ଛଦେଶ ସାହିତ୍ୟ ସଂସଦର ୨୬ତମ ବାର୍ଷିକ ସମାରୋହ ଅନୁଷ୍ଠିତ !

ଢେଙ୍କାନାଳ : ଗ୍ରାମାଞ୍ଚଳରେ ଗଢି ଉଠିଥିବା ସାହିତ୍ୟ ସଂଗଠନ ମାନଙ୍କ ମାଧ୍ୟମରେ ସୃଜନ ପ୍ରକାଶ ହେଉଥିବାସାହିତ୍ୟିକ ମାନଙ୍କର ସୃଷ୍ଟ ସାହିତ୍ୟ ଗାଁ ଢିଙ୍କିକୁଟା ଚାଉଳ, ବଣ ଝରଣା, ପାହାଡ ଉପର ପବନ ପରି ଶୁଦ୍ଧ, ନିର୍ମଳ ଓ ନିର୍ଭେଜାଲ ବୋଲିଛଦେଶ ସାହିତ୍ୟ ସଂସଦର ୨୬ତମ ବାର୍ଷିକ ସମାରୋହରେ ଉପସ୍ଥିତ ଅତିଥିମାନେ ବ୍ୟକ୍ତ କରିଥିଲେ । ସଦର ବ୍ଲକ୍ ଅନ୍ତର୍ଗତ ଛଦେଶଅଂଚଳ ଭାପୁର ଠାରେ ପ୍ରତିଷ୍ଠିତ ଛଦେଶ ସାହିତ୍ୟ ସଂସଦର ଦୁଇଦିନିଆ ବାର୍ଷିକୋତ୍ସବ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପାଳିତ
ହୋଇଯାଇଅଛି । ପ୍ରଥମ ଦିବସକୁ ବିଶିଷ୍ଟ ସାରସ୍ୱତ ସାଧର ତଥା ଶ୍ରୀ ଅରବିନ୍ଦ ଦର୍ଶନ ପ୍ରବକ୍ତା କବିମଣି ଇନ୍ଦ୍ରମଣି ନାୟକ ଉଦ୍‌ଘାଟନ
କରି କହିଥିଲେ ଯେ, ଗ୍ରାମାଂଚଳର ସାହିତ୍ୟ ପ୍ରାକୃତିକ ପଦାର୍ଥ ପରି ଶୁଦ୍ଧ ଓ ମୌଳିକ । ଏହା ଯେକୌଣସି ଜାତିର ଭାଷା ସାହିତ୍ୟକୁ ପୁଷ୍ଟକରିଥାଏ । ସଭାପତି ନୀଳମଣି ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସ୍ଥାନୀୟ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶରତ ଚନ୍ଦ୍ରପଣ୍ଡା, ପୂର୍ବତନ ସଂପାଦକ ଗତିକୃଷ୍ଣ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଛଦେଶ ସାହିତ୍ୟ ସଂସଦର କ୍ରମ ବିକାଶ ଉପରେ ଆଲୋଚନାକରିଥିଲେ । କବି ଶରତ ଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ କବିତା ସ୍ରୋତସ୍ୱିନୀ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ପ୍ରେମାନନ୍ଦ ରାଉତ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବାବେଳେ କାଳିଚରଣ ତ୍ରିପାଠୀ ଓ ମହେଶ ଦାସଙ୍କ ସଂଯୋଜନାରେ ସ୍ୱରଚିତ କବିତା ଆସର ଅନୁଷ୍ଠିତହୋଇଥିଲା । ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଶା ଏବଂ ଗୃହିଣୀମାନଙ୍କ ମଧ୍ୟରେ ଗୃହଲକ୍ଷ୍ମୀରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ,ଏକକ ଅଭିନୟ, ସ୍ୱରଚିତ କବିତା ଓ ଗଳ୍ପ, ଝୋଟି, ମୁରୁଜ, ହୁଳହୁଳି, ଶଙ୍ଖବାଦନ ଆଦି ପ୍ରତିଯୋଗିତା ହୋଇଥିଲା ।ସେହିପରି ଦ୍ୱିତୀୟ ଦିବସରେ ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ପରିଡା ଉଦ୍‌ଘାଟକ, ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀସଭ୍ୟ ସଂଗ୍ରାମ କେଶରୀ ପୃଷ୍ଟି ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଦୁର୍ଗାମାଧବ ପୃଷ୍ଟି ମୁଖ୍ୟବକ୍ତା, ସାଂଧ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷସମୀର କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ, ସଂସ୍କୃତି, ସମାଜ ସହିତ ସଂପର୍କର ଭିନ୍ନ ଭିନ୍ନ ଦିଗ ଉପରେଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଅନ୍ୱେଶା ଏବଂ କବି ଅନିରୁଦ୍ଧ ସାହୁଙ୍କ ଖଣ୍ଡକାବ୍ୟ ସଂକଳନ ଭକ୍ତିବଲ୍ଲରୀଉନ୍ମୋଚନ ହୋଇଥିଲା । ସାହିତ୍ୟ ସଂସଦ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ଧଳ ସ୍ମୃତି ସମ୍ମାନ ବୀପ୍ରବର ମହାନ୍ତି, ଗୋଲୋକବିହାରୀ ଧଳ ସ୍ମୃତି ସମ୍ମାନ ଡ. ଦୁର୍ଗାମାଧବ ପୃଷ୍ଟି, ବଂଶୀଧର ଜେନା କଳା ସମ୍ମାନ ଗୋପୀନାଥ ଧଳ, ଚନ୍ଦ୍ରଶେଖର ଶତପଥୀ ସାହିତ୍ୟ
ସମ୍ମାନ ସୌଦାମିନୀ ଜେନାମଣି, ନୃପବର ଧଳ ସେବା ସମ୍ମାନ ଡା. ମହେଶ୍ୱର ଦାସ, ସ୍ୱର୍ଣ୍ଣତାରା ପ୍ରତିଭା ପ୍ରେରଣା ସମ୍ମାନ ଗୋଲୋକ
ବିହାରୀ ବେହେରା, ନୃପବର ଧଳ ସ୍ମୃତି ସମ୍ମାନ ହୃଷିକେଶ ସାହୁ, ପ୍ରଫୁଲ୍ଲ ଜଗଦେବ ସ୍ମୃତି ସମ୍ମାନ ଗଙ୍ଗାଧର ବେହେରା, ବିଶ୍ୱ ଓଡିଶା
ସାରସ୍ୱତ ସମ୍ମାନ ସ୍ୱର୍ଣ୍ଣଲତା ରାଉତ ଓ ରଶ୍ମିତା ରାଉତଙ୍କ ପ୍ରଦାନ କରାଯାଇଥିଲା । ଏଥିସହିତ ୧୦ମ ଶ୍ରେଣୀ ଶୀର୍ଷ ପରୀକ୍ଷାରେ ଛଦେଶସ୍ତରରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ୨୦୨୧-୨୨ ଓ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯଥାକ୍ରମେ ଜଗମୋହନ ସାହୁ, ଗୌରବପ୍ରଧାନ, ସୁନୀତା ମହାରଣା, ସଙ୍ଗୀତା ସାମଲ, ଅମୃତମୟ ବେହେରା, ସୁରେଶ ସାହୁ ଏବଂ ଓଡିଆ ଭାଷା ସାହିତ୍ୟରେ ସର୍ବୋଚ୍ଚ ସ୍ଥାନଅଧିକାର କରିଥିବା ସୁନୀତା ମହାରଣା, ସ୍ମରଣ ରଞ୍ଜନ ଗନ୍ତାୟତ, ସଙ୍ଗୀତା ସାମଲ, ଅମୃତମୟ ବେହେରା, ମଧୁସ୍ମିତା ନାୟକ,ଜ୍ୟୋତିର୍ମୟୀ ସାହୁଙ୍କୁ ସ୍ୱର୍ଣ୍ଣତାରା ମେଧା ପ୍ରୋତ୍ସାହନ ଓ ବିଶ୍ୱ ଓଡିଶା ଭାଷା ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମରେ ସଂପାଦକ ମଧୁସୂଦନ ଶତପଥୀ, ଯୁଗ୍ମ ସଂପାଦକ ଫକୀର ମୋହନ ସାହୁ, ଉପସଭାପତି ପ୍ରଫୁଲ୍ଲ
କୁମାର ପଣ୍ଡା, ପ୍ରକାଶ ଜଗ୍‌ଦେବ୍‌, ଅକାରଣ ସାହୁ, କୋଷାଧ୍ୟକ୍ଷ ବୀରବର ମିଶ୍ର, ସଂଗଠନ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, ନବ
କିଶୋର ମଲ୍ଲିକ, ପାଠାଗାର ସଂପାଦକ ସୂର୍ଯ୍ୟମଣି ପୃଷ୍ଟି, ସାଂସ୍କୃତିକ ସଂପାଦକ ପ୍ରଶାନ୍ତ ଧଳ, କାର୍ଯ୍ୟକାରୀ ସଦସ୍ୟ ଡ. ପ୍ରମୋଦ କୁମାର
ଦାସ, ଅନିରୁଦ୍ଧ ସାହୁ, ଦୁର୍ଯ୍ୟୋଧନ ନାଏକ, ସୁଦର୍ଶନ ସେଠୀ, ବାସୁଦେବ ଧଳ, ଅମୀର ଚନ୍ଦ୍ର ରାଉତ, ପବିତ୍ର ବେହେରା, ସରୋଜକାନ୍ତପଣ୍ଡା, ଜାପାନୀ ଜଗଦେବ୍‌, ସଲୀଳା ସାମଲ, କାହ୍ନଚରଣ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଆବାହକ ମନୋଜକୁମାର ସାହୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

2 × one =