ଦୁର୍ନୀତି ସଂଘର୍ଷ ମଞ୍ଚ ଗଠିତ : ତ୍ରିଲୋଚନ ସାହୁ ସଭାପତି,ଦୀପକ ଗୁରୁ ସମ୍ପାଦକ !

ଢ଼େଙ୍କାନାଳ – ଭୁବନ ଏନ୍ ଏ  ସି ଅନ୍ତର୍ଗତ ୧ ନମ୍ୱର୍ ୱାର୍ଡ ସ୍ଥିତ ନୀଳ ମାଧବ ଜିୟୁ ଆଶ୍ରମ ଠାରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ,ଭୁବନ ଶାଖା ଗଠିତ ହୋଇଯାଇଛି । ଢେ଼ଙ୍କାନାଳ ଜିଲ୍ଲା ସଭାପତି ଅଜୟ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଉପ ସଭାପତି ସରୋଜ କୁମାର ଶତପଥି,ସମ୍ପାଦକ ରୁଦ୍ର ପ୍ରକାଶ ଶରଣ, ଗନ୍ଦିଆ ବ୍ଲକ ସଭାପତି ଡମ୍ବରୁ ସେଠୀ,ଉପ ସଭାପତି ଚିନ୍ତାମଣି ତ୍ରିପାଠୀ,ଖଗେଶ୍ବର ମହାନ୍ତି ଏବଂ ସମ୍ପାଦକ କାମାକ୍ଷା ପ୍ରସାଦ ବିହାରୀ ପ୍ରମୁଖ ଯୋଗଦେଇ ଦୁର୍ନୀତି,ଭ୍ରଷ୍ଟାଚାର ବିରୋଧରେ ଯୁବ ସମାଜ ସ୍ୱର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ର ଭୁବନ ଶାଖା କର୍ମକର୍ତ୍ତା ଚୟନ କରାଯାଇଥିଲା। ତ୍ରିଲୋଚନ ସାହୁ ସଭାପତି,ଦୀପକ ଗୁରୁ ସମ୍ପାଦକ, ରବିନ୍ ଦାସ,ମନୋରଞ୍ଜନ ସାହୁ ଉପ ସଭାପତି,କେଦାର କୁମାର ଦାସ ସହ ସମ୍ପାଦକ,ବିପିନ ସାମନ୍ତ ରାୟ କୋଷାଧ୍ୟକ୍ଷ,ଦୀପକ କୁମାର ବେହେରା, କମଳ ଲୋଚନ ମହାରଣା ସଂଯୋଜକ ଏବଂ ଜୟନ୍ତ ସାହୁ, କମଳ କାନ୍ତ ମହାନ୍ତି,ପ୍ରଫୁଲ୍ଲ କୁମାର ସାହୁ,ସୁବାସ ଦାସ,ରାକେଶ ବିହାରୀ ଙ୍କୁ ଆଜୀବନ ସଭ୍ୟ ଭାବେ ଚୟନ କରାଯାଇଥିଲା।ଶେଷରେ ଏହି କାର୍ଯ୍ୟକ୍ରମର ଆବାହକ ଦୀପକ ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.

4 × 5 =