ବାଇକ୍ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ : ହେଲମେଟ୍ ନପିନ୍ଧିବା ହେଲା କାଳ !

ଢ଼େଙ୍କାନାଳ : ଘରୁ ବାହାରକୁ ବାଇକ୍ ଯୋଗେ ଯିବାବେଳେ ପ୍ରାୟତଃ ଅନେକ ଲୋକ ହେଲମେଟ୍ ସାଙ୍ଗରେ ନିଅନ୍ତି ନାହିଁ ଏବଂ ଅନେକ ହେଲମେଟ୍ ସାଙ୍ଗରେ ନେଇଥିଲେ ମଧ୍ୟ ପିନ୍ଧନ୍ତି ନାହିଁ। ହେଲମେଟ୍ ପିନ୍ଧିଥିବା ଲୋକ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଥିବା ନଜିର ରହିଛି। କିନ୍ତୁ ହେଲମେଟ୍ ନ ପିନ୍ଧିଥିବା କାରଣରୁ ଅନେକ ଲୋକ ଙ୍କ ଜୀବନ ଚାଲିଯାଇଛି। ଯାହାର ଜ୍ଵଳନ୍ତ ଉଦାହରଣ ହିନ୍ଦୋଳ ରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ହିନ୍ଦୋଳ ବ୍ଳକ୍ ଅନ୍ତର୍ଗତ ପାଟଲା ଗ୍ରାମର ବିଜୟ ଖୁଣ୍ଟିଆ ବାଇକ୍ ଯୋଗେ ହିନ୍ଦୋଳ ଆସୁଥିବା ବେଳେ ଅପର ପାର୍ଶ୍ୱରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ଚମ୍ପତିସାହି ହିନ୍ଦୋଳ ଠାରେ ମୁହାଁମୁହିଁ ଧକ୍କା ହୋଇଥିଲେ। ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଂଚି  ସ୍ଥାନୀୟ ଲୋକଙ୍କ ସହଯୋଗରେ ବିଜୟଙ୍କୁ ହିନ୍ଦୋଳ ଉପଖଣ୍ଡ ମେଡିକାଲ୍ ରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ପଟେ ଗୁରୁତର ଅବସ୍ଥାରେ ସନ୍ଦୀପ୍ତ ସାମଲ ହିନ୍ଦୋଳ ଉପଖଣ୍ଡ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ହେଲମେଟ୍ ପିନ୍ଧିଥିଲେ ହୁଏତ ବିଜୟ ବଞ୍ଚି ଯାଇଥାଆନ୍ତା କିନ୍ତୁ ହେଲମେଟ୍ ନ ପିନ୍ଧିବା ତାଙ୍କ ପାଇଁ କାଳ ହେଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Leave A Reply

Your email address will not be published.

6 + 20 =