ଭାଗବତ ଟୁଙ୍ଗି ନିର୍ମାଣ କୁ ନେଇ ବିଜେଡି – ବିଜେପିମୁହାଁ ମୁହିଁ : ନିର୍ମାଣ କାର୍ଯ୍ୟ ବନ୍ଦ କଲେ ସରପଞ୍ଚ ଗୋଷ୍ଠୀ ,ମାମଲା ଥାନାରେ !
ଢ଼େଙ୍କାନାଳ : ଗାଁ ର ବିକାଶ ହିଁ ,ପ୍ରକୃତରେ ଦେଶର ବିକାଶ । ଏହାକୁ ହୃଦୟଙ୍ଗମ କରି ନୂତନ ଓଡ଼ିଶା ନିର୍ମାଣ ପାଇଁ ରାଜ୍ୟ ସରକାର ” ଆମ ଓଡ଼ିଶା,ନବୀନ ଓଡ଼ିଶା” ଯୋଜନା ପ୍ରଣୟନ କରି ପ୍ରତ୍ୟେକ ପଞ୍ଚାୟତ ର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ପଞ୍ଚାୟତ ରେ ” ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନାରେ ଏକ ଭାଗବତ ଟୁଙ୍ଗି ପାଇଁ ୪ ଲକ୍ଷ ଟଙ୍କା ଅନୁଦାନ ମିଳିଛି । ବ୍ଲକ ଯନ୍ତ୍ରୀ ଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ କାମ ଭଲ ହେବା ସକାଶେ ଭାଗବତ ଟୁଙ୍ଗି ର ଗୁରୁ ଭାଇ ମାନେ ନିର୍ମାଣ କାର୍ଯ୍ୟ କରିବାକୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ପରାମର୍ଶ ଦେଇଥିଲେ । ଏହା ପରେ ଭାଗବତ ଟୁଙ୍ଗି ର ଗୁରୁ ଭାଇ ମାନେ ଗତ ୧୫ ତାରିଖ ଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ସୋମବାର ସକାଳ ସାଢେ଼ ୮ ଘଟିକା ସମୟରେ ସରପଞ୍ଚ ରଞ୍ଜନ ବାରିକ ( ବିଜେପି) ସମର୍ଥକ ମାନେ କର୍ଯ୍ୟସ୍ଥଳି କୁ ଆସି କାମ ବନ୍ଦ କରିବାକୁ ତାଗିଦ୍ କରିଥିଲେ । ସମିତି ସଭ୍ୟା ( ଖୋଦ୍ ବ୍ଲକ ଅଧ୍ୟକ୍ଷା ,ବିଜେଡି) ଙ୍କ ସମର୍ଥକ ଙ୍କ ସହ ସରପଞ୍ଚ ଙ୍କ ସମର୍ଥକ ଙ୍କ ମଧ୍ୟରେ କିଛି ସମୟ ଧରି ଉଚ୍ଚ ବାଚ,ଯୁକ୍ତି ତର୍କ ଲାଗି ରହିବା ପରେ ସରପଞ୍ଚ ଙ୍କୁ ନ ପଚାରି ତାଙ୍କ ଅଜ୍ଞାତରେ କାମ ହୋଇପାରିବ ନାହିଁ ବୋଲି ଜିଦ୍ ଧରିଥିଲେ । ଏ ସମ୍ପର୍କରେ ଗୁରୁ ଭାଇ ମାନେ ସରପଞ୍ଚ ଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ମଧ୍ୟ କାମ ବନ୍ଦ ପାଇଁ ଧମକ ଦେବାରୁ ବାଧ୍ୟ ହୋଇ କାମ ବନ୍ଦ କରାଯାଇଥିଲା । ପରେ ଏ ସମ୍ପର୍କରେ ଭୁବନ ଥାନାରେ ସରପଞ୍ଚ ଙ୍କ ସହ ତାଙ୍କ ସମର୍ଥକ ମୂରଲୀଧର ବେହେରା,ସନ୍ତୋଷ ବାରିକ,ବିଷ୍ଣୁ ପୋଇ ଓ ସେମାନଙ୍କ ସହଯୋଗୀ ମାନଙ୍କ ନାମରେ ଭାଗବତ ଟୁଙ୍ଗି କର୍ମକର୍ତ୍ତା ଚକ୍ରଧର ପାଣି,ରମେଶ ଚନ୍ଦ୍ର ପାଣି,ଆଦୈତ୍ୟ ଚରଣ ସାହୁ,ପ୍ରହଲ୍ଲାଦ ମହାରଣା,ଭୀମସେନ ସାହୁ,ବ୍ରଜବନ୍ଧୁ ରାଉତ,ଅଚ୍ୟୁତାନନ୍ଦ ସାହୁ, ଶଙ୍କର୍ଷଣ ନାୟକ , ଗତିକୃଷ୍ନ ନାୟକ ,ପୂର୍ବତନ ସରପଂଚ ନଟବର ସାହୁ ପ୍ରମୁଖ ସ୍ୱାକ୍ଷର କରି ଭୁବନ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା ଜଣା ପଡ଼ିଛି । ଏହି ଘଟଣାକୁ ନେଇ ବାସ୍ତବରେ ବିଜେପି ବିକାଶ ବିରୋଧୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।