ଢେ଼ଙ୍କାନାଳ : ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଲକ ସଭାଗୃହ ଠାରେ ୧୨ ଦିନିଆ ଉଦ୍ୟମିତା ବିକାଶ କାର୍ଯକ୍ରମ (ତାଲିମ ଶିବିର) ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିଳ୍ପ କେନ୍ଦ୍ର ,ଢେଙ୍କାନାଳ ଓ ଜଗବନ୍ଧୁ ଜର।ଶ୍ରମ, ଭୁବନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ତାଲିମ ଶିବିର ଉଦଯାପନୀ ଉତ୍ସବରେ ଜରାଶ୍ରମ ସମ୍ପାଦକ ଆଶୁତୋଷ ମିଶ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡ଼ିଓ ଯଶୋବନ୍ତ ଦେହୁରୀ, ମୁଖ୍ୟବକ୍ତା ଭାବେ କଙ୍କଡ଼ାହାଡ଼ ଜୁନିଅର କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ସଫଳ ଚାଷୀ ଅଜିତ ମହନ୍ତ,ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ୧୨ ଦିନିଆ ତାଲିମ ଶିବିର ରୁ ଉତ୍ତମ ଜ୍ଞାନ ଆହରଣ କରି ସଫଳ ଶିଳ୍ପୋଦ୍ୟୋଗୀ ହେବା ସହିତ ରାଜ୍ୟ ଓ ଦେଶର ଆର୍ଥିକ ପ୍ରଗତି ରେ ସାମିଲ ହେବାକୁ ମାର୍ଗ ଦର୍ଶନ କରିଥିଲେ । ଏହି କାର୍ଯକ୍ରମରେ ଅନୁସୂଚିତ ଜନଜାତି ବର୍ଗର ୫୦ ରୁ ଉର୍ଦ୍ଧ ପ୍ରଶିକ୍ଷ।ର୍ଥୀ ୧୨ ଦିନିଆ ଟ୍ରେନିଂ ଶିବିରରେ ପଞ୍ଚିକୃତ ହୋଇ ପ୍ରଶିକ୍ଷଣ ନେଇଥିଲେ। ଏହି ଶିବିରରେ ପ୍ରଶିକ୍ଷ।ର୍ଥୀ ମାନଙ୍କୁ ଶିଳ୍ପ ସମ୍ବଦ୍ଧୀୟ ସୂଚନ ଯଥା- ବ୍ଯାଙ୍କ କାରବାର , ଶିଳ୍ପ ସ୍ଥାପନା ପାଇଁ ଆନୁସଙ୍ଗିକ ଜ୍ଞାନ, କୌଶଳ, ଗ୍ରାହାକମାନଙ୍କୁ କିପରି ଆକୃଷ୍ଟ କରାଯିବ ,ଟ୍ୟାକ୍ସ ସମ୍ବଦ୍ଧୀୟ ଜ୍ଞାନ କୌଶଳ ଇତ୍ଯାଦି ସଂପକ୍ରରେ ଟ୍ରେନିଂ ଦିଆ ଯାଇଥିଲା । ଉକ୍ତ ଶିବିରକୁ ଓଡିଶାର ଦିତୀୟ ପର୍ବତ ରାଣୀ ତଥା “ଜଗବନ୍ଧୁ ଜର।ଶ୍ରମ”ର ଷ୍ଟେଟ ପ୍ରୋଜେକ୍ଟ କୋର୍ଡିନେଟର ସୁଶ୍ରୀ ବିଭାରାଣୀ ପାତ୍ର ଏବ॰ ଯୁବ ଶିଳ୍ପୋଦ୍ୟୋଗୀ ତଥା ସମାଜ ସେବୀ ପ୍ରଦୀପ ବେହେରା ପରିଚାଳନା କରିଥିଲେ । ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ନିଜେ ଜଣେ ଜଣେ ସଫଳ ଉଦ୍ୟୋଗୀ ହୋଇ ନିଜର ତଥା ସମାଜର ଆର୍ଥିକ ବିକାଶ କରିବାକୁ ଅତିଥି ମାନେ ମାର୍ଗ ଦର୍ଶନ କରିଥିଲେ।