ଗଣ୍ଡାନାଳୀ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ !

ଢ଼େଙ୍କାନାଳ: ସରକାରୀ କାର୍ଯ୍ୟାଳୟ ନିର୍ମାଣ କରିବା ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିଲେ ମଧ୍ୟ ଅନେକ ସ୍ଥାନରେ ସଠିକ୍ ଭାବେ କାର୍ଯ୍ୟ ନହୋଇ ନିମ୍ନ ମାନର କାର୍ଯ୍ୟ କରି ଟଙ୍କା ହଡ଼ପ କରୁଥିବାର ଅଭିଯୋଗ ହେଉଛି। ଯାହାର ଜ୍ଵଳନ୍ତ ଉଦାହରଣ ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ପଂଚାୟତ ଅନ୍ତର୍ଗତ ଚିଲତଇଳା ହନୁମାନ ମନ୍ଦିର ନିକଟସ୍ଥ ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ବରେ ନିର୍ମିତ ହୋଇଥିବା ନୂତନ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ । ଏହି ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପୂର୍ତ୍ତ ବିଭାଗ ନିର୍ମାଣ କରିବାର ଦିନ କେଇଟା ନହେଉଣୁ କାନ୍ଥ ଫାଟି ଆଁ ହୋଇ ରହିଲାଣି। ଯାହାକୁ ନେଇ ରାସ୍ତା ରେ ଚଳପ୍ରଚଳ କରୁଥିବା ଲୋକମାନେ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ସଂପର୍କରେ ଆମେ ପୂର୍ତ୍ତ କନିଷ୍ଠଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବାରେ ଖଳି ମାଟି ଯୋଗୁଁ ଏହା ଫାଟିଛି ବୋଲି ସଫେଇ ଦେଇଥିଲେ। ତେବେ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ ସଂପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.

eleven − 2 =