ଢେ଼ଙ୍କାନାଳ : ଉଦ୍ୟାନ ବିଭାଗ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ୯୦ ପ୍ରତିଶତ ରିହାତି ଦରରେ ପ୍ଲାଷ୍ଟିକ କ୍ରେଟ୍ ବଣ୍ଟନ କରାଯାଇଛି । ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ମନୋରମା ମୁକୁଟ ଙ୍କ ଅଧ୍ୟକ୍ଷତାରେ ଭୁବନ ବ୍ଲକ ସଭା ଗୃହ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆତ୍ମା ଅଧ୍ୟକ୍ଷ ସୁଧାକର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ଭାଇ ମାନେ କୃଷକ ଓଡ଼ିଶା ରେ ନିଜର ନାମ ପଞ୍ଜିକରଣ କରି ଏହାର ଫାଇଦା ନେବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ୧୫ ଜଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଙ୍କୁ ପ୍ଲାଷ୍ଟିକ କ୍ରେଟ ବଣ୍ଟନ କରାଯାଇଥିଲା।