ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୩ ପାଳିତ !

ଢେଙ୍କାନାଳ : ସ୍ଥାନୀୟ ଶତାୟୁ ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୩ ମଧ୍ୟ ପାଳିତ ହୋଇ ଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ ଏହି ଶିଶୁ ଦିବସ ଉତ୍ସବରେ ସଭାପତିତ୍ବ କରି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଶିଶୁ ଦିବସର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।
୧୯୭୯ ବ୍ୟାଚ୍ ପ୍ରାକ୍ତନ ଛାତ୍ରଛାତ୍ରୀ , କର୍ମଚାରୀ ବୃନ୍ଦ ଓ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୂଖ୍ୟ ଅତିଥି,ସମ୍ମାନିତ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତେ ପ୍ରାକ୍ତନ ପ୍ରଧାମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ,ଧୂପ ଦୀପ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଛାତ୍ର- ଛାତ୍ରୀମାନେ ପ୍ରାର୍ଥନା ସଙ୍ଗୀତଗାନ କରିଥିଲେ। ଛାତ୍ରୀ- ଛାତ୍ରମାନଙ୍କ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ମିଳିତ ସହଯୋଗିତାରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ ସ୍ୱାଗତ ଭାଷଣ ,କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା,କାର୍ଯ୍ୟକ୍ରମର ସଫଳ ପରିଚାଳନା, କାର୍ଯ୍ୟକ୍ରମ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଚକ୍ଲେଟ୍ ବଣ୍ଟନ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଶିକ୍ଷା ଅଧିକାରୀ ଶଙ୍କର ଗୁରୁଙ୍ଗ ସ୍ୱାଗତ ଭାଷଣ ,କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା,ବିଜ୍ଞାନ କେନ୍ଦ୍ରର ସମସ୍ତ ସହକର୍ମୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳପରିଚାଳନା,କାର୍ଯ୍ୟକ୍ରମ ସଂଯୋଜନା ଓ ସୁନ୍ଦର ବିଜ୍ଞାନ ପରୀକ୍ଷଣ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

one × 1 =