ପତ୍ନୀକୁ ପ୍ରତାରଣା କଲେ ପୋଲିସ କନେଷ୍ଟବଳ : ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତୀ ଉଦ୍ୟମ କଲେ ପତ୍ନୀ !

ଢେଙ୍କାନାଳ: ଢେଙ୍କାନାଳ ପୋଲିସରେ କାର୍ଯ୍ୟରତ ଜଣେ ପୋଲିସ କନେଷ୍ଟବଳ ନାମରେ ତାଙ୍କ ପତ୍ନୀ ଅଭିଯୋଗ ଆଣିବା ସହ କନେଷ୍ଟବଳ ଜଣଙ୍କ ତାଙ୍କୁ ନିର୍ଯ୍ୟାତନା ଦେଉଥିବାର ଘଟଣା ଏବେ ଲୋକଲୋଚନକୁ ଆସିଛି ।

ଏପରିକି ପୋଲିସ କନେଷ୍ଟବଳଙ୍କ ପତ୍ନୀ ଥାନାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କ ବାଲିମୀ ଥାନା ଦୁଦୁରକୋଟ ଗ୍ରାମର ଶୈଳବାଳା ସାମଲ ବୋଲି ଜଣାପଡିଛି । ଶୈଳବାଳା ୨୦୧୨ ମସିହାରେ ପବିତ୍ର ନାୟକଙ୍କୁ ବିବାହ କରିଥିଲେ । ମାତ୍ର କିଛି ଦିନ ହେବ ପବିତ୍ର ଅନ୍ୟଜଣେ ମହିଳାଙ୍କୁ ବିବାହ କରି ଶୈଳବାଳାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ଶେଳବାଳା ଅଭିଯୋଗ କରିଛନ୍ତି ।

ଆତ୍ମହତ୍ୟା ଉଦ୍ୟମ ସମୟରେ ଏସପି ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ପେଟ୍ରୋଲ ବୋତଲ ଜବତ କରିଛନ୍ତି । ସୂଚନା ଅନୁଯାୟୀରିଜର୍ଭ ପୋଲିସରେ କାର୍ଯ୍ୟରତ କନେଷ୍ଟବଳ ପବିତ୍ର  ତାଙ୍କ ପତ୍ନୀ ଶୈଳବାଳା ସାମଲ ଙ୍କୁ ନିର୍ଯ୍ୟାତନା ଦେବା ସହ ଅନ୍ୟଜଣେ ମହିଳାଙ୍କୁ ବିବାହ କରିଥିଲେ । ଏହାକୁ ନେଇ ଶୈଳବାଳା ବାଲିମୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସେଠାରୁ କୌଣସି ନ୍ୟାୟ ପାଇନଥିଲେ ।

ବାରମ୍ବାର ଅଭିଯୋଗ କରିବା ପରେ ନ୍ୟାୟ ନପାଇ ଶୈଳବାଳା ଆଜି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସି ପେଟ୍ରୋଲ ଢାଳି ଆତ୍ମାହୂତୀ ଉଦ୍ୟମ କରୁଥିବା ବେଳେ ଏସପି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଅଘଟଣା ପୂର୍ବରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ମହିଳାଙ୍କର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.

14 + 4 =