ଢ଼େଙ୍କାନାଳ ପୁଅ ଦେବାଂଶ ଓଡ଼ିଶା ପାଇଁ ଗୌରବ ଆଣିଲେ : ଜାତୀୟ ରୋଲର୍‌ ସ୍କେଟିଂ ଚାମ୍ପିୟନସିପ୍‌ରେ ଜିତିଲେ କାଂସ୍ୟ ପଦକ !

ଢ଼େଙ୍କାନାଳ : ତାମିଲନାଡୁର ଚେନ୍ନାଇ ଠାରେ ଡିସେମ୍ବର ୧୫ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ୬୧ତମ ଜାତୀୟ ରୋଲର୍‌ ସ୍କେଟିଙ୍ଗ୍‌ ଚାମ୍ପିୟନସିପ୍‌ ଅନୁଷ୍ଠିତ ହୋଇଯାଇଛି । ଏହି  ଜାତୀୟ ରୋଲର ସ୍ପିଡ୍‌ ସ୍କେଟିଙ୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ହାସଲ କରିବାରେ ଏ .ଆର୍‌ .ଦେବାଂଶ ହୋଇଛନ୍ତି ପ୍ରଥମ ଓଡ଼ିଆ । ମାଷ୍ଟର ଏ .ଆର୍‌. ଦେବାଂଶ ୬୧ତମ ଜାତୀୟ ରୋଲର୍‌ ସ୍କେଟିଙ୍ଗ୍‌ ଚାମ୍ପିୟନସିପ୍‌ରେ କାଂସ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ୮ମ ଶ୍ରେଣୀର ଛାତ୍ର  ଏ.ଆର୍‌ ଦେବାଂଶ । ଭାରତର ବିଭିନ୍ନ ରାଜ୍ୟରୁ ମନୋନୀତ ହୋଇଥିବା ୧୫୦୦ ସ୍କେଟରଙ୍କ ମଧ୍ୟରେ ୧୪ ବର୍ଷରୁ କମ୍‌ ବର୍ଗର ୫୦୦୦ ମିଟର ରୋଲର୍‌ ସ୍କେଟିଙ୍ଗ୍‌ ରିଙ୍ଗ ଏଲିମିନେସନ୍‌ ଦୌଡରେ  କାଂସ୍ୟ ପଦକ ହାସଲ କରିଛନ୍ତି । ଜାତୀୟ ରୋଲର ସ୍ପିଡ୍‌ ସ୍କେଟିଙ୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ହାସଲ କରିବାରେ ସେ ହୋଇଛନ୍ତି ପ୍ରଥମ ଓଡ଼ିଆ । ଏଥିପାଇଁ ସେ ନିଜ  ସ୍କେଟିଙ୍ଗ ଏକାଡେମୀ ଦି ଉତ୍କଳ ୟୁନିକର୍ଣ୍ଣ ରୋଲର ସ୍ପୋର୍ଟ୍ସ ଏକାଡେମୀର ପ୍ରଶିକ୍ଷକ ଓ ଏଭିସ୍‌ ଫିଟନେସ ମୁଖ୍ୟ ପ୍ରଶିକ୍ଷକ ଅଭିନାସ ପାତ୍ରଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.

eight − eight =