୩୯ ତମ ଯୋଗମାୟା ଚ୍ୟାଲେଞ୍ଜର୍ସ ଟ୍ରଫି : ସୁର ପ୍ରତାପ୍ ଚାମ୍ପିଆନ୍ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଖେଳ ପଡିଆରେ ୩୯ ତମ ଯୋଗମାୟା ଚ୍ୟାଲେଞ୍ଜର୍ସ ଟ୍ରଫି ଢେଙ୍କାନାଳ ସୁର ପ୍ରତାପ୍ ଟିମ୍ ଚାମ୍ପିଆନ୍ ହୋଇଛି I ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଫାଇନାଲ୍ ମ୍ୟାଚ୍ ରେ (ଖୋର୍ଦ୍ଧା) ଅଟ୍ରି ହରାଇ ଟ୍ରଫି କୁ ହରାଇ ଢେଙ୍କାନାଳ ସୁର ପ୍ରତାପ୍ ଟାଇଟଲର ହାତେଇଛି l ଟସ୍ ଜିତି ଅଟ୍ରି ୨୦ଓଭର ରେ ସମସ୍ତ ୱିକେଟ ହରାଇ ୧୯ ଓଭର୍ ତିନି ଟି ବଲ୍ ରେ ୧୪୨ରନ୍ ସଂଗ୍ରହ କରିଥିଲା I ଦଳ ପକ୍ଷରୁ ସର୍ବାଧିକ ଦିଲୀପ ରାଉତ ୩୫ ବଲ୍ ରେ ୫୮ ରନ୍ ସଂଗ୍ରହ କରିଥିଲେ l ଏହାର ଜବାବରେ ଢେଙ୍କାନାଳ ସୁର ପ୍ରତାପ୍ ଟିମ୍ ୧୩ ଓଭର ରେ ତିନିଟି ୱିକେଟ ହରାଇ ୧୪୩ ରନ୍ ସଂଗ୍ରହ କରି ବିଜୟ ଲାଭ କରିଛି I ବିଜୟ ଦଳର ସୁଲେମାନ ବେଗ୍ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି I
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଅଭିମନ୍ୟୁ ମିଶ୍ର, ଦକ୍ଷ କୁମାର ବେହେରା, ସୁଶାନ୍ତ କୁମାର ସାହୁ, ଗଗନ ମହାନ୍ତି ଯୋଗଦେଇ ବିଜୟ ଦଳକୁ ଟ୍ରଫି ସହିତ ତିରିଶ ହାଜର ଓ ରନର୍ସଅପ୍ କୋଡ଼ିଏ ହଜାର ଟଙ୍କା ପ୍ରଦାନ କରିଛନ୍ତି I ରୁଦ୍ର ନାରାୟଣ ମିଶ୍ର ଓ ଗିରିଜା ପ୍ରସାଦ ମିଶ୍ର ଖେଳ ପରିଚାଳନା କରିଥିବା ବେଳେ ସୋମ୍ୟ ରଞ୍ଜନ ରାଉତ ଓ ଲଲିତ ପୁହାଣ ଧାରା ବିବରଣୀ ପ୍ରଦାନ କରିଛନ୍ତି I ସହଯୋଗ ରେ ସତ୍ୟବ୍ରତ ମିଶ୍ର, ଶ୍ରୀମାନ୍ ନାରାୟଣ ମିଶ୍ର, ପ୍ରିୟବ୍ରତ ମିଶ୍ର, ଦିବ୍ୟ ରଞ୍ଜନ ସାହୁ, ରଜତ୍ ଦାଶ, ସୁନୀଲ ରାଉତ ଟୁର୍ନାମେଣ୍ଟ ଆୟୋଜନ କରିଛନ୍ତି I

Leave A Reply

Your email address will not be published.

16 + 12 =