ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ପାଟଲା ପଂଚାୟତ ଅନ୍ତର୍ଗତ ଖାଲପାଳ ଗ୍ରାମରେ ଜଣେ ୭୦ ବର୍ଷୀୟ ଅସହାୟ ବୃଦ୍ଧା ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଥିଲେ ମଧ୍ୟ ନେତା ଓ ପ୍ରଶାସନର ନଜର ନାହିଁ। ସୂଚନା ଅନୁଯାୟୀ ଖାଲପାଳ ଗ୍ରାମର ୭୦ ବର୍ଷୀୟ ବୃଦ୍ଧା ମୋରା ଗଡ଼ନାୟକ ୩୦ ବର୍ଷୀୟ ମାନସିକ ବିକାରଗ୍ରସ୍ତ ନାତିକୁ ଧରି ଅସହାୟ ଅବସ୍ଥାରେ ଦିନ କାଟୁଥିଲେ ମଧ୍ୟ କୌଣସି ନେତା, ପ୍ରଶାସନ ଓ ସ୍ଥାନୀୟ ସରପଂଚ ଏପର୍ଯ୍ୟନ୍ତ ତାଙ୍କ ପାଖରେ ପହଞ୍ଚି ନାହାଁନ୍ତି। ଯାହାକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ମୋରା ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଥିବା ଖବର ପାଇ ସାମାଜିକ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ମୋରା ଙ୍କ ନିକଟରେ ପହଞ୍ଚିବା ସହ କିଛି ଶୁଖିଲା ଖାଦ୍ୟ ଓ ଶୀତ ବସ୍ତ୍ର ତାଙ୍କୁ ପ୍ରଦାନ କରିଛି । ଯଉଠି ସ୍ଥାନୀୟ ସରପଂଚ ଙ୍କ ସମେତ ନେତା ଓ ପ୍ରଶାସନ ପହଂଚି ପାରିଲେ ନାହିଁ। ସେଇଠି ସାମାଜିକ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ପହଂଚି ସାହାଯ୍ୟ ସହଯୋଗର ହାତ ବଢ଼ାଇଥିବାରୁ ସ୍ଥାନୀୟ ଅଂଚଳରେ ଭୂୟସୀ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.

eighteen − fifteen =