ମନରେଗା ଯୋଜନାରେ ମେସିନ ଦ୍ୱାରା କାର୍ଯ୍ୟ ସବୁ ଜାଣି ନିରବଦ୍ରଷ୍ଟା ପ୍ରଶାସନ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ହିନ୍ଦୋଳ ବ୍ଳକରେ ମନରେଗା ଯୋଜନାରେ ଗୋଟିଏ ପରେ ଗୋଟିଏ ମେସିନ ଦ୍ୱାରା କାର୍ଯ୍ୟ କରାଯାଉଥିବା ଘଟଣା ଲୋକ ଲୋଚନକୁ ଆସୁଛି ।

ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଳକ ଅନ୍ତର୍ଗତ ଜରଡା ଗ୍ରାମ ପଂଚାୟତରେ ମନରେଗା କାର୍ଯ୍ୟ ଶ୍ରମିକ କରିବା ପରିବର୍ତେ ମେସିନ ଦ୍ୱାରା କାର୍ଯ୍ୟ ହେଉଥିବା ଜମାପଡିଛି । ବାଲିକିଆରୀ ଗ୍ରାମ ନିକଟସ୍ଥ (ଖଇରା ତଇଳା ବନ୍ଧ) ଏବଂ ଛୋଟାପଡା ଗ୍ରାମ ନିକଟସ୍ଥ (ନିମମା ବନ୍ଧ) ପୋଖରୀ ମେସିନ ଦ୍ୱାରା ରାତିରେ ଖୋଳା ଯାଉଥିବା ଅଭିଯୋଗ ହୋଇଛି ।

ସରକାରଙ୍କ ନିୟମାନୁଯାୟୀ ମନରେଗା ଯୋଜନାରେ ମେସିନରେ କାର୍ଯ୍ୟ କରିବା ପାଇଁ ବାରଣ ଥିଲେ ମଧ୍ୟ ସରକାରଙ୍କ ନିୟମକୁ ଖୁଲମଖୁଲ୍ଲା ଉଲଂଘନ କରି ଏଠାରେ କିପରି ମେସିନ ଦ୍ୱାରା କାର୍ଯ୍ୟ କରାଯାଉଛି ତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା କି କାର୍ଯ୍ୟ କରିବା ପୂର୍ବରୁ ସୂଚନା ଫଳକ କରିବା ବିଧେୟ ଥିଲେ ମଧ୍ୟ ଏଠି ତାହା ଦେଖିବାକୁ ମିଳିନି । ଯେଉଁ କାରଣ ପାଇଁ କେତେ ଟଙ୍କାର କାମ ତାହା ସଠିକ ସୂଚନା ମିଳିପାରିନାହିଁ ।

ଏ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶ ପାଇବ ସତ୍ୱେ କିଭଳି ଦାୟୀତ୍ୱହୀନ ଭାବରେ ପ୍ରଶାସନ ନୀରବ ଦ୍ରଷ୍ଟା ।ଜୁଛି ତାକୁ ନେଇ ମଧ୍ୟ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଇଛି । ମନରେଗା ଯୋଜନାରେ ମେସିନ ଦ୍ୱାରା କାର୍ଯ୍ୟ କରାଯିବା ଏବଂ ପ୍ରଶାସନ ଜାଣି ଅଜଣା ଭଳି ନୀରବ ରହିବ ମାନେ ଏମାନଙ୍କ ଭିତରେ ମଧୁଚନ୍ଦ୍ରିକା ଥିବା ଜଳଜଳ ବାରି ହୋଇପଡୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ମନରେଗା ଯୋଜନାରେ ଶ୍ରମିକମାନେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରିବେ ଏବଂ ମେସିନରେ ଏହି କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି ସରକାର ଯେଉଁ ନିୟମାବଳୀ କରିଛନ୍ତି ତାହା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ଶ୍ରମିକମାନେ କହିବା ସହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରମିକମାନେ ଦାବୀ କରିଛନ୍ତି ।

ଏ ସମ୍ପର୍କରେ ପଞ୍ଚାୟତ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲୁ । ଏ ସମ୍ପର୍କରେ ଜରଡା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ଏହା ସମ୍ପୂଣ୍ଣ ମିଛ ବୋଲି କହିଥିଲେ । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.

11 + two =