ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍‌ଯାପିତ !

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ବେଲଟିକିରି ଠାରେ ଥିବା ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି ।

ବିଦ୍ୟାଳୟ ସଭାଗୃହ ଠାରେ ପୂର୍ବାହ୍ନ ସମୟରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ସ୍ଥାନୀୟ ଯୁବ ସରପଂଚ ବଳଭଦ୍ର ସାମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ସାଂପ୍ରତିକ ସମୟରେ ନାରୀ ଅବଳା ଦୁର୍ବଳା ବୋଲି ମନେ ନକରି ସମାଜର ପ୍ରଗତି ପାଇଁ ସେମାନେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ସାହୁ ଏହି ପ୍ରକାର ଶିବିରର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ବିକାଶ କୁମାର ଦାସ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସ୍ଥାନୀୟ ସମିତିସଭ୍ୟା ଅମ୍ବିକା ସାମଲ, ଗ୍ରାମ ସଭାପତି ଦିଲ୍ଲୀପ କୁମାର ସାମଲ, ପ୍ରଶିକ୍ଷିକା ସୁଶ୍ରୀ ସୁପ୍ରିୟା ବେହେରା, ବରିଷ୍ଠ କିରାଣୀ ସୁଶାନ୍ତ କୁମାର ମିଶ୍ର, ଡେମୋନ୍‌ଷ୍ଟ୍ରେଟର ମିରାଗ୍ରୀ ନନ୍ଦ, ଶିବିରରେ ଯୋଗଦେଇଥିବା ସମସ୍ତ ୫୮ ଜଣ ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ପ୍ରକାଶଯୋଗ୍ୟ ଯେ, ଏହି ପ୍ରଶିକ୍ଷଣ ଶିବିର ଗତ ୯ ତାରିଖ ଠାରୁ ଆରମ୍ଭ ହୋଇଥିଲା ।ଉଦ୍‌ଯାପନୀ ସମାରୋହରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

17 − seven =