ମରଣଯନ୍ତା ପାଲଟିଛି ପୁରୁଣା ପୋଷ୍ଟ୍ ଅଫିସ୍ ସମ୍ମୁଖ‌ ରାସ୍ତା !

ଢ଼େଙ୍କାନାଳ : ପୁରୁଣା କଟକ ସମ୍ବଲପୁର ରାସ୍ତା ଅନେକ ସ୍ଥାନରେ ଖାଲଖମା ହୋଇ ରହିଛି। ଯେଉଁଥିପାଇଁ ପ୍ରତ୍ୟେକଦିନ ଦୁର୍ଘଟଣାମାନ ଘଟୁଛି। ସୂଚନା ଅନୁଯାୟୀ ପୁରୁଣା କଟକ ସମ୍ବଲପୁର ରାସ୍ତା ହିନ୍ଦୋଳ ବ୍ଳକ୍ ଗଣ୍ଡାନାଳୀ ଗ୍ରାମ ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ ନିକଟସ୍ଥ ପୁରୁଣା ପୋଷ୍ଟ ଅଫିସ୍ ସମ୍ମୁଖରେ ଦୀର୍ଘଦିନ ଧରି ରାସ୍ତା ଖାଲଖମା ହୋଇ ପଡ଼ି ରହିଛି। ଯାହା ଫଳରେ ଅନେକ ସମୟରେ ସେଠାରେ ଦୁର୍ଘଟଣାମାନ ଘଟୁଛି।‌ ଏବେ କିଛି ଦିନ ତଳେ ମଧ୍ୟ ସେଠାରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଥିଲା। ସୌଭାଗ୍ୟବଶତଃ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ଥ ଲୋକ ମାନେ ଅଳ୍ପକେ ବଞ୍ଚି ଯାଇଥିଲେ ମଧ୍ୟ ଗୁରୁତର ଅବସ୍ଥାରେ ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଏମିତି ବାରମ୍ବାର ସେଠାରେ ଦୁର୍ଘଟଣାମାନ ଘଟୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ଖାଲଖମା ରାସ୍ତା ର ମରାମତି କରାଯାଉନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ବଡ଼ ଦୁଃଖ ଆଉ ପରିତାପର ବିଷୟ କି ସେହି ପୁରୁଣା କଟକ ସମ୍ବଲପୁର ରାସ୍ତା ଦେଇ ପ୍ରତ୍ୟେକ ଦିନ ନେତା, ମନ୍ତ୍ରୀ ଓ ଅଫିସର ଚଳପ୍ରଚଳ କରୁଥିଲେ ମଧ୍ୟ କାହାର ନଜର ପଡ଼ୁ ନାହିଁ। ଏଥିପ୍ରତି ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଖାଲଖମା ରାସ୍ତା ମରାମତି କାର୍ଯ୍ୟ କରିବା ପାଇଁ ଦାବି ହେଉଛି।

Leave A Reply

Your email address will not be published.

four + eighteen =