ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ଆଇନ୍ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ !
ଢେଙ୍କାନାଳ : ଆମ ଦେଶ ଭାରତ ବର୍ତମାନ ସଂକଟ ଜନକ ପରିସ୍ଥିତିରେ ଗତିକରୁଛି । ପୃଥିବୀର ସମୁଦାୟ ଜନସଂଖ୍ୟାର ୧୮ ପ୍ରତିଶତଲୋକ ଆମ ଦେଶରେ ଅଛନ୍ତି । ଆମ ଦେଶ ଏବେ ଜନସଂଖ୍ୟାରେ ଚୀନ୍କୁ ଟପିଗଲାଣି । ଆମ ଦେଶ ଭାରତ ଅପେକ୍ଷା ଚୀନ୍ର କ୍ଷେତ୍ରଫଳ ତିନିଗୁଣାରୁଅଧିକ । କିନ୍ତୁ ଜନସଂଖ୍ୟାରେ ଚୀନ ଠାରୁ ବର୍ତମାନ ଆମେ ଅଧିକ । ଏତେବଡ ଜନସଂଖ୍ୟାକୁ ସଶ୍ୟ ସାମଗ୍ରୀ, ଫଳ, ପନିପରିବା, ଦୁଗ୍ଧ, ବିଜୁଳି,ପାଣି, ଇନ୍ଧନ, ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇବା ଅସମ୍ଭବ ହେଲାଣି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଦେଶରେ ଚାଷ ଓ
ଜଙ୍ଗଲ ଜମି ଦ୍ରୁତଗତିରେ କମି ଚାଲିଛି । ଯାହାର ପ୍ରଭାବରେ ଆଗାମୀ ଦିନରେ ଦେଶରେ ଖାଦ୍ୟ ଅଭାବ ବ୍ୟାପକ ହେବ । ଆଇନ୍ ଶୃଙ୍ଖଳା ପରିସ୍ଥିତିବପର୍ଯ୍ୟସ୍ତ ହେବାକୁ ଲାଗିଛି । ଯାହାକି ଆଗାମୀ ଦିନରେ ଉତ୍କଟ ହେବ । ଭାରତର ସର୍ବପୁରାତନ ସଭ୍ୟତା ସଂକଟଜନକ ପରିସ୍ଥିତି ଆଡକୁ ଅଗ୍ରସରହେଉଥିବାରୁ ଏହାକୁ ସୁରକ୍ଷା କରିବା ଆମ୍ଭମାନଙ୍କ ଦାୟିତ୍ୱ । ଭାରତ ସେତେବେଳେ ସୁରକ୍ଷିତ ରହିବ, ଯେତେବେଳେ ବର୍ଦ୍ଧିତ ଜନସଂଖ୍ୟା ନିୟନ୍ତ୍ରିତ
ହୋଇପାରିବ । ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ଭାରତ ସରକାରଙ୍କୁ କଠୋର ହେବାକୁ ପଡିବ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସବୁ ନାଗରିକମାନଙ୍କଦୁଇଟି ସନ୍ତାନ ବାଧ୍ୟତାମୁଳକ କରି ଏକ କଠୋର ଓ ସଶକ୍ତ ଆଇନ୍ ପ୍ରଣୟନ କରିବା ଏକାନ୍ତ ଅନିବାର୍ଯ୍ୟ ହୋଇପଡିଛି । ଜନସଂଖ୍ୟା ସମାଧାନଫାଉଣ୍ଡେସନ୍ ୨୦୧୩ ମସିହାରୁ ଏହି ଉଦ୍ଦେଶ୍ୟରେ ଗଠନ ହୋଇ ସର୍ବଭାରତୀୟ ସ୍ତରରେ ବିଭିନ୍ନ ପ୍ରକାର ସଭାସମିତି, ଧାରଣା, ଭିକ୍ଷୋଭ ଓ
ଜନସଚେତନତା ସୃଷ୍ଟି ପାଇଁ ସଂଗ୍ରାମ ଜାରି ରହିଛି । ଏସମ୍ବନ୍ଧରେ ଭାରତର କୋଣଅନୁକୋଣରୁ ଲକ୍ଷ ଲକ୍ଷ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇପ୍ରଧାନମନ୍ତ୍ରୀଙ୍କୁ ଏସବୁ ଦେବା ପାଇଁ ଗତମାସ ୨୮ ତାରିଖରୁ ଦିଲ୍ଲୀରେ ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନିଲ୍ ଚୌଧୁରୀଙ୍କ ସମେତ ଅନେକ ନେତୃତ୍ୱପହଁଚିଥିଲେ ମଧ୍ୟ ଏସବୁ ପ୍ରତି ଦୃଷ୍ଟି ଦେଇନଥିବାରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟାନ୍ୟ ନେତୃବୃନ୍ଦ ୧୪ ଦିନ ହେବ ଅମରଣ ଅନଶନରେ ବସିଥିଲେ ମଧ୍ୟସ୍ୱାସ୍ଥ୍ୟର ଅବନତି ଘଟୁଥିବାବେଳେ ଏହାର ସମାଧାନ ଓ ଦାବୀପତ୍ର ଗ୍ରହଣ ପାଇଁ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ଏହାର ପ୍ରତିବାଦରେ
ଢେଙ୍କାନାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲା ସଭାପତିକଲ୍ୟାଣ କୁମାର କାନୁନ୍ଗୋଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ଆଇନ୍ଜୀବିଦୀପକ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ମନମୋହନ ତ୍ରିପାଠୀ, ମହିଳା ସାମୁଖ୍ୟ ରାଜ୍ୟ ଉପସଭାନେତ୍ରୀ ଭାରତୀ ସ୍ୱାଇଁ, ପ୍ରଭାତୀ ମହାପାତ୍ର,ପ୍ରଶାନ୍ତ କୁମାର ମିଶ୍ର, ପାର୍ଥ ସାରଥୀ ପଟ୍ଟନାୟକ, ଜିଲ୍ଲା ଯୁବ ସାମୁଖ୍ୟ ସଭାପତି ଅମ୍ବିକା ପ୍ରସାଦ ମିଶ୍ର, ଶ୍ରମିକ ନେତା ପ୍ରଭାକର ରାଉତ, ଧୃବନାରାୟଣ ସ୍ୱାଇଁ, ପ୍ରଭାତୀ ମହାପାତ୍ର, ବନଜା ମାନ୍ସିଂ, ରାମଚନ୍ଦ୍ର ଦେବତା, ବିକାଶ କୁମାର ନାୟକ, ଜ୍ଞାନଚାନ୍ଦ ମିଶ୍ର ଓ ଶିବ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।