ହିନ୍ଦୋଳ; ଚିକିତ୍ସା ପରେ ମାଇ ହାତୀଛୁଆ ମୃତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ବିଭାଗ ତରଫରୁ ଏକ ମାଇହାତୀ ଛୁଆକୁ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ହାତୀ ଛୁଆ ଆରୋଗ୍ୟ ହୋଇ ତାର ଗୋଷ୍ଠୀ ସହ ଜଙ୍ଗଲରେ ବୁଲିଥିବା ବେଳେ ହିନ୍ଦୋଳ ବନାଞ୍ଚଳରେ ବନ କର୍ମଚାରୀମାନେ ଛୁଆ ହାତୀର ମୃତଦେବ ପାଇଥିବା ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାରୁ ପ୍ରକାଶ ଏକ ବର୍ଷର ମାଇହାତୀ ଛୁଆକୁ ଜିଲ୍ଲା ବନବିଭାଗ ତରଫରୁ ସଠିକ ଚିକିତ୍ସା ପ୍ରଦାନ କରାଯାଇ ସୁସ୍ଥ କରାଯାଇଥିଲା । ଗତ ୨.୪.୨୨ ତାରିଖରେ ଜିଲ୍ଲା ବନଖଣ୍ଡ ଅଧିନରେ ଥିବା ସଦର ରେଞ୍ଜ ଅନ୍ତର୍ଗତ ସି.ଏସ.ପ୍ରସାଦ ବନାଞ୍ଚଳ ଠାରେ ଏକ ହାତୀ ପଲଙ୍କ ସହ ଏହି ହାତୀଛୁଆକୁ ବନ ବିଭାଗ ନେଇ ଛାଡି ଦେଇଥିଲା । ବିଗତ ୧୯ ଦିନ ଧରି  ହାତୀପଲଙ୍କ ସହ ଏହି ମାଇହାତୀ ଛୁଆ ବୁଲି ବୁଲି ହିନ୍ଦୋଳ ବନଖଣ୍ଡ ଅନ୍ତର୍ଗତ ଆଳୁସିଂହ ବନାଞ୍ଚଳ ପାଖରେ ପହଞ୍ଚି ଥିଲା ।

ଏହି ଛୁଆହାତୀଟି ଗତ ତିନି ଦିନ ହେବ ଉକ୍ତ ଅଞ୍ଚଳରେ ବୁଲୁଥିବା ବେଳେ ସକାଳ  ସମୟରେ ଉକ୍ତ ଅଞ୍ଚଳର ବନ କର୍ମଚାରୀମାନେ ମାଇ ଛୁଆହାତୀର ମୃତ ଦେହ ଠାବ କରିଥିଲେ । ଘଟଣା ସ୍ଥଳରେ ହିନ୍ଦୋଳ ବ୍ଳକର ପ୍ରାଣୀ ଚିକିତ୍ସକ ପହଞ୍ଚ ୃ ତଛୁଆ ହାତୀର ଶବ ବ୍ୟବଚ୍ଛେଦ କରି  ନମୁନା ସଂଗ୍ରହ କରିଥିଲେ । ଏହି ନମୁନାକୁ ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟକୁ ପଠାଇଛନ୍ତି । ସଂଗୃହୀତ ନମୁନାକୁ ଯାଞ୍ଚ କରିବା ପରେ ହାତୀ ଛୁଆଟିର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

13 − 5 =