ଢେଙ୍କାନାଳ ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ “ ମୁଁ ହେବି ନବୀନ ଓଡିଶାର ସାରଥୀ” ରେ ଯୋଗଦେବାକୁ ଆହ୍ୱାନ !
ଢେଙ୍କାନାଳ: ଢେଙ୍କାନାଳ ସହରସ୍ଥ ମୁନିସିପାଲଟି ଅଡିଟରିୟମ ହଲରେ ଆସନ୍ତା ଡିସେମ୍ବର ମାସ ୨ତରିଖରେ ରାଜ୍ୟ ଯୁବ ଓ ଛାତ୍ର ନେତୃମଣ୍ଡଳିମାନଙ୍କୁ ନେଇ “ ମୁଁ ହେବି ନବୀନ ଓଡିଶାର ସାରଥୀ” କାର୍ଯ୍ୟକ୍ରମର ଏକ କର୍ମଶାଳା ଅନୁଷ୍ଠିତ ହେବ । ଏହି କର୍ମଶାଳାରେ ଯୁବ ଓ ଛାତ୍ର ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ଯୁବ ବିଜେଡି ସଭାପତି ଡ଼ ବ୍ୟେମକେଶ ରାୟ, ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଞନ ତ୍ରିପାଠୀଙ୍କ ସମେତ ଢେଙ୍କାନାଲ ଲୋକସଭା ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା ଯୋଗଦେବେ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ବିଜେଡି କାଯ୍ରା୍ୟଳୟ ଠାରେ ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ଜିଲ୍ଲା ସଂଗଠନକୁ ନେଇ “ମୁଁ ହେବି ନବୀନ ଓଡିଶାର ସାରଥୀ” ଉପରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ଧର୍ମାନନ୍ଦ ପରିଡାଙ୍କ ତତ୍ୱା ବଧାନରେ ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର ଓ ଜିଲ୍ଲା କୃଷକ ଜନତା ସଭାପତି ନରୋତ୍ତମ ସାହୁଙ୍କ ଉପସ୍ଥିତିରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । “ ମୁଁ ି ହେବି ନବୀନ ଓଡିଶାର ସାରଥୀ” କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ଯୁବକ ମାନେ ସାମିଲ ହୋଇ ନୁତନ ଭୋଟର ତାଲିକା ସଂଗ୍ରହ କରିବା ଏବଂ କ୍ରୀଡ କ୍ଷେତ୍ରରେ ସାମିଲ ଥିବା କ୍ରୀଡାବିତ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମକୁ ପଞିକରଣ କରିବା ସହିତ ଛାତ୍ର ସଙ୍ଗଠନକୁ ତୃଣମୁଳ ସ୍ତରରୁ ମଜବୁତ କରିବାକୁ ବିଭିନ୍ନ ପ୍ରସ୍ତାବମାନ ଆଗତ ହୋଇଥିଲା । ନବୀନ ଓଡିଶା ଭିତ୍ତିଭୁମିର ବିକାଶ ଓ ରାଜ୍ୟକୁ ଏକ ନମ୍ବର ରେ ପରିଣତ କରିବାପାଇଁ ସଂଗ୍ରାମ କରୁଥିବା ରାଜ୍ୟ ନେତୃମଣ୍ଡଳିର ଉଦ୍ୟମକୁ ଜିଲ୍ଲାରେ ପାଳନ କରିବା ପାଇଁ ଯୁବ ସଭାପତି ଆହ୍ନାନ ଦେଇଥିଲେ । ଏଥି ସହିତ ଯୁବ ଓ ଛାତ୍ର କର୍ମୀମାନେ ସୋସିଆଲ ମିଡିଆ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାକୁ ପ୍ରଚାର, ପ୍ରସାର କରିବା ନିମନ୍ତେ ଦୈନିକ ୫ମିନିଟ ସମୟ ଦେବା ପାଇଁ ଉପସ୍ଥିତ ଛାତ୍ର ସଭାପତି ସୁରଜ ମହାପାତ୍ର ଓ କୃଷକ ସଭାପତି ନରୋତ୍ତମ ସାହୁ ପରାମର୍ଶ ଦେବା ସହ ଜିଲ୍ଲାରେ ଥିବା ଯୁବ ଓ ଛାତ୍ର ମାନଙ୍କୁ ‘ମୁଁ ହେବି ନବୀନ ଓଡିଶାର ସାରଥ‘ô ରେ ସାମିଲ ହେବାକୁ କହିଥିଲେ । ଡିସେମ୍ବର ମାସ ୨୬ ତାରିଖରେ ବିଜୁ ଜନତା ଦଳର ପ୍ରତିଷ୍ଠ ଦିବସ ହେଉଥିବାରୁ ଉକ୍ତ ତାରଖ ପୁର୍ବରୁ ରାଜ୍ୟରେ ଜୀବନ ବିନ୍ଦୁ ଓ ମୋ ପରିବାର ମାଧ୍ୟରେ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ କାରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ସେଥିପାଇଁ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ସମସ୍ତ ବ୍ଲକ , ମୁନିସିପାଲିଟି ଓ ଏନଏସିରୁ ଜୀବନ ବିନ୍ଦୁ ଓ ମୋ ପରିବାର ଆନୁକୁଲ୍ୟରେ ୧୨୦୦ ୟୁନିଟ ରକ୍ତ ସଂଗ୍ରହ କରାଯିବାର ଲକ୍ଷ୍ୟ ରହିଛି ବୋଲି ଯୁବ ସଭାପତି ଶ୍ରୀ ପରିଡା ଏହାର ସଫଳତା ପାଇଁ ସମସ୍ତଙ୍କର ସହେଯାଗ ଲୋଡିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ସତ୍ୟଜିତ ପଟ୍ଟନାୟକ, ଜିଲ୍ଲା ଯୁବ ଓ ଛାତ୍ର କମିଟିର କର୍ମକର୍ତ୍ତା ସମେତ ଜିଲ୍ଲାର ସମସ୍ତ ବ୍ଲକର ଯୁବ ଓ ଛାତ୍ର ସଭାପତିମାନେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ଜିଲ୍ଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ଭାବେ ନୁତନ ଦାୟିତ୍ୱ ପ୍ରଦାନ ପାଇଁ ହିନ୍ଦୋଳ ଏନଏସି ନଗରପାଳ କେଶବ ଚନ୍ଦ୍ର ପଧାନଙ୍କ ନାମକୁ ରାଜ୍ୟ ନେୃତ୍ୱ ମଣ୍ଡଲିଙ୍କ ନିକଟକୁ ପ୍ରସ୍ତାବ ଦିଆଯିବା ସହ ବୈଠକର ପ୍ରାରମ୍ଭରେ ଦିବଂଗତ ଜିଲ୍ଲା ସାଧାରଣ ସମ୍ପାଦକ ତଥା ପୁର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରଞନ ନନ୍ଦଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଗ୍ରହଣ କରାଯାଇ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।