ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା : ଚମ୍ପିୟାନ ଓ ରନର୍ସ ଅପ ଟ୍ରଫି ଉନ୍ମୋଚିତ !

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଦ୍ୱାରା ଉଦଘାଟିତହୋଇଯାଇଛି । ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ତାଇକୋଣ୍ଡୋ ପ୍ରତିଯୋଗିତା ୨୦୨୩ ଟ୍ରଫି, ଆସନ୍ତା୧୬ ଓ ୧୭ତାରିଖ ଦୁଇଦିନ ଧରି ସହରର ବନମାଳୀପ୍ରସାଦ ସ୍ଥିତ ସତ୍ୟମ ଇଂଟରନେସନାଲ ସ୍କୁଲ ପରିସରରେ ଏହିପ୍ରତିଯୋଗିତା ଅନୁଷ୍ଠିତ ହେବ । ଯେଉଁଥିରେ ୨୫୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଓ ଶିକ୍ଷକ ଶିକ୍ଷୟିତ୍ରୀ, କୋଚ୍ ଏବଂପରିଚାଳକ ପ୍ରମୁଖ ଭାଗନେବେ, ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଏଭଳି ବିଦ୍ୟାଳୟ ସ୍ତରୀୟ ତାଇକୋଣ୍ଡୋପ୍ରତିଯୋଗିତା ଢେଙ୍କାନାଳରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଟ୍ରଫି ଉଦଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳଲଳିତ ମୋହନ ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ଆମେଚର ତାଇକୋଣ୍ଡୋଆସୋସିଏସନର ସମ୍ପାଦକ ତଥା ପରିଚାଳନା ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ସତ୍ୟମ ଇଣ୍ଟରନେସନାଲ ସ୍କୁଲର କ୍ରୀଡ଼ା ଶିକ୍ଷକ ସନ୍ତୋଷ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଭଳି ଆୟୋଜନ ପାଇଁ ଜିଲ୍ଲାପାଳପରିଚାଳନା କମିଟିର ସଦସ୍ୟାସଦସ୍ୟ ମାନଙ୍କୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.

3 × 1 =