ଢ଼େଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ -ଓ ସାଂସ୍କୃତିକ ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ ଉଦଯାପିତ !

ଢେଙ୍କାନାଳ: ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗତ ନଭେମ୍ବର ୧୮ ତାରିଖରୁ ଚାଲିଥିବା
ନୂଆ -ଓ ସାଂସ୍କୃତିକ ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି
ଭାବେ ସାଂସଦ ମହେଶ ସାହୁ, ସମ୍ମାନିତ ଅତିଥି ଭାବେ ଓଡିଶୀ ନୃତ୍ୟ ଗୁରୁ ଗୌରୀଶଙ୍କର ଦାସ ଓ ସ୍ଥାନୀୟ କାଉନସିଲର
ସନ୍ଦୀପ ଷଢଙ୍ଗୀ ଯୋଗଦେଇଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ସାହୁ ନୂଆ-ଓ ସାଂସ୍କୃତିକ ଏବଂ ସାମାଜିକ ସେବା କାର୍ଯ୍ୟକ୍ରମ
ରେ ଅଂଶଗ୍ରହଣ କରି ଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।ଏଥିସହ ନୂଆ-ଓ, ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କିପରି ଯୁବଗୋଷ୍ଠୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଉପଯୋଗୀ
ହୋଇପାରିଛି, ସେ ସଂପର୍କରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ସମ୍ମାନୀତ ଅତିଥି ଗୌରିଶଙ୍କର ଦାସ ଛାତ୍ରୀମାନଙ୍କୁ ତାଙ୍କର ପ୍ରେରଣାଦାୟୀ ଶବ୍ଦ ଦ୍ୱାରା ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ. ରାମଚନ୍ଦ୍ର ମଲ୍ଲ ଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କାରପ୍ରଦାନ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ନୂଆ
-ଓ କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଅଧ୍ୟାପିକା ଲିନା ଗନ୍ତାୟତ, ଅଧ୍ୟାପିକା ସାଗରିକା ପଣ୍ଡା, ଅଧ୍ୟାପିକା ପ୍ରଜ୍ଞାପରମିତା ମାଝି
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

3 × five =