ଢେଙ୍କାନାଳରେ “ଋଣ ମେଳା ”ରେ ହିତାଧିକାରୀଙ୍କୁ ଋଣ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ !

ଢେଙ୍କାନାଳ ଓ ଅନୁଗୁଳର ୧ଲକ୍ଷ ୯୫ ହଜାର ୪୯୭ ଜଣ ଲାଭାର୍ଥୀଙ୍କୁ ୨୫୩୭ କୋଟିଟଙ୍କାର ଋଣ ଦିଆଗଲା – ଧର୍ମେନ୍ଦ୍ର ପ୍ରଧାନ

– ମହିଳା, ଯୁବ, ଚାଷୀ, ବଂଚିତ ଓ ପଛୁଆ ବର୍ଗମାନେ ମୋଦି ସରକାରରେ ହୋଇଛନ୍ତି ସଶକ୍ତ ଓ ଆତ୍ମନିର୍ଭର ।

– ପୂର୍ବରୁ ଗରିବ ଲୋକମାନେ ବ୍ୟାଙ୍କକୁ ଯାଇପାରୁନଥିଲେ, ମୋଦି ସରକାରରେ ଏହା ପରିବର୍ତନ ହୋଇଛି ।

– ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଓଡିଶାର ମୋଟ୍ ୨ କୋଟି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ବ୍ୟାଙ୍କ ଖାତା ଖୋଲା ଯାଇଛି ।

– ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଯୋଗୁଁ ୧.୧୭ କୋଟି ମହିଳାଙ୍କୁ ନୂଆ କରି ବ୍ୟାଙ୍କ ସହ ସଂଯୋଗ କରାଯାଇଛି ।

– ଗରିବ ଲୋକମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ଗ୍ୟାରେଂଟି ଦେଇଛନ୍ତି ।

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ପଲ୍ଲିଶ୍ରୀ ମେଳା ପଡିଆ ଠାରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ତରଫରୁ ଅନୁଷ୍ଠିତ “ଋଣମେଳା’ ତଥା “କ୍ରେଡିଟ୍ ଆଉଟ୍‌ରିଚ୍‌’ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଓଅନୁଗୁଳ ଜିଲ୍ଲାର ୧ଲକ୍ଷ ୯୫ ହଜାର ୪୯୭ ଜଣ ଲାଭାର୍ଥୀଙ୍କୁ ୨୫୩୭ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି । ମୋଦିସରକାରହ୍‌କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ପ୍ରଦାନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦି ଅଛନ୍ତି ମାନେ ସବୁ ସମ୍ଭବ । ପୂର୍ବରୁ ଗରିବ ଲୋକମାନେ ବ୍ୟାଙ୍କକୁଯାଇପାରୁନଥିଲେ । ବ୍ୟାଙ୍କରେ ଖାତା ଖୋଲି ପାରୁନଥିଲେ । ଆଜି ମୋଦି ସରକାରରେ ଏହା ପରିବର୍ତନ ହୋଇଛି । ଗରିବ ଲୋକଙ୍କବ୍ୟାଙ୍କ ଖାତା ଖୋଲା କରାଇ ସେମାନଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଆର୍ଥିକ ସହାୟତା ସହ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁମୋଦି ସରକାର ଗ୍ୟାରେଂଟି ଦେଇଛନ୍ତି । ମୋଦି ସରକାରଙ୍କ ସଫଳ ନୀତି କାରଣରୁ ଆଜି ଦେଶର ୨୪.୮ କୋଟି ଏବଂ ଓଡିଶାର ପ୍ରାୟ୧ କୋଟି ଲøାକ ଦାରିଦ୍ର‌୍ୟରୁ ମୁକ୍ତ ହୋଇ ଆତ୍ମନିର୍ଭର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶା ସମେତ ସମଗ୍ରଭାରତବର୍ଷରେ ସମାଜର ଅନ୍ତିମ ଶ୍ରେଣୀର ଲୋକମାନଙ୍କୁ ଋଣ ସହାୟତା ପ୍ରଦାନ କରି ସେମାନଙ୍କୁ ଆର୍ଥିକ ରୂପେ ସ୍ୱାବଲମ୍ବୀ ଓ ସଶକ୍ତକରାଯାଉଛି । କ୍ଷୁଦ୍ର ବ୍ୟବସାୟୀ, ମୁଦ୍ରା, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ପିଏମ୍ ସ୍ୱନିଧି, ଏମ୍‌ଏସ୍‌ଏମ୍‌ଇ ଋଣ, କିଷାନ କ୍ରେଡିଟ୍ କାର୍ଡ, ଫସଲ, ମତ୍ସ୍ୟଚାଷ ଓ ଏସ୍‌ଏଚ୍‌ଜି ଭଳି ଯୋଜନା ପାଇଁ ହିତାଧିକାରୀଙ୍କୁ ଋଣ ପ୍ରଦାନ କରାଯାଇଛି ।କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡିଶାରେ ୨୦୧୪ ବେଳେ ମାତ୍ର ୪୩୩୮ଟି ବ୍ୟାଙ୍କ ଶାଖା ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥିକସମାବେଶର ଲକ୍ଷ୍ୟ ନେଇ ଭାରତ ସରକାର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାରେ ବ୍ୟାଙ୍କ ଓ ଆର୍ଥିକ ସେବାକୁ ୨୦୧୪ତୁଳନାରେ ଲୋକାଭିମୁଖୀ କରିଛନ୍ତି । ବର୍ତମାନ ସୁଦ୍ଧା ଓଡିଶାରେ ମୋଟ୍ ଶାଖା ବ୍ୟାଙ୍କ ସଂଖ୍ୟା ୬୦୬୦ରେ ପହଁଚିଛି । ପ୍ରଧାନମନ୍ତ୍ରୀଜନଧନ ଯୋଜନାରେ ଓଡିଶାରେ ମୋଟ୍ ୨ କୋଟି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ବ୍ୟାଙ୍କ ଖାତା ଖୋଲାଯାଇଛି, ଯାହାଦ୍ୱାରା ଗରିବ ଶ୍ରେଣୀରଲୋକେ ପାଖାପାଖି ୪୦୦୦ କୋଟି ଟଙ୍କା ସଂଚୟ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଯୋଗୁଁ ୧.୧୭ କୋଟି ମହିଳାଙ୍କୁନୂଆ କରି ବ୍ୟାଙ୍କ ସହ ସଂଯୋଗ କରାଯାଇଛି । ୨୦୧୪ ବେଳେ ଓଡିଶାରେ ଥିବା ସମସ୍ତ ବ୍ୟାଙ୍କ ଦ୍ୱାରା ଦିଆଯାଇଥିବା ଋଣ ପରିମାଣମାତ୍ର ୬୭ ହଜାର କୋଟି ଟଙ୍କା ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟରେ ଏହା ବର୍ତମାନ ୨.୧୪ ଲକ୍ଷ କୋଟି ଟଙ୍କାରେପହଁଚିଛି । ମୋଦି ସରକାରଙ୍କ ଅମଳରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଭିନ୍ନ ଯୋଜନାରେ ମୋଟ୍ ୧୩.୨୧ ଲକ୍ଷ ଜଣଙ୍କୁ୧୪୦୮୩ କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦିଆଯାଇଛି । ଏହି କ୍ରେଡିଟ୍ ଆଉଟ୍‌ରିଚ୍ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଯୋଗଦେଇଥିଲେ ।

Leave A Reply

Your email address will not be published.

two × three =