ଢେଙ୍କାନାଳ : ରାଇଜ୍ ଅନୁଷ୍ଠାନ ତରଫରୁ ୭ମ ଦୌଡେଶ୍ୱର ମହୋତ୍ସବ-୨୦୨୩ ସ୍ଥାନୀୟ ଗୋପବନ୍ଧୁଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ରାଇଜ୍ ଅନୁଷ୍ଠାନ ଢେଙ୍କାନାଳ ଜିଲ୍ଲାର ଗ୍ରାମାଂଚଳରେ ମହିଳାସ୍ୱାବଲମ୍ବି ହେବା କ୍ଷେତ୍ରରେ ଡୋକ୍ରାର ପ୍ରୋତ୍ସାହନ ପାଇଁ କାର୍ଯ୍ୟକ୍ରମ ସିଲେଇ କେନ୍ଦ୍ର, ମହିଳାମାନଙ୍କ ପାଇଁଖଲି, ଚଉପତି, ଅଗରବତୀ ତିଆରି କରି କିପରି ସ୍ୱାବଲମ୍ବି ହୋଇପାରିବେ ସେଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମକରିଆସୁଅଛି । ସଂଧ୍ୟାରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଅନୁଷ୍ଠାନର ସଭାପତିପ୍ରକାଶ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୀଠ ଆଦିତ୍ୟ ବାହିନୀର ମହାସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ସଂସ୍ଥାର କାର୍ଯ୍ୟକ୍ରମ ଗୁଡିକୁ ପ୍ରଶଂସା କରିଥିଲେଏବଂ ଏହିପରି କାର୍ଯ୍ୟକ୍ରମ ଆମ ସଂସ୍କୃତିର ଉନ୍ନତି କରିଥିବାରୁ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମଭବିଷ୍ୟତରେ ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ଉପ-ନଗରପାଳପ୍ରକାଶ ଚନ୍ଦ୍ର କୁଅଁର, ସମ୍ମାନିତ ଅତିଥି ଭାବେ ସମାଜସେବୀ ତଥା ସମାଜ ମଙ୍ଗଳ ବୋର୍ଡର ରାଜ୍ୟ ସଦସ୍ୟାସାଗରିକା ମିଶ୍ର ଉପସ୍ଥିତ ଥିଲେ । ଅନୁଷ୍ଠାନର ସଂପାଦକ ସତ୍ୟନାରାୟଣ ବିଶ୍ୱାଳ ସଂପାଦକୀୟ ବିବରଣୀପାଠ କରିଥିଲେ । ଲୋକକଳା ଶିଳ୍ପୀ କୈଳାସ ବେହେରା ଓ ସମାଜସେବୀ ମମତା ମିଶ୍ରଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା । ତରଭା ଗ୍ରାମର ରାଧାକୃଷ୍ଣ ଲଉଡିବାଡି ଗ୍ରୁପ୍ର ପ୍ରମୋଦ ବେହେରାଙ୍କ ତତ୍ୱାବଧାନରେଲଉିଡବାଡି ପ୍ରଦର୍ଶନ କରିଥିଲେ । ଶ୍ରେୟା ଅନୁଷ୍ଠାନର ତାନ୍ଭି ମିଶ୍ର, ସାନ୍ଭି ମିଶ୍ର, ନୃତ୍ୟ ନୃତ୍ୟାଙ୍ଗନାରଜାଗ୍ରତ ପ୍ରବିଣ ଗ୍ରୁପ୍ ନୃତ୍ୟ ପରିବେଷଣ କରିଥିଲେ । ମନୋରଞ୍ଜନ ପତି ଧନ୍ୟବାଦ ଅର୍ପଣ କରିଥିଲେ ।ସୁଶାନ୍ତ କୁମାର ପାଣି ପ୍ରତିଯୋଗିତାଗୁଡିକୁ ପରିଚାଳନା କରିଥିବାବେଳେ ବିଜ୍ଞାନ ମହାନ୍ତି ମଂଚ ପରିଚାଳନାକରିଥିଲେ ଏବଂ ଶ୍ରେୟା ଅନୁଷ୍ଠାନର ସଂପାଦକ ଜ୍ୟୋତି ରଞ୍ଜନ ମହାରଣା, ସ୍ୱର୍ଣ୍ଣଲତା ମିଶ୍ର, ସାଇ ଆଲ୍ଲାଦିନ୍ପୃଷ୍ଟି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।