ଢେଙ୍କାନାଳ-ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଜନ୍ମଦିନ
ଅକ୍ଟୋବର ୩୧ ତାରିଖକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ଦେଶ ପାଳନ କରୁଛି । ଏହି ଦିନ ତାଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ସହ \”ରନ୍ଫର୍ ୟୁନିଟି\’ ଆୟୋଜନ କରାଯାଏ । ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳରେ ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତାଦିବସ ପାଳନ କରାଯିବା ସହ \”ରନ୍ ଫର୍ ୟୁନିଟି\’ର ଆୟୋଜନ କରାଯାଇଥିଲା । ସକାଳ ୭ଟା ରୁ ଢେଙ୍କାନାଳର ବିଭିନ୍ନ ସଂଗଠନର କାର୍ଯ୍ୟକର୍ତା,କଲେଜ୍, ସ୍କୁଲ୍ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ବହୁ ସଂଖ୍ୟାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ସ୍ଥାନୀୟ ମିନି ଷ୍ଟାଡିୟମ୍ରେଏକତ୍ରିତ ହୋଇ ସେଠାରୁ ଏକ ବିଶାଳ ଗଣଦୌଡରେ ବାହାରି ବସ୍-ଷ୍ଟାଣ୍ଡ ଗୋଲେଇ ଛକ, କୋର୍ଟ ଛକ, ବଳରାମ ମନ୍ଦିର, ଗଣେଶ ବଜାରଦେଇ ଷ୍ଟାଡିୟମ୍ ଫେରିଥିଲେ । ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି, ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର ଓ ପୂର୍ବତନ ନଗରପାଳସୁନିଲ୍ ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଦେଖାଇ ଗଣଦୌଡର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କମଧ୍ୟରେ ବିଜେପିର ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ
ନବକିଶୋର ଗୁରୁ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଏମ୍. ଜେ. ମହିମା, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ରମ୍ୟରଞ୍ଜନ ମହାପାତ୍ର, ବିସ୍ତାରକ ଅମୃତ ପାଣି, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ସାଧାରଣ ସଂପାଦକ ବିକାଶ ସାହୁ, ଉପସଭାପତିଦୀପକ ପଟ୍ଟନାୟକ, ଦେବାଶିଷ ମିଶ୍ର, ସୂଚିତ୍ର ବେହେରା, ଅନିମେଶ ଚାନ୍ଦ, ରାଜେନ୍ଦ୍ର ବେହେରା, ବିକାଶ ଫାଉଣ୍ଡେସନ୍ ଟ୍ରଷ୍ଟର ଅଧିକାରୀ ଓନେହେରୁ ଯୁବ କେନ୍ଦ୍ରର ଅଧିକାରୀ ଓ ସଦସ୍ୟମାନେ ଭାଗ ନେଇଥିଲେ ।