ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମୀକ୍ଷା ବୈଠକ !

ଢେଙ୍କାନାଳ: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଗ୍ରାମାଞ୍ଚଳର ସାମଗ୍ରକବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରୁ ସୁଫଳ ପାଇବା ପାଇଁ ମାଇକ୍ରୋ ପ୍ଲାନିଂ କରି ପ୍ରତ୍ୟେକ ମାସ ପାଇଁ ଲକ୍ଷ୍ୟ ଧାର୍ଯ୍ୟକରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ, ବିଡିଓ ଏବଂ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ୨୧୨ଟି ପଞ୍ଚାୟତରେ ମଡେଲ ରୁରାଲ ପାର୍କ, ପୋଖରୀ ଏବଂ ପ୍ରସସ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଗ୍ରାମ୍ୟ ସମ୍ପଦ ସୃଷ୍ଟି ଏବଂ ଲୋକଙ୍କ ରୋଜଗାର ବୃ୍‌ଦ୍ଧି ଉପରେ ଅଗ୍ରାଧିକାର ଦେବାକୁ କହିଛନ୍ତି । ଗ୍ରାମାଞ୍ଚଳର ପ୍ରାଥମିକ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସରପଂଚ, ଜିଲ୍ଲା ପରିଷଦ ସଭ୍ୟମାନେ ପ୍ରକଳ୍ପ ନିର୍ମାଣ ନିମନ୍ତେ ପ୍ରସ୍ତାବ ଦେବାକୁ କହିଛନ୍ତି ।

ଜିଲ୍ଲାରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଚଳିତ ମାସ ସୁଦ୍ଧା ଶେଷ କରିବାକୁ କହିଛନ୍ତି । ଶ୍ରମଭିତିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ଶ୍ରମିକମାନଙ୍କୁ ରୋଜଗାର କ୍ଷମ କରିବାକୁ ରୁଣ ପ୍ରଦାନ କରି ଆତ୍ମନିର୍ଭରଶୀଳ କରାଇବା, ସାମାଜିକ ସୁରକ୍ଷା ପ୍ରଦାନ ଉପରେ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ନୂଆ ନଳକୂଅ ଖନନ, ସମସ୍ତ ସୋଲାର ପମ୍ପ କାର୍ଯ୍ୟକ୍ଷମ କରି ଲୋକମାନଙ୍କୁ ପାନୀୟ ଜଳ ଯୋଗାଣକୁ ନିଶ୍ଚିତ କରିବାକୁ ଜିଲ୍ଲାପାଳ କହିଛନ୍ତି ।

ଜିଲ୍ଲାର ଚିହ୍ନଟ ସମସ୍ତ ଦୁର୍ଗମ ଅଚଳର ବିକଶ ନିମନ୍ତେ ବିଡିଓମାନେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ।ଆବାସ ଯୋଜନାରେ ଅସମ୍ପୂର୍ଣ୍ଣ ଥିବା ଗୃହନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୁର୍ଣ୍ଣ ଦିଗର ବିଶେଷ ଗୁରୁତ୍ୱ ଦେବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ ବିଡିଓ ମାନଙ୍କୁ କହିଛନ୍ତି । ଜଳଛାୟା ମିସନ, ଉଦ୍ୟାନ, ବନବିଭାଗ, କ୍ଷୁଦ୍ର ଜଳସେଚନ, ସେରିକଲଚର ଆଜି ଲାଇନ ଡିପାର୍ଟମେଂଟର କାର୍ଯ୍ୟ ସମୀକ୍ଷା କରି ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା ସହିତ ଦାୟିତ୍ୱବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଆଗାମୀ ଦିନରେ ବନୀକରଣ ନିମନ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରିବାକୁ କହିଛନ୍ତି ।

ଜୀବିକା ମିଶନ କାର୍ଯ୍ୟକ୍ରମରେ ପଶୁପାଳନ, କୁକୁଡାଚାଷ, ଛତୁଚାଷ, ଫୁଳଚାଷ, ମହୁଚାଷ ଆଦି ନିମନ୍ତେ ସ୍ଥାନୀୟ ଲୋକଙ୍କୁ ଟ୍ରେନିଂ ଦେଇ ଆତ୍ମ ନିର୍ଭରଶୀଳ କରାଯିବ ବୋଲି ପ୍ରକାଶ କରିଛନ୍ତି । କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ପରିମଳ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ସହିତ ବାସଗୃହ ପରିସରରେ କମ୍ପୋଷ୍ଟ ପିଟ ଏବଂ ସୋକପିଟ୍ ନିର୍ମାଣ କରିବା ଉପରେ ଧ୍ୟାନ ଦେବାକୁ କହିଛନ୍ତି । ସମସ୍ତ ଯୋଗ୍ୟ ଚାଷୀଙ୍କୁ କିଶାନ କ୍ରେଡିଟ କାର୍ଡ ପ୍ରଦାନ ନିମନ୍ତେ ବିହିତ ବ୍ୟବସ୍ଥା କରିବାକୁ ସେ ବିଡିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ନୂଆ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଇ ସେମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ପାଇଁ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି । ଚଳିତ ମାସ ସୁଦ୍ଧା ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା ନିଶ୍ଚିତ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମ ସଭା କରାଇ ଅଞ୍ଚଳବାସୀଙ୍କ ସମସ୍ୟା ବୁଝି ଅଗ୍ରାଧିକାର ଭିତିରେ ଯୋଜନା ପ୍ରସ୍ତୁତ କରିବାକୁ ସେ ବିଡିଓ ଏବଂ ପ୍ରୋଗ୍ରାମ ଅଫିସର ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହି ସମୀକ୍ଷା ବୈଠକରେ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ସରୋଜ କୁମାର ଦତ, ଆରଡବ୍ଲ୍ୟୁ, ଏସଏସର ସୁପରିଟେଂଣ୍ଡେଟ ଇଂ.ସୁରେନ୍ଦ୍ର କୁମାର ବେହେରାଙ୍କ ସମେତ ଲିଡ ବ୍ୟାଙ୍କ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ , ସମସ୍ତ ବିଡିଓ, ଏବିଡିଓ, ପ୍ରୋଗ୍ରାମ ଅଫିସର, କନିଷ୍ଠ ଯନ୍ତ୍ରୀମାନେ ଯୋଗଦେଇ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇଥିଲେ ।

Leave A Reply

Your email address will not be published.

five − three =