ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ସହାୟତା ର ହାତ ବଢ଼ାଇଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

ଢ଼େଙ୍କାନାଳ:ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ଗ୍ରାମ ପଞ୍ଚାୟତ ନୂଆଁସାହି ମଲ୍ଲାର ସାହି ର ଅସହାୟ ବିଧବା ମହିଳା ବାସନ୍ତୀ ଦେହୁରୀ ଙ୍କର ଚାରି ଗୋଟି ଝିଅ ପୁଅ ଅଛନ୍ତି, ବଡ଼ ଝିଅ ସତୀ ଦେହୁରୀ (୧୧), ପୁଅ ସତ୍ୟ ଦେହୁରୀ (୮), ଝିଅ ମୁନି ଦେହୁରୀ (୭),ଝିଅ ସୀମା ଦେହୁରୀ (୫) । ସ୍ୱାମୀଙ୍କ ଦେହାନ୍ତ ପରେ ଚାରି ଗୋଟି ଝିଅ ପୁଅ ଙ୍କୁ ନେଇ ବହୁତ ଦୁର୍ଦ୍ଦିନ ଦୁର୍ଦ୍ଦଶା ରେ ଚଳୁ ଅଛନ୍ତି କିଏ ଦେଲେ ଗଣ୍ଡେ ଦେଲେ ଖାଉ ଅଛନ୍ତି ତୋ ନାହିଁ ତୋ ଭୋକ ଉପବାସ ରେ ଚଳୁ ଅଛନ୍ତି । ଏହି ଦୁଃଖଦ ଖବର ଶୁଣି ଯୁବଶକ୍ତି ର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ସହ ଆଗକୁ ଅନ୍ୟାନ୍ୟ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍ୱାମୀ ଙ୍କ ଏକ ବର୍ଷ ଦେହାନ୍ତ ପରେ ବି ବିଧବା ଭତା, ପ୍ରଧାନମନ୍ତ୍ରୀ ଆବାସ ଘର ମିଳିନଥିବା ଅଭିଯୋଗ କରିଛନ୍ତି । ଦେଖିବାକୁ ରହିଲା ପ୍ରଶାସନ ଏ ପରିବାର କୁ ସରକାରୀ ସୁବିଧା ପ୍ରଦାନ କରୁଛି।

Leave A Reply

Your email address will not be published.

twelve − 4 =