ମାଇକ୍ରୋମିଡ଼ିଆ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କପିଳାସ ମହୋତ୍ସବ ଉଦ୍‌ଯାପିତ !

ଢ଼େଙ୍କାନାଳ :ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ମାଇକ୍ରୋମିଡିଆ ଆୱାରନେସ୍ ଅନୁଷ୍ଠାନର ୨୧ତମ ବାର୍ଷିକ , ରାଜ୍ୟ ସ୍ତରୀୟ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ ୨୦୨୩ ତଥା କପିଳାସ ମହୋତ୍ସବ ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଗତ ୨୫ ତାରିଖ ଠାରୁ କପିଳାସ ପିଠରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଗୋପବନ୍ଧୁ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା । କପିଳାସ ମହୋତ୍ସବ ସୋମବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ କହିଲେ, ଢେଙ୍କାନାଳ ଜିଲ୍ଲାର କଳାକାରମାନେ ସମସ୍ତେ ପ୍ରତିଭାବାନ୍। ସେମାନଙ୍କ ପ୍ରତିଭା ବିକଶିତ ହେଲେ ଅନୁଷ୍ଠାନଗୁଡିକ ଆଗକୁ ବଢ଼ିବ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ଗଙ୍ଗାଧର ସାମଲ ବୋଇତ ବନ୍ଦାଣ ପରମ୍ପରା ଓ ଐତିହ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସହଯୋଗ ମିଳିଲେ କଳାକାର ଓ ଅନୁଷ୍ଠାନଗୁଡିକ ବଞ୍ଚିପାରିବ। ମାଇକ୍ରୋ ମିଡ଼ିଆ ପକ୍ଷରୁ ୨୧ ବର୍ଷ ଧରି ଏହି ପ୍ରତିଭା ଚୟନ ଓ ପ୍ରତିଦ୍ଭା ସମ୍ମାନ ରାଜ୍ୟ ସ୍ତରରେ କରି ଆସୁଛନ୍ତି ଏହା ଅତ୍ୟନ୍ତ ଗୌରବ କଥା ଏହା ସହିତ ୫ ବର୍ଷ ଧରି କପିଳାସ ପୀଠରେ ଏହି ମହୋତ୍ସବ ଆୟୋଜନ କରି ସମସ୍ତଙ୍କୁ ଏକାଠି କରି କଳା ସଂସ୍କୃତି ପାଇଁ କାର୍ଯ୍ୟ କରି ଜିଲ୍ଲାକୁ ଗୌରବ ମଣ୍ଡିତ କରୁଥିବାରୁ ଅନୁଷ୍ଠାନର ସମସ୍ତଙ୍କୁ ଉଚ୍ଚ ପ୍ରଶସା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବରାଜ ଅମରଜ୍ୟୋତି ସିଂହଦେଓ, ପରିବେଶବିତ୍ ପ୍ରଦ୍ୟୁମ୍ନ ରଥ, ସାମାଜିକ କର୍ମୀ ସୁକାନ୍ତ କୁମାର ମିଶ୍ର, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ସାମାଜିକ କର୍ମୀ ନରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଶିଳ୍ପୀ ପରେଶଚନ୍ଦ୍ର ପଟ୍ଟନାୟକ ଉତ୍ସବରେ ସଭାପତିତ୍ବ କରିଥିଲେ। ସମ୍ପାଦିକା ମଧୁସ୍ମିତା ସାହୁ ବାର୍ଷିକବିବରଣୀ ପାଠ କରିଥିଲେ। କପିଳାସ ମହୋତ୍ସବର ଆବାହକ ଇଂ ସୌମ୍ୟବ୍ରତ ସାହୁ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନୁଷ୍ଠାନ ଅନ୍ୟତମ ଉପଦେଷ୍ଟା ସତ୍ୟ ସ୍ଵରୂପ ଦାସ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଗୀଟାର ବାଦକ ଗୁରୁ ବିମଳ କୁମାର ପ୍ରଧାନ, କଣ୍ଠଶିଳ୍ପୀ ତଥା ସାହିତ୍ୟିକା ରଶ୍ମିତା ରାଉତ, ସାହିତ୍ୟିକ ରାଜୀବ ଲୋଚନ ସ୍ବାଇଁ, ଶଲ୍ୟ ବିଶେଷଜ୍ଞ ଡା. ସତ୍ୟ ନାରାୟଣ ମହାପାତ୍ର,ସମାଜସେବୀ ନରେନ୍ଦ୍ର କୁମାର ସାମଲ, ଶିକ୍ଷାବିତ୍‌ ପବିତ୍ର ମୋହନ ମହାପାତ୍ର, ଯୁବ ଉଦ୍ୟୋଗୀ ସୁଶାନ୍ତ କୁମାର ସାହୁ ଓ ରାଜ୍ୟ ଲୋକକଳା ସଂଘ ଉପସଭାପତି ଅବନୀ ମିଶ୍ରଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ଅଥୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୁଶାନ୍ତ ପାଣି ସଂଯୋଜନା କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କବିତା ଆସର ଆୟୋଜନ କରାଯାଇ ଥିଲା । ଏହି ସାହିତ୍ୟ ଆସରରେ ଆସିଥି ଭାବେ ପୂର୍ବତନ ଓଡ଼ିଆ ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ ବାହାଦୁର ପାଟ୍ଟଶାଣୀ, ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟା ଡ଼. ପୁଷ୍ପଲତା ରଥ, ବରିଷ୍ଠ ସାହିତ୍ୟକ ରାଧାନାଥ ରଥ ଯୋଗଦାନ କରି ଅନୁଷ୍ଠାନ କାର୍ଯ୍ୟଧାରା କୁ ପ୍ରଶସା କରିଥିଲେ । ସାହିତ୍ୟିକା ସଂଯୁକ୍ତା ସରଣ, ମମତା ମିଶ୍ର, ନିବେଦିତା ରଥ ଙ୍କ ସଂଯୋଜନାରେ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ । ଏହି ଅବସରରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଠାରେ “ରକ୍ତ ଦାନ ମହାପୂର୍ଣ୍ୟ” ଅନୁଷ୍ଠାନ ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସେଛାକୃତ ରକ୍ତଦାନ ଆୟୋଜନ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିବସ ସକାଳେ ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବେ ଜିଲ୍ଲା ଓକିଲ ସଂଘର ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ସମାଜ ସେବୀ ରାମଚନ୍ଦ୍ର ପାତ୍ର,ସୁକାନ୍ତ କୁମାର ମିଶ୍ର, ବିଶ୍ଵନାଥ ବେହେରା, ସାମ୍ବାଦିକ ସଂଘର ସଂପାଦକ ସତ୍ୟ ସ୍ଵରୂପ ଦାସ, ଗଙ୍ଗାଧର ରାଉତ ଯୋଗ ଦାନ କରି ଉଦ୍ ଘାଟନ କରିଥିଲେ ପରେ, ପରେ ବିଭିନ୍ନ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥିଲା। ସେହିପରି ଦ୍ୱିତୀୟ ସଂଧ୍ୟା ଅଧିବେଶନ ପୁରସ୍କାର ବିବରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ଅଧକ୍ଷା ଅର୍ଚନା ପୁହାଣ, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଉପନଗର ପାଳ ପ୍ରକାଶ ଚନ୍ଦ୍ର କୁଅଁର, ବରିଷ୍ଠ ସାମ୍ବାଦିକ ତଥା ନଟରାଜ ସଙ୍ଗିତ ମହାବିଦ୍ୟାଳୟର ଅଧକ୍ଷ କୃଷ୍ଣ କୁମାର ମିଶ୍ର ,ବରିଷ୍ଠ ଆଇନଜୀବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକ, ଯୁବ ଆଇନଜୀବୀ ଦେବାଶିଷ ମିଶ୍ର ପ୍ରମୁଖ ଯୋଗଦେଇ ୨୧ବର୍ଷ ଧରି ମାଇକ୍ରୋମିଡିଆ ଅନୁଷ୍ଠାନର ପ୍ରତିଭା ଚୟନ ଯାତ୍ରା ଅବ୍ୟାହତ ରହିଥିବାରୁ ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନୁଷ୍ଠାନର ନିର୍ଦେଶକ ଅଥୟ କୁମାର ସାହୁ ଉତ୍ସବରେ ସଭାପତିତ୍ୱ କରିଥିଲେ । ଏହି ଅବସରରେ ସ୍ମରଣିକା ସ୍ମୃତି ଉନ୍ମୋଚିତ ହୋଇଥିଲା । ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ଉଲ୍ଲେଖିନିୟ ସେବା ପ୍ରଦାନ କରିଥିବା ଢେଙ୍କାନାଳ ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଶିକ୍ଷାବିତ ଡ. ବିଧାନଚନ୍ଦ୍ର ମିଶ୍ର ସ୍ମୃତି ସମ୍ମାନରେ ପ୍ରଫେସର ତାରା ପ୍ରସନ୍ନ ଶତପଥୀ, ଦକ୍ଷ ସଂଗଠକ ଭାବେ ଜିଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟ ସ୍ୱରୁପ ଦାସ, ବରିଷ୍ଠ ଖବରଦାତା ବିମଳ କୁମାର ଥମ୍ବ, ସାମାଜସେବୀ ରବିନ୍ଦ୍ର ପ୍ରସାଦ ପଟ୍ଟନାୟକ, ଗୋବିନ୍ଦପୁର ହରପାର୍ବତୀ ଦଣ୍ଡନୃତ୍ୟର ପ୍ରମୁଖ କର୍ମକର୍ତା ସନ୍ତୋଷ କୁମାର ସ୍ୱାଇଁ, କଣ୍ଠଶିଳ୍ପୀ ସମାହିକ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବର ମଂଚକୁ ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଡ. ବିଧାନଚନ୍ଦ୍ର ମିଶ୍ରଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା । ସେହିପରି ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅରବିନ୍ଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ସୁଶାନ୍ତ କୁମାର ପାଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଳାକାରମାନେ ମହିଳା ସଶକ୍ତିକରଣ ଉପରେ ପ୍ରଦର୍ଶିତ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା ।

Leave A Reply

Your email address will not be published.

nineteen + seventeen =