ଢେଙ୍କାନାଳ : ରଞ୍ଜା ଓ ଶୁଆଖାଇକାଟେଣୀ ଗ୍ରମ ତରଫରୁ ୧୪ ବର୍ଷ ଧରି ଶ୍ରୀ ଶ୍ରୀ ରାମେଶ୍ୱରଙ୍କ ପ୍ରାଙ୍ଗଣରେ ପ୍ରଭୁ ଶ୍ରୀ କାର୍ତୀକେଶ୍ୱରଙ୍କ ପୂଜା ଗୁରୁବାର ପ୍ରାତଃ ସମୟରୁ ଆରମ୍ଭ ହୋଇଅଛି । କଳସ ଯାତ୍ରା
ସହିତ ମଙ୍ଗଳ ଆଳତି, ସୂର୍ଯ୍ୟପୂଜା, ବାଳଭୋଗ ଓ ସକାଳ ଧୂପ ହୋଇ ପୂଜାର ଆରମ୍ଭ ହୋଇଥିଲା । ଆସନ୍ତା୫ ଦିନ ଧରି ସମସ୍ତ ନୀତିକାନ୍ତି, ଭଜନ, କୀର୍ତନ ସହିତ ପ୍ରଭୁଙ୍କ ପୂଜା ଚାଲୁ ରହିବ । ଋକ୍ ବେଦୀୟ ବ୍ରାହ୍ମଣଚନ୍ଦ୍ର ମଣି ମହାପାତ୍ର ପୂଜକ ଓ କର୍ତା ଦଣ୍ଡଧର ସାହୁ ସମସ୍ତ ପୂଜାକୁ ସୂଚାରୁ ରୂପେ ପରିଚାଳନା କରୁଛନ୍ତି ।
ସମସ୍ତ କର୍ମକର୍ତା ଏହି ପୂଜାକୁ ସହଯୋଗ କରୁଛନ୍ତି ।