ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଗନ୍ଦିଆ ମାଟି କୁ ସ୍ଵାଗତ !

ପ୍ରାୟ ୧୦ବର୍ଷ ପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ଵ ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦା ର ଗାଦି ମନ୍ଦିର ର ପାରିପାର୍ଶ୍ବିକ ଉନ୍ନୟନ ପାଇଁ ୧୧୨କୋଟି ଟଙ୍କାର ପ୍ରକଳ୍ପ ର ଶିଳାନ୍ୟାସ କରିବାକୁ ଆସନ୍ତା କାଲି
“ଗନ୍ଦିଆ ମାଟି” କୁ ଆସୁଥିବାରୁ ମୁଁ ସ୍ଵାଗତ କରୁଅଛି ।
ଏହା କାର୍ଯ୍ୟକାରୀ ହେଲେ ବିଶ୍ଵ ପର୍ଯ୍ୟଟନ ମାନଚିତ୍ର ରେ” ଯୋରନ୍ଦା “ସ୍ଥାନ ପାଇବ ଏଥିରେ ସଂଦେହ ନାହିଁ । କିନ୍ତୁ ଏହା କେତେଦୂର କାର୍ଯ୍ୟକାରୀ ହେବ ତାହା ମୋ ମନରେ ଏବେବି ସଂଶୟ ଅଚ୍ଛି।ଅତୀତ ରେ ଆପଣ ଢେ଼ଙ୍କାନାଳ ରେ ଅନେକ ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ ବି ତାହା ଆଜି ବି ଢେ଼ଙ୍କାନାଳ ବାସୀ ଙ୍କ ପାଇଁ ସ୍ବପ୍ନ ହୋଇ ଯାଇଛି । ଢେ଼ଙ୍କାନାଳ ବାସି ଆଜି ବି ବିଭିନ୍ନ ସମସ୍ୟା ଭିତରେ ଗତି କରୁଛନ୍ତି । ଏହାର ସମ୍ୟକ୍ ସୂଚନା ଓ ତାର ସମାଧାନ ପାଇଁ ମୁଁ ସାମାଜିକ ଗଣ ମାଧ୍ୟମ ରେ ଦେବାକୁ ଉଚିତ୍ ମନେ କରୁଛି ।

୧- ସାରା ଓଡ଼ିଶାର ସବୁ ଜିଲ୍ଲାରେ “ମଡେଲ ବସ ଷ୍ଟାଣ୍ଡ” ଥିବା ବେଳେ ଆପଣ ନିଜେ ଏହାର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଢେ଼ଙ୍କାନାଳ ମହିଷ।ପ।ଟ ଠାରେ କରିଥିଲେ ବି ଆପଣ ଙ୍କ କରିତ କର୍ମା ବିଧାୟକ ଙ୍କ ଉଦ୍ୟମ ରେ ତାହା ଆଉ ହେବା ସମ୍ଭବ ହେବ ନାହିଁ । ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଏହା ଜାଣନ୍ତି କି ନାହିଁ ଢେ଼ଙ୍କାନାଳ ବାସୀ ଜାଣି ନାହାନ୍ତି ?
୨- ୨୦୧୩ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କର କମଳ ରେ ଗୋବିନ୍ଦପୁର ଠାରେ ପ୍ରାୟ ୫ ଏକର ଜମିରେ ଜିଲ୍ଲାରେ ଆମ୍ବ ଚାଷୀ ଙ୍କ ପାଇଁ ଏକ ଅତ୍ୟାଧୁନିକ ଆମ୍ବ ପ୍ରକ୍ରିୟା କରଣ ଶିଳ୍ପ ର ଶୁଭ ଉଦଘାଟନ ହୋଇଥିଲା । ତାହା ଆଜି ଭୂତ କୋଠି ରେ ପରିଣତ ହୋଇ ଯାଇଛି । ଏବେ କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ଏହା ର ପୁନରୁଦ୍ଧାର କରିବା ପାଇଁ ଘୋଷଣା କରିଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାରୀ ହୋଇ ପାରି ନାହିଁ । ଅବଶ୍ୟ ଏହା ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଜାଣିଛନ୍ତି କି ନାହିଁ ତାହା ଅଜଣା ଅଛି ।

୩- ଢେ଼ଙ୍କାନାଳ ନିର୍ବାଚନ ମଣ୍ଡଳୀ ଟି ଏକ ଶିଳ୍ପ ବିହୀନ ଜିଲ୍ଲା । ଜିଲ୍ଲାର ଏକ ମାତ୍ର କୃଷି ଭିତ୍ତିକ ଶିଳ୍ପ “କଳିଙ୍ଗ ସୂତା କଳ” ଟି ପ୍ରାୟ ୬୦ ଏକର ଜାଗାରେ ଗୋବିନ୍ଦପୁର ଠାରେ ଅବସ୍ଥିତ । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଙ୍କ ସମୟରେ ଏହା କାର୍ଯ୍ୟକ୍ଷମ ହୋଇ ପ୍ରାୟ ୫ ଟି ପଞ୍ଚାୟତ ର ୧୨୦୦ରୁ ଅଧିକ କାରିଗର କର୍ମ ଯୋଗାଣ ପାଇପରୁଥିଲେ କିନ୍ତୁ ଏହି ଶିଳ୍ପ ଟି ୧୯୯୯ ମହାବାତ୍ୟା ରେ ନଷ୍ଟ ହୋଇ ବନ୍ଦ୍ ହୋଇ ଯାଇଥିଲା । ୨୦୦୦ମସିହାରେ ଆପଣ ଙ୍କ ନେତୃତ୍ଵ ରେ ସରକାର ଆସିଲା ପରେ ମୋର ବ୍ୟକ୍ତିଗତ ଉଦ୍ୟମ ରେ ୨୦୦୧ – ୨୦୦୨ ମସିହା ରେ ତାହା ଚାଲୁ କରାଯାଇଥିଲା । ଆପଣ ବ୍ୟକ୍ତିଗତ ଭାବେ ତାଲବରକୋଟ ଆସି ୨୦୦୩ ମସିହାରେ ଏହି ଶିଳ୍ପ ର ପୁନରୁଦ୍ଧାର ପାଇଁ ୧ କୋଟି ୨୧ଲକ୍ଷ ଟଙ୍କା ମଞ୍ଜୁର କରି ଏହା “ଖୁବ୍ ଶୀଘ୍ର” କାର୍ଯ୍ୟକାରୀ ହେବାର ଘୋଷୋଣା କରିଥିଲେ ।ସେହି ଟଙ୍କା ମଧ୍ୟ ଆସିଥିଲା କିନ୍ତୁ ୨୦୦୫ ରେ ସେହି ଟଙ୍କା କୁ ସରକାର ଫେରାଇ ନେଇ ଯାଇଥିଲେ । ଆପଣଙ୍କ ବିଧାୟକ ଏହି ଶିଳ୍ପ କୁ ୨୦୧୯ ମସିହାରେ ଏହି କାରଖାନା କୁ ଚଳାଇବା ପାଇଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ । ସେ ପ୍ରତିଶ୍ରୁତି ତାଙ୍କର ମନେ ଅଛି କି ନାହିଁ ଢେ଼ଙ୍କାନାଳ ବାସି ଜାଣିବା ଦରକାର । ସରକାର ଲକ୍ଷ ଲକ୍ଷ କୋଟି ର ନୂତନ ଶିଳ୍ପ କୁ ପ୍ରୋତ୍ସାହନ ଦେଉଛନ୍ତି ।କିନ୍ତୁ ଢେ଼ଙ୍କାନାଳ ବାସି ଙ୍କ ର ଏହି ଦାବି ଆଜି ପର୍ଯ୍ୟନ୍ତ ଅଣଦେଖା ହୋଇ ରହିଛି ।ଆଶା କରୁଛି ଆଗାମୀ ଦିନ ରେ ଆପଣ ଏହି କୃଷି ଭିତ୍ତିକ ଶିଳ୍ପ କୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନେବେ ଯାହା ଫଳରେ ଢେ଼ଙ୍କାନାଳ ର ଯୁବକ ନିଯୁକ୍ତି ପାଇ ପାରିବେ ।

୪- ଢେ଼ଙ୍କାନାଳ ନିର୍ବାଚନ ମଣ୍ଡଳୀ ଏକ ଶିଳ୍ପ ବିହୀନ ଅଞ୍ଚଳ ।ବିଗତ ୨୦୦୫ରେ ଗନ୍ଦିଆ ର ନେଉଲପୋଇ ଠାରେ ଏକ ତାପଜ ବିଦ୍ୟୁତ୍ କେନ୍ଦ୍ର ହେବ ବୋଲି ଆପଣଙ୍କ ସରକାର ନିଷ୍ପତ୍ତି କରିଥିଲେ ।ସେହି ଅନୁସାରେ ଜମି ଅଧିଗ୍ରହଣ ହେଲା କିନ୍ତୁ ସେହି ଶିଳ୍ପ ହୋଇ ପାରିଲା ନାହିଁ । ସେହିପରି ଏନ୍ ଟି ପି ସି ର ଢେ଼ଙ୍କାନାଳ ଗଜମାରା ଠାରେ ଏକ ତାପଜ ବିଦ୍ୟୁତ୍ କେନ୍ଦ୍ର ହେବ ବୋଲି ସରକାର ନିଷ୍ପତ୍ତି କଲେ କିନ୍ତୁ ସେ ନିଷ୍ପତ୍ତି ବି କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ।

୫- ୨୦୧୩ ମସିହାରେ ଢେ଼ଙ୍କାନାଳ ରେ ଏକ ୩୦୦ ବେଡ୍ ର ମେଡିକାଲ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଶୁଭ ଉଦଘାଟନ କରାଯାଇଥିଲା । ୭ମହଲା ର ଏକ ଅତ୍ୟାଧୁନିକ କୋଠା ନିର୍ମାଣ ହେଲା।କିନ୍ତୁ ସେହି ମେଡିକାଲ ୧୭୦ ବେଡ୍ ରେ ସୀମିତ ରହିଲା।ଢେ଼ଙ୍କାନାଳ ବାସି ଙ୍କ ବାରମ୍ବାର ଦାବି ପରେ ଏବେ ନିକଟରେ ସରକାର ୩୦୦ ବେଡ୍ ର ଘୋସୋଣା କଲେବି ଆଜି ପର୍ଯ୍ୟନ୍ତ ଆବଶ୍ୟକୀୟ ଡାକ୍ତର ଓ ସ୍ପେସିଆଲିଷ୍ଟ ପଦବୀ ରେ ନିଯୁକ୍ତି ଦିଆ ଯାଇନାହିଁ । ମେଡିକାଲ ରେ ପ୍ରାୟ ୫୪ଟି ଡାକ୍ତର ପଦବୀ ଖାଲି ଅଛି ।ଢେ଼ଙ୍କାନାଳ ରେ ଆଜି ବି ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ଅବସ୍ଥା ରେ ଅଛି।କିନ୍ତୁ ଆପଣଙ୍କ କରିତ କର୍ମା ବିଧାୟକ କହୁଛନ୍ତି ଢେ଼ଙ୍କାନାଳ ରେ କିଛି ସମସ୍ୟା ନାହିଁ !
୬- ସେହିପରି ଢେ଼ଙ୍କାନାଳ ରେ ଥିବା ପୁରୁଣା ମେଡିକାଲ ଟି ଏକ ” ସିଟି ହସ୍ପିଟାଲ ” କରାଯିବା ପାଇଁ ସରକାର ନିଷ୍ପତ୍ତି କରିଥିଲେ ।କିନ୍ତୁ ସେଠାରେ ଏକ “ୱେଲନେସ ସେଣ୍ଟର୍” ଚାଳୁଛି ।ଜଣେ ବି ଡାକ୍ତର ନାହାନ୍ତି । ସେଠାରେ ଥିବା କୋଠା ଗୁଡିକ ମଦ୍ୟପ ଙ୍କ ଆଡ୍ଡା ସ୍ଥଳୀ ହୋଇ ଗଲାଣି। ଅବଶ୍ୟ ଏହି କଥା ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଜାଣିଛନ୍ତି କି ନାହିଁ ଅଜଣା ଅଛି ?

୭- ଢେ଼ଙ୍କାନାଳ ର ସ୍ଵର୍ଣ୍ଣ ତ୍ରିଭୁଜ କୁହାଯାଇଥିବା “କପିଳାସ,ସପ୍ତଶଯ୍ୟା ଓ ମହିମା ଗାଦି” ର ବିକାଶ ଆଜି ପର୍ଯ୍ୟନ୍ତ ଆଖିଦୃଶିଆ ବିକାଶ ହୋଇ ପାରିନାହିଁ।କିଛି କାମ ହୋଇଥିଲେ ବି ଆହୁରି ଅନେକ କାମ ବାକି ଅଛି ।

ଆପଣ ନିଜେ ୨୦୧୩ମସିହାରେ ନିଜେ କପିଳାସ ଆସି ଥିଲେ ଓ ତା ପରେ ଢେ଼ଙ୍କାନାଳ ଠାରୁ କପିଳାସ ପର୍ଯ୍ୟନ୍ତ ରାସ୍ତା ର ନିର୍ମାଣ ହୋଇଥିଲା ।ଏବେ ତା ଭିତରୁ ମହିମା ଗାଦି ର ବିକାଶ ପାଇଁ ସରକାର ୧୧୨କୋଟି ର ଅର୍ଥ ମଞ୍ଜୁର କରିଥିଲେ ବି କପିଳାସ ଓ ସପ୍ତ ଶଯ୍ୟା ବାଦ୍ କାହିଁକି ପଡ଼ିଲା ବୁଝା ପଡୁ ନାହିଁ । ଆଶା କରିବୁ ଆପଣ ନିଶ୍ଚୟ ଭାବେ କପିଳାସ ଓ ସପ୍ତଶଯ୍ୟା ପାଇଁ ଆବଶ୍ୟକୀୟ ପ୍ୟାକେଜ ଘୋଷଣା କରନ୍ତୁ ।

୮- ଆଜି ବି ଢେ଼ଙ୍କାନାଳ ଜିଲ୍ଲାରେ ଅନେକ ସମସ୍ୟା ଅଛି କିନ୍ତୁ ଆମ ବିଧାୟକ କିନ୍ତୁ କହିଲେ କିଛି ସମସ୍ୟା ନାହିଁ । ଏହି କଥା କାହାକୁ ଖୁସି କରିବାକୁ କୁହାଯାଇ ଥାଇପାରେ କିନ୍ତୁ ଢେ଼ଙ୍କାନାଳ ବାସୀଙ୍କ ମନରେ ଦାରୁଣ ଆଘାତ ଦେଇଛି । ନିର୍ବାଚନ ମଣ୍ଡଳୀ ର ଜଳ ସେଚନ ,ଶିକ୍ଷା, ସରକାରୀ ସ୍ବାସ୍ଥ୍ୟ ସେବା, ଗମନା ଗମନ ,ବେ ରୋଜଗରି ପ୍ରଭୁତି ଅନେକ ସମସ୍ୟା ଅଛି । ଆଜି ବି ଜିଲ୍ଲାରେ ହଜାର ହଜାର କୋଟି ଟଙ୍କାର ଖଣି ଖାଦାନ ଲୁଟ ଚାଲିଛି ।ଜିଲ୍ଲାରେ ଥିବା ଶିଳ୍ପ ସ୍ଥାନୀୟ ଯୁବକ ଙ୍କୁ ନିଯୁକ୍ତି ନଦେଇ ରାଜ୍ୟ ବାହାରର ଲୋକ ଙ୍କୁ ନିଯୁକ୍ତି ଦେଉଛନ୍ତି । ଆମ ବିଧାୟକ ତାଙ୍କର ପାରିବାରିକ ବ୍ୟବସାୟ ସାମ୍ରାଜ୍ୟ କୁ ସୁରକ୍ଷା ଦେବାକୁ ସରକାରୀ ଦଳ କୁ ବ୍ୟବହାର କରି ଆସୁଛନ୍ତି ।
ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯଦି ପ୍ରକୃତ ରେ ଢେ଼ଙ୍କାନାଳ ମାଟି କୁ ଭଲ ପାଆନ୍ତି ତେବେ ତଳ ସ୍ତର ରେ ଥିବା ସମସ୍ୟା ଗୁଡ଼ିକୁ ସହୃଦୟତା ର ସହ ବିଚାର କରିବାକୁ ନିବେଦନ।
ନବୀନ ନନ୍ଦ,ପୂର୍ବତନ ବିଧାୟକ
ଆବାହକ : ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ

Leave A Reply

Your email address will not be published.

nineteen − two =