କମିନିଙ୍ଗ ପଥର ଖଣି ଉପରେ ଚଢାଉ: ୬ଟି ଟ୍ରକ,୧ଟି ଟ୍ରାକ୍ଟର ଏବଂ ୨ଟି ପାୱାରଟିଲର ଜବତ !

ଢେଙ୍କାନାଳ :ଖଣି ଖଦାନରୁ ବେଆଇନ ଖନନ ଓ ଚୋରା ଚାଲାଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ଭାବେ ଚଢାଉ ଜାରିରହିଛି ।

ଜିଲ୍ଲପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ସଦର ବ୍ଳକ ଅନ୍ତର୍ଗତ ଗଜମରାର କମିନିଙ୍ଗ ପଥର ଖଣିରେ ଚଢାଉ କରି ବେଆଇନ ଭାବେ ଖନନ କରୁଥିବା ୨ଟି ପାୱାର ଟିଲର ଓ ପଥର ଚାଲାଣ କରୁଥିା ୬ଟି ଟ୍ରକ, ୧ଟି ଟ୍ରାକ୍ଟରକୁ ସଦର ଉପଜିଲ୍ଲାପାଳ, ଆଇଏଏସ୍ ପ୍ରୋବେସନର ବିଭୁତି ଭୂଷଣ ନାୟକ ଜବତ କରିଛନ୍ତି । ଖଣି ଖଦାନରେ ବେଆଇନ ଖନନ ଓ ଚୋରା ଚାଲାଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ଚଢାଉ ଜାରି ରଖାଯାଇ ରାଜସ୍ୱ ହାନୀକୁ ରୋକାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

fourteen − 3 =