ଢ଼େଙ୍କାନାଳ : ପାର୍ବଣ କୁ ନିଶାମୁକ୍ତ କରିବାକୁ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରି ୫ ଜନ ବ୍ୟକ୍ତି ଙ୍କୁ ଗିରଫ କରାଯାଇ ସେମାନଙ୍କ ନିକଟରୁ ୨୦୦ ଲିଟର ଦେଶୀ ମଦ ସମେତ ବିପୁଳ ପରିମାଣ ର ବିଦେଶୀ ମଦ ଜବତ କରାଯାଇଛି । ଭୁବନ ଅବକାରୀ ବିଭାଗ ସମେତ ଜିଲ୍ଲା ଅବକାରୀ ଇନିସ୍ପେକ୍ଟର ଏବଂ ସମ୍ବଲପୁର ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ଭୁବନ ସୁଣ୍ଡି ସାହି ର ରାମ ଚନ୍ଦ୍ର ଜେନା ଙ୍କ ନିକଟରୁ ୧୪ ଲିଟର, ରଞ୍ଜିତ ପତ୍ର ଙ୍କ ନିକଟରୁ ୧୫ ଲିଟର,ନନ୍ଦ ବେହେରା ଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଢେ଼ଙ୍କାନାଳ ଜିଲ୍ଲା ଇନ୍ଦିପୁର ଆନନ୍ଦ ନାଥ ଙ୍କ ନିକଟରୁ ୨୦.୩୮୫ ଲିଟର ବିଦେଶୀ ମଦ ଓ ୪୧.୧୪୫ ଲିଟର ବିଅର ଜବତ କରାଯାଇଛି । ସେହିପରି ତଳଗଡ ର ନିର୍ମଳ ବିଶ୍ବାଳ ଙ୍କ ନିକଟରୁ ୧୨.୧୪୦ ଲିଟର ବିଦେଶୀ ମଦ ଜବତ କରାଯିବା ସହ ସେମାନଙ୍କୁ ଓଡ଼ିଶା ଅବକାରୀ ଆଇନ ଅନୁଯାୟୀ ଗିରଫ କରାଯାଇ ଜେଲ କୁ ପଠା ଯାଇଛି । ଅବକାରୀ ଏସ ଆଇ ସୌରଭ ମିଶ୍ର, ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ ଙ୍କ ନେତୃତ୍ୱ ରେ କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।