ଜିଲ୍ଲାରେ ଅଖା ବାବଦ କୁ ୮କୋଟି ୩୫ଲକ୍ଷ ୩ ହଜାର ୪୯୮ ଟଙ୍କା ଆତ୍ମସାତ ଅଭିଯୋଗ : ଜିଲ୍ଲାର ଚାଷୀଙ୍କ ସ୍ୱାର୍ଥ୍ୟ ପାଇଁ ଲଢେଇ କରିବ ଢ଼େଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ – ପୂର୍ବତନ ବିଧାୟକ ନବୀନ ନନ୍ଦ
ଢ଼େଙ୍କାନାଳ: ରାଜ୍ୟ ସରକାର ଯେତେ ଯୋଜନା କଲେ ମଧ୍ୟ ତାହା ଚାଷୀ ଙ୍କ ପାଖରେ ପହଞ୍ଚି ପାରୁନାହିଁ । ଚାଷୀ ଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି । ଗତ ୧୫ତାରିଖ ରେ ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ରେ ସେପରି କିଛି ଠୋସ ନିଷ୍ପତି ନିଆ ଯାଇ ପାରିନାହିଁ ବୋଲି ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ ଅଭିଯୋଗ କରିଛନ୍ତି ।
ଢେ଼ଙ୍କାନାଳ ର ଚାଷୀ ମାନଙ୍କ ପାଇଁ ଦିଆଯାଉଥିବା “ଧାନ ଅଖା “ପାଇଁ ପ୍ରାପ୍ୟ ଦୀର୍ଘ ବର୍ଷ ଧରି ମିଳୁନାହିଁ । ଏକ ସୂଚନା ଅଧିକାର ତଥ୍ୟ ରୁ ଜଣାପଡିଛି ଯେ ଗତ ୨୦୨୧-୨୨ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟ ସରକାର ଧାନ ଅଖା ବାବଦ କୁ ୮କୋଟି ୩୫ଲକ୍ଷ ୩ ହଜାର ୪୯୮ ଟଙ୍କା ଜିଲ୍ଲା କୁ ଦେଇଛନ୍ତି ।କିନ୍ତୁ ସେହି ଟଙ୍କା ରୁ ଟଙ୍କା ଟିଏ ବି ଜିଲ୍ଲାରେ ଥିବା ୮୦ ଟି ପ୍ରାଥମିକ ସମବାୟ ସମିତି ର ସଭ୍ୟ ଚାଷୀ ପାଇ ନାହାନ୍ତି ।୫୪ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଜିଲ୍ଲାରେ ଧାନ ସଂଗ୍ରହ କରୁଛନ୍ତି ।ସେମାନେ ମଧ୍ୟ ଧାନ ଅଖା ଟଙ୍କା ଚାଷୀ ଙ୍କୁ ଦେଉ ନାହାନ୍ତି ।ଏହି ଘଟଣା ରେ ଜିଲ୍ଲା ପ୍ରଶାସନ ଓ ମିଲର୍ ମାନେ ପୁରାପୁରି ସମ୍ପୃକ୍ତ ଅଛନ୍ତି । “ଧାନ ଅଖା” ପାଇଁ ସରକାର ଦେଇଥିବା କୋଟି କୋଟି ଟଙ୍କା ପ୍ରଶାସନ ର ଜ୍ଞାତ ସାର ରେ ହଡ଼ପ ହେଉଛି।ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ମାନେ ଏହି ଘଟଣା ଜାଣି ଅଜଣା ହେବାର ଅଭିନୟ କରୁଛନ୍ତି । ଏହି ଘଟଣା ର ଭିଜିଲାନ୍ସ ତଦନ୍ତ ପାଇଁ ମୁଁ ଦୃଢ଼ ଭାବରେ ଦାବି କରୁଛି ।
ସେହିପରି ଜିଲ୍ଲାର ଥିବା ପ୍ରାଥମିକ ସମବାୟ ସମିତି ମାନେ ସେମାନଙ୍କ ଧାନ ବିକ୍ରି ର” ପ୍ରାପ୍ୟ କମିଶନ ଟଙ୍କା” ମଧ୍ୟ ପାଇ ପାରୁ ନାହାନ୍ତି। ଏହି କମିଶନ ବାବଦ କୁ ୨୦୧୮-୧୯ ସୁଦ୍ଧା ୬କୋଟି ୫୬ଲକ୍ଷ ୬୨ ହଜାର ୧୦୧ଟଙ୍କା ମଧ୍ୟ ଦିଆଯାଇ ନାହିଁ।ନିକଟ ରେ ଏ ବାବଦ ରେ ଗ ନ୍ଦିଆ ର ୧୫ଟି ସମବାୟ ସମିତି ର ସଭାପତି ମାନେ ଲିଖିତ ଭାବରେ ଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି। ସେହିପରି ମଣ୍ଡି ହ୍ୟାଣ୍ଡଲିଙ୍ଗ ପ୍ରାପ୍ୟ ବାବଦ କୁ ସମବାୟ ସମିତି ଓ ଏସ ଏଚ ଜି ମାନେ ପ୍ରାୟ ୩ କୋଟି ୪୩ଲକ୍ଷ ୮ହଜାର ୪୨୭ ଟଙ୍କା ୨୦୨୨ – ୨୩ ସୁଦ୍ଧା ପାଇ ନାହାନ୍ତି । ସେହିଁ ଟଙ୍କା କୁ ମଧ୍ୟ ହଡ଼ପ କିଏ କରୁଛି ତଦନ୍ତ ହେଲେ ଜଣା ପଡ଼ିବ ।
ଆହୁରି ମଧ୍ୟ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ଙ୍କ ଧାନ ବିକ୍ରି ଟଙ୍କା କୁ ୨୪ଘଣ୍ଟା ରୁ ୪୮ ଘଣ୍ଟା ଭିତରେ ଦେବାର ନିୟମ ଥିଲେ ବି ଏବେ ବି ଅନେକ ଚାଷୀ ଏକ ବର୍ଷ ରୁ ଧାନ ବିକ୍ରି କରି ଟଙ୍କା ପାଇ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଏହା ଯଦି ସତ୍ୟ ହୋଇଥାଏ ତାହା ଉପରେ ଜିଲ୍ଲା ପ୍ରଶାସନ ଠୋସ ପଦକ୍ଷେପ ନେବା ଜରୁରୀ । ରାଜ୍ୟ ସରକାର ଚାଷୀ ମାନଙ୍କ ସୁବିଧା ପାଇ ବିନା ସୁଧରେ ୧ଲକ୍ଷ ଟଙ୍କା ଋଣ ଦେବା ପାଇଁ ନିଷ୍ପତି କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ଠିକ୍ ଭାବରେ କାର୍ଯ୍ୟ କାରି ହୋଇପାରିନାହିଁ । ଏକ ପରିସଂଖ୍ୟାନ ରୁ ଜଣା ପଡ଼ିଛି ଯେ ଜିଲ୍ଲାରେ ଲକ୍ଷାଧିକ ଚାଷୀ ଥିବା ବେଳେ ଏହି ଯୋଜନା ରେ ମାତ୍ର ୧୦୦/୧୫୦ଜଣ ଚାଷୀ ଅନୁଗୁଳ ସମବାୟ ବ୍ୟାଙ୍କ୍ ମାଧ୍ୟମ ରେ ଉପକୃତ ହୋଇଛନ୍ତି । ଏକ ଲକ୍ଷ ଟଙ୍କା ଋଣ ପାଇଁ ଚାଷୀ ଙ୍କୁ ଅତି କମରେ ୪ ଏକର ଜମି ବନ୍ଧକ ଦେବାକୁ ପଡ଼ୁଛି । ଜାତୀୟ କରଣ ବ୍ୟାଙ୍କ୍ ଗୁଡିକ ରେ ଚାଷ ଋଣ ପାଇଁ ସହଜ ପ୍ରକ୍ରିୟା ଥିଲେ ବି ସମବାୟ ବ୍ୟାଙ୍କ୍ ଗୁଡିକ ରେ ଏହି ବନ୍ଧକ ପ୍ରକ୍ରିୟା ଯୋଗୁ ଚାଷୀ ମାନେ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି।
ଗୋଟିଏ ଚାଷୀ କୁ ଗୋଟିଏ ଏକର ଜମି ପାଇଁ ସରକାର ୨୮ ହଜାର ୮୮୦ ଟଙ୍କା ଧାର୍ଯ୍ୟ କରିଛନ୍ତି । କିନ୍ତୁ ଧାନ ମଣ୍ଡି ରେ ବିକିବା ପାଇଁ ଏକର ପିଛା ୧୩ କୁଇଣ୍ଟାଲ ବିକ୍ରି କରି ପାରିବ । ଗୋଟିଏ ଚାଷୀ ଯଦି ୨୮ ହଜାର ଋଣ କରିବ ତେବେ ୨୬ହଜାର ରେ ଧାନ ବିକ୍ରିକଲା ପରେ ବଳକା ୨୮୦୦ ଟଙ୍କା କେଉଁଠୁ ସୁଝିବ ? ତେଣୁ ଗୋଟିଏ ଚାଷୀ କୁ ଏକର ପିଛା ୧୮ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ଅନୁମତି ଦେବା ଦରକାର୍ ।
ଜିଲ୍ଲାରେ ପ୍ରାୟ ୬୦ ହଜାର ରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ଅନ ଲାଇନ୍ ପଞ୍ଜିକରଣ କରିଛନ୍ତି । ଏହି ଚାଷୀ ମାନଙ୍କ ପାଇଁ ମଣ୍ଡି ଗୁଡ଼ିକରେ ବିଶୁଦ୍ଧ ପିଇବା ପାଣି ,ଆଶ୍ରୟ ସ୍ଥଳ , ପରିଶ୍ରାଗାର ପାରି ସର୍ବନିମ୍ନ ସୁବିଧା ଉପଲବ୍ଧ ହେଉନାହିଁ ଯଦିଓ ସରକାର ତାହା ନିର୍ଦ୍ଦେଶ ଦେଇଛନ୍ତି ।
କିଚାଷୀ ମାନଙ୍କ ର ମୁଖ୍ୟ ସମସ୍ୟା ହେଉଛି “କଟନି ଛ ଟ ନି ” । ଧାନ କୁଇଣ୍ଟାଲ ପିଛା ୩ କିଲୋ ପର୍ଯ୍ୟନ୍ତ କାଟିବାର ସରକାରୀ ନିର୍ଦ୍ଦେଶ ଥିଲେ ବି ତାହା ମିଲର୍ ମାନେ ପାଳନ ନକରି ମନ ଇଚ୍ଛା ୫ କିଲୋ ରୁ ୭ କିଲୋ କାଟୁଛନ୍ତି । ଚାଷୀ ଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ପ୍ରଶାସନ ର କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ସେମାନଙ୍କ ସଙ୍ଗେ ସାମିଲ ହୋଇ ଏହି ଲୁଟ ଚଳାଇଛନ୍ତି ।
ରାଜ୍ୟ ସରକାର ଙ୍କ” ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା” ( ଏମ କେ ୟୁ ୱାଇ ) ରେ ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ପାଇଁ ବ୍ୟବସ୍ଥା ଅଛି । ଏହି ଯୋଜନା ରେ ଦରଖାସ୍ତ କରୁଥିବା ଉଦ୍ୟୋଗୀ ମାନଙ୍କ ପ୍ରସ୍ତାବ କୁ ଜିଲ୍ଲା ସ୍ତରୀୟ କମିଟି ଅନୁମୋଦନ କରିବା ପରେ ଜାତୀୟ କରଣ ବ୍ୟାଙ୍କ୍ ମାନେ ଋଣ ଦେବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହାର ତଦାରଖ ( ମନିଟରିଙ୍ଗ )ମଧ୍ୟ ଠିକ୍ ଭାବରେ ଜିଲ୍ଲା ପ୍ରଶାସନ ନ କରିବା ଫଳରେ ଏହି ଯୋଜନା ରେ ଚାଷୀ ଚାଷ ରେ ଆଗ୍ରହ ରଖୁଥିବା ଯୁବ ଉଦ୍ୟୋଗୀ ମାନେ ଲାଭ ପାଇ ପାରୁ ନାହାଁନ୍ତି ।ସେହିପରି ଅନେକ ଚାଷୀ ଦୀର୍ଘଦିନ ଧରି ( ଫାର୍ମର ଆଇ କାର୍ଡ ) ଚାଷୀ ପ୍ରମାଣ ପତ୍ର ପାଇଁ ଅନ ଲାଇନ ରେ ଦରଖାସ୍ତ କରି ଥିଲେ ବି ତାହା ଦୀର୍ଘ ଦିନ ଧରି କୃଷି ବିଭାଗ ରେ ପଡ଼ି ରହୁଛି ।ଯଦ୍ୱାରା ଚାଷୀ ଟିଏ ଯଦି କିଛି ଉପକରଣ କି ସାର ବିହନ କିଣିବାକୁ ଯାଏ ତେବେ ସେ ସରକାରୀ ଛାଡ ରୁ ବଞ୍ଚିତ ହେଉଛି । ଏଣୁ ଏହି ବ୍ୟବସ୍ଥା ର ତୁରନ୍ତ ସମାଧାନ ହେବା ଦରକାର୍।
ଗୋଟିଏ ଚାଷୀ ଯେତେବେଳେ ସମବାୟ ସମିତି କୁ ଋଣ କରିବାକୁ ଯାଏ ସେତେବେଳେ ତାହାର “ବୀମା” କର ଯାଇଥାଏ । କିନ୍ତୁ ଚାଷୀ ର ଯଦି ଅକାଳ ମୃତ୍ୟୁ ହୁଏ ତେବେ ସେହି ବୀମା ଟଙ୍କା ମିଳେ ନାହିଁ କି ତାହାର ଋଣ ଛାଡ ହୁଏ ନାହିଁ ! ଯଦ୍ୱାରା ତାର ପରିବାର ଉପରେ ଋଣ ଭାର ବଢେ । ଏ ବାବଦରେ ମଧ୍ୟ ଜିଲ୍ଲା ପ୍ରଶାସନ ସଠିକ୍ ନିଷ୍ପତି ଦେବା ଦରକାର ।
ସରକାର ଉନ୍ନତ ମାନ ର ବିଭିନ୍ନ ପ୍ରକାର ର ବିହନ ଚାଷୀ ମାନଙ୍କୁ ଯୋଗାଇବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ସେହି ବିହନ ପ୍ରକୃତ ଚାଷୀ ଙ୍କ ପାଖରେ ପହଞ୍ଚି ନଥାଏ ।ସେହି ବିହନ ଗୁଡିକ କଳା ବଜାର ରେ ବିକ୍ରି କରାଯାଏ ଓ କେବଳ କାଗଜ କଲମ ରେ ସରକାର ଙ୍କୁ ହିସାବ ଦିଆଯାଏ ।
ସେହିପରି” ଉଦ୍ୟାନ କୃଷି” ର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି କିନ୍ତୁ ଚାଷୀ ତାର ପ୍ରକୃତ ଲାଭ ପାଉନାହିଁ।ପ୍ରତି ବ୍ଲକ ରେ ଉଦ୍ୟାନ ବିଭାଗ ର ଶାଖା ଅଫିସ ଥିଲେ ବି ସେଠାରେ କେହି ରୁହନ୍ତି ନାହିଁ । ଚାଷୀ ଟିଏ ଭଲ ଫଳ ଚାରା, ପରିବା ପତ୍ର ର ଚାରା ପାଇବାରେ ଅସୁବିଧା ହୁଏ । ପ୍ରତି ବ୍ଲକ ରେ ଫଳ , ପନିପରିବା ଚାରା ପାଇଁ ବିକ୍ରୟ କେନ୍ଦ୍ର/ ନର୍ସରୀ କରାଗଲେ ଚାଷୀ ମାନେ ଉପକୃତ ହୋଇ ପାରନ୍ତେ!
ଏଣୁ ଜିଲ୍ଲାର ଚାଷୀ ମାନେ ଭୋଗୁଥିବା ଏହି ଅସୁବିଧା ପ୍ରତି ଯଦି ଜିଲ୍ଲା ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନ ନିଅନ୍ତି ତେବେ “ଢେ଼ଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଞ୍ଚ ” ତରଫରୁ ଏକ ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରାଯିବ ବୋଲି ମଞ୍ଚର ଆବାହକ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ ଜିଲ୍ଲା ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ।