ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ହୀରାସାଗର ମଙ୍ଗଳା ମନ୍ଦିର ନିକଟରେ ଥିବା ଗଣେଶ କ୍ଲବ୍ପକ୍ଷରୁ ୩୭ତମ କାର୍ତିକେଶ୍ୱର ପୂଜା ଅନୁଷ୍ଠିତ ହେଉଅଛି । ଏହି ପୂଜା ବହୁ ବର୍ଷ ଧରି ଚାଲି ଆସୁଥିବା ବେଳେଏବେ ଗଣେଶ କ୍ଲବ୍ର ସଭ୍ୟମାନେ ତଥା ସାହିବାସୀନ୍ଦାଙ୍କ ସହଯୋଗରେ ଚାଲୁଅଛି । ପ୍ରଭୁ ଶ୍ରୀ କାର୍ତୀକେଶ୍ୱରଙ୍କପୂଜା ଗୁରୁବାର ପ୍ରାତଃ ସମୟରୁ ଆରମ୍ଭ ହୋଇଅଛି । କଳସ ଯାତ୍ରା ସହିତ ମଙ୍ଗଳ ଆଳତି, ସୂର୍ଯ୍ୟପୂଜା,ବାଳଭୋଗ ଓ ସକାଳ ଧୂପ ହୋଇ ପୂଜାର ଆରମ୍ଭ ହୋଇଥିଲା । ଆସନ୍ତା ୫ ଦିନ ଧରି ସମସ୍ତ ନୀତିକାନ୍ତି, ଭଜନ, କୀର୍ତନ ସହିତ ପ୍ରଭୁଙ୍କ ପୂଜା ଚାଲୁ ରହିବ । ଏହି ପୂଜା ଅଜିତ୍ କୁମାର ନନ୍ଦଙ୍କ ତତ୍ୱାବଧାନରେ ହେଉଅଛି
ା ଏଥିରେ କର୍ତା ସ୍ୱପ୍ନେଶ୍ୱର ଭଟ୍ଟ ଏବଂ କର୍ତୀ କଳ୍ପନା ଭଟ୍ଟଙ୍କ ଦ୍ୱାରା ସମ୍ପାଦନ ହେଉଅଛି । ଆସନ୍ତା ୨୭ ତାରିଖପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ହେବା ସହିତ ପୂଜା ସମାପନ ହେବ । ଗଣେଶ କ୍ଲବ୍ର ସମସ୍ତ କର୍ମକର୍ତା ଏହି ପୂଜାକୁସୁଚାରୁ ରୂପେ ପରିଚାଳନା କରୁଛନ୍ତି ।