ଆମେଚର ତାଇକୋଣ୍ଡୋ ଆସୋସିଏସନ ପକ୍ଷରୁ ଶୀତ କାଳୀନ ନିଶୁକ୍ଳ ଶିବିର ଉଦଯାପିତ !

ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସମରକଳା ଅନୁଷ୍ଠାନ ଆମେଚର ତାଇକୋଣ୍ଡୋ ଆସୋସିଏସନ ଓ ଗୁରୁଦେବଜୀ ଗୁରୁକୁଳ ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସହରର ତହସିଲ କାର୍ଯ୍ୟାଳୟ ସମ୍ମୁଖ ସ୍ପୋର୍ଟ କମ୍ପ୍ଲେକ୍ସ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗତ ୨୯ ତାରିଖ ଠାରୁ ଆରମ୍ଭ ହୋଇ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ନିଶୁଳ୍କ ଶୀତ କାଳୀନ ଶିବିର ଓ ମହିଳା ଆତ୍ମରକ୍ଷା କର୍ମଶାଳା ଉଦଯାପିତ ହୋଇଯାଇଛି, ଏହି ଶିବିରରେ ଆତ୍ମରକ୍ଷା କୌଶଳ ସହ ସାମରିକ କଳା, ଯୋଗ, ସଙ୍ଗୀତ, ନୃତ୍ୟ, ଅଭିନୟ, ଜୀବନ ଶୈଳୀ ଓ ଆଧୁନିକ ଯୁଗରେ ଶିକ୍ଷା ଓ ସଂସ୍କାରର ଉପଯୋଗିତା ଇତ୍ୟାଦି ଶିକ୍ଷା ବିଭିନ୍ନ ଏକ୍ସପର୍ଟଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା, ପ୍ରଥମେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳକ ମାଷ୍ଟର ଇଂ.ସୌମ୍ୟବ୍ରତ ସାହୁ ଅନୁଷ୍ଠାନ ଓ ଶିବିରର ଆଭିମୁଖ୍ୟ ଓ ଲକ୍ଷ ବିଷୟରେ ଆଲୋଚନା କରିବା ସହ ଉକ୍ତ ଶିବିରରେ ପ୍ରଶିକ୍ଷାର୍ଥୀମାନଙ୍କର ମାନସିକ ଓ ଶାରୀରିକ ଦକ୍ଷତା ବିକାଶ ହୋଇପାରିଛି ବୋଲି ମତପ୍ରକାଶ କରିଥିଲେ ।ଏହି ଶିବିରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କ ଦ୍ୱାରା କୃତିତ୍ୱ ହାସଲ କରିଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଶିବିରର ଅନ୍ତିମ ଦିବସ ତଥା ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଭୂତି ଭୂଷଣ ମହାପାତ୍ର ଯୋଗ ଦେଇ ଏହି ଗୁରୁକୁଳର ଲକ୍ଷ୍ୟ ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଏହି ଭଳି କ୍ରୀଡ଼ା, କଳା ଓ ସଂସ୍କୃତିର ଉର୍ଣ୍ଣତି ନିମନ୍ତେ ସେବାକୁ ବ୍ରତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଉପସ୍ଥିତ ୫୨ ପ୍ରଶିକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଏହି ଶିବିରରେ ସାମିଲ ହୋଇଥିବାରୁ ଉତ୍ସାହିତ କରିଥିଲେ । ଶେଷରେ ସମସ୍ତଙ୍କୁ ଅତିଥିଙ୍କ ଦ୍ଵାରା ଶିବିରର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଓ ଶେଷରେ କ୍ୟାମ୍ପ ଫାଇୟାରକୁ ଉଦ୍ଘାଟନ କରି ଆଦିବାସୀ ନୃତ୍ୟ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡାର୍ଲିଂନ୍ ଡାଲଟନ, ଇନ୍ଦ୍ରଜିତ ସାହୁ, ମୁକ୍ତିକାନ୍ତ ଦାଶ, ଇତିସ୍ମିତା ଚୌଧୁରୀ, ପ୍ରତାପ ନାୟକ, ପି ଶ୍ରୀନିବାସ, ଆଦିତ୍ୟ ଘୋଷ ପ୍ରମୁଖଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × three =