍ୟକ୍ଷା ଝରଣା ପ୍ରଧାନ ନୂଆ-ଓ ନୋଡାଲ୍ ଅଫିସର ଅଧ୍ୟାପିକା କାଦମ୍ବିନୀ ସେଠୀ, ଅଧ୍ୟାପିକା ସବିତା ମହାରଥି, ଅଧ୍ୟାପିକା ସରିତା ରାଜ୍‌, ଅଧ୍ୟାପିକା ନିରୁପମା ମହାପାତ୍ର, ଅଧ୍ୟାପିକା ସୌଭାଗ୍ୟଲକ୍ଷ୍ମୀ ଲେଙ୍କା, ଅଧ୍ୟାପିକା ମଧୁସ୍ମିତା ସାମଲ, ଅଧ୍ୟାପିକା ବିନି ସେଠୀ, ଅଧ୍ୟାପିକା ମନ୍ଦୋଦରୀ ମହନ୍ତ, ଅଧ୍ୟାପିକା ସତ୍ୟଭାମା ସାହୁ, ଅଧ୍ୟାପିକା ସସ୍ମିତା ଷଡଙ୍ଗୀ, ଅଧ୍ୟାପିକା ଲକ୍ଷ୍ମୀପ୍ରିୟାଭୋଇ ଓ ମହାବିଦ୍ୟାଳୟର କିରାଣୀ ଅକ୍ଷୟ କୁମାର ସ୍ୱାଇଁ ଏବଂ ଅନ୍ୟାନ୍ୟ କର୍ମଚାରୀ, ଚପଳା, ଗୁଡୁ ଓ ମୁନା
ପ୍ରମୁଖ ଅତି ଆନନ୍ଦର ସହିତ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କୃତୀତ୍ୱ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.

five + one =