ପାଇକ ବିଦ୍ରୋହର ୨୦୫ ବର୍ଷ ପୂର୍ତୀ ଅବସରରେ ଢେଙ୍କାନାଳରେ ଖଣ୍ଡାୟତ କ୍ଷେତ୍ରୀୟ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ସହରସ୍ଥିତ ଏକ ହୋଟେଲ୍ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଦ୍ୱାରା ଆହୁତ ଏକ ମହାମିଳନ, ଆବାହକ ରାଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଏହି ପରାକ୍ରମୀ ବୀର ଜାତିର ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ ୧ ମିନିଟ୍ ନୀରବ ସ୍ମୃତି ଚାରଣ କରାଯାଇଥିଲା । ସମ୍ମିଳିତ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ ପରେ ଅଧ୍ୟକ୍ଷଙ୍କ ଦ୍ୱାରା ଆଭିମୁଖ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା । ପ୍ରାଚୀନ ଗୌରବାଜ୍ୱଳ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ଖଣ୍ଡାୟତ କ୍ଷତ୍ରୀୟ ସମାଜର ତ୍ୟାଗ, ବୀରତ୍ୱ ଓ ବଳିଦାନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏହି କୀର୍ତି ସମୂହକୁ ରୋମନ୍ଥନ କରି ଭବିଷ୍ୟତ ବଂଶଧରଙ୍କୁ ବିଶେଷ କରି ଯୁବବର୍ଗଙ୍କୁ ଅନୁପ୍ରାଣିତ
କରିବା, ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ, ଭାଇଚାରା ଓ ମୈତ୍ରୀଭାବ ସ୍ଥାପନ, ସତ୍ୟ, ଧର୍ମ, ନ୍ୟାୟ, ସେବା ଓ ତ୍ୟାଗ ପଥରେ ଅଗ୍ରସର ହୋଇ ଏକ ଆଦର୍ଶ ସମାଜ ଗଠନ କରିବା ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଅଧ୍ୟକ୍ଷ ରାଜକିଶୋର ବେହେରା ପ୍ରକାଶ କରିଥିଲେ । ରାଜ୍ୟ ସଂଗଠନକୁ ତୃଣମୂଳ ସ୍ତରରେ ସଙ୍ଗଠିତ କରିବା ଓ ପାରିବାରିକ ବାତବରଣ ସୁଦୃଢ କରିବାକୁ ସମସ୍ତଙ୍କୁ ସହଯୋଗର ହାତ ବଢାଇବାକୁ ନବୀନ ଚନ୍ଦ୍ର ନାରାୟଣ ଦାସ ଅନୁରୋଧ କରିଥିଲେ । ଏହି ରାଜ୍ୟ ସମ୍ମିଳନୀରେ ଖୋର୍ଦ୍ଧା, ନୟାଗଡ, ଦଶପଲ୍ଲା, କଟକ, କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ, ଅନୁଗୁଳ,କେନ୍ଦୁଝର ଓ ଢେଙ୍କାନାଳ ଆଦି ୧୦ ଗୋଟି ଜିଲ୍ଲାର କ୍ଷତ୍ରୀୟ ଖଣ୍ଡାୟତ ପ୍ରତିନିଧି ଏବଂ ରାଜ୍ୟ ସ୍ତରୀୟ ସମସ୍ତ ଖଣ୍ଡାୟତ
କ୍ଷତ୍ରୀୟ ସଂଗଠନର କର୍ମକର୍ତା ଯୋଗଦାନ କରି ଏକତା ସୂତ୍ରରେ ବାନ୍ଧି ହେବାକୁ ସଂକଳ୍ପ କରିଥିଲେ । ଓଡିଶା କ୍ଷତ୍ରୀୟ ଖଣ୍ଡାୟତ
ସମାଜର ରାଜ୍ୟ ସଭାପତି ସରୋଜ ସିଂହ, ମହାସଚିବ ଗୋଲକ ବିହାରୀ ଦାସ, ନିଖିଳ ଓଡିଶା କ୍ଷତ୍ରୀୟ ଖଣ୍ଡାୟତ, ପାଇକ,
ଚଷା ମହାସଂଘର ରାଜ୍ୟ ସଭାପତି ପ୍ରମୋଦ ଧଳ, ସାଧାରଣ ସଂପାଦକ ରଜତ ବଳିଆର ସିଂହ, ଭୁବନେଶ୍ୱରସ୍ଥିତ ଢେଙ୍କାନାଳ
ସାଂସ୍କୃତିକ ପରିଷଦ ପକ୍ଷରୁ ଡ. କୃଷ୍ଣଚନ୍ଦ୍ର ଆଏଚ୍‌, ଅଲ୍ ଓଡିଶା କ୍ଷତ୍ରୀୟ ଖଣ୍ଡାୟତ କମ୍ୟୁନିଟ୍‌ର ରାଜ୍ୟ କର୍ମକର୍ତା ଜୀମୁତ
ବାହାନ ସିଂହ, ଦିଲ୍ଲୀପ କୁମାର ପଟ୍ଟିଆର୍‌, ବିଶ୍ୱଜିତ୍ ଆର୍ଜେନ୍ଦୁ ଜେନା, ନିଖିଳ ଓଡିଶା ପାଇକ ମହାସଂଘର ରାଜ୍ୟ ସଂପାଦକ
ରମେଶ ସାମଲ, ଅମିର ଚନ୍ଦ୍ର ରାଉତ, ଜିଲ୍ଲା ପାଇକ ମହାସଂଘର ସଭାପତି ହାପି ଗଡନାୟକ, ଉପଦେଷ୍ଟା ରତିକାନ୍ତ ଗଡନାୟକ, ଖଣ୍ଡାୟତ କ୍ଷତ୍ରୀୟ ମହାସଂଘ ପକ୍ଷରୁ ଡା. ତୁଷାରକାନ୍ତି ନାୟକ, ପ୍ରିୟବ୍ରତ ଗଡନାୟକ, ବାହାଦୂର ପାଟ୍ଟସାହାଣୀ,କୈଳାସ ଚନ୍ଦ୍ର ରାଉତ, ସ୍ମିତାରାଣୀ ସାମଲ, ସସ୍ମିତା ସାମଲ, ସତ୍ୟରଞ୍ଜନ ଭୂୟାଁ, ଅମିତ ଜ୍ୟୋତି ପ୍ରମୁଖ ଏହି ରାଜ୍ୟସମ୍ମିଳନୀରେ ନିଜସ୍ୱ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।ଢେଙ୍କାନାଳ କାଣ୍ଡବିନ୍ଧାସ୍ଥ ମାଲଲୁହା କବାଟ ପାଇକ ଆଖଡା, ବଳରାମପୁରସ୍ଥିତ ବଳଦେବଜୀଉ ପାଇକ ଆଖଡା,ସିମିନଇସ୍ଥ ସଦ୍ଧି କାମେଶ୍ୱରୀ ପାଇକ ଆଖଡା, ତିଳପଦାସ୍ଥ ମା’ ଦଶଭୂଜା ପାଇକ ବାହିନୀ, ଦୁଦୁରକୋଟସ୍ଥ ଜୟଦୁର୍ଗା
ପାଇକ ସଂଘ, ହିନ୍ଦୋଳସ୍ଥ ଜଗତଜନନୀ ପାଇକ ସଂଘର ସଭାପତି ଓ କର୍ମକର୍ତାମାନେ ଉପସ୍ଥିତ ରହି ପାଇକ କ୍ରୀଡାକୌଶଳ, ସାମରିକ ଅଭ୍ୟାସ ନିମନ୍ତେ ସରକାରୀ ପ୍ରୋତ୍ସାହନ ଦାବୀ ଉପସ୍ଥାପନ କରିଥିଲେ । ଢେଙ୍କାନାଳ ରାଜ ପରିବାରରସଦସ୍ୟ ରାଜୀବ ଲୋଚନ ସିଂହଦେଓ ଏକ ସ୍ୱତନ୍ତ୍ର ପାଇକ ରେଜିମେଣ୍ଟ ସ୍ଥାପନ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ କିଶୋର ବେହେରାଙ୍କ ଆବାହକତ୍ୱରେ ଏକ ୨୧ଜଣିଆ କୋର୍ କମିଟି ସର୍ବ ସମ୍ମତି କ୍ରମେ ଗଠିତ ହୋଇଥିଲା ।ପରବର୍ତୀ ସମୟରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ସଂଗଠନକୁ ସୁଦୃଢ କରିବାକୁ କାର୍ଯ୍ୟପନ୍ଥା ସ୍ଥିର କରାଯିବାକୁ ନିଷ୍ପତି ହେଲା ।ଆସନ୍ତା ଡିସେମ୍ବର ମାସରେ ଓଡିଶାର ୩୦ ଜିଲ୍ଲାର ଖଣ୍ଡାୟତ କ୍ଷତ୍ରୀୟ ଭାଇଭଉଣୀମାନଙ୍କୁ ନେଇ ଏକ ରାଜ୍ୟସମ୍ମିଳନୀ ଢେଙ୍କାନାଳରେ ହେବାକୁ ସ୍ଥିର କରାଗଲା । ଏଥିରେ ସମଗ୍ର ଓଡିଶାରୁ ୫୦୦୦ ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗଦାନ
କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସ୍ତରୀୟ ସମ୍ମିଳନୀ ପରେ ସର୍ବ ଭାରତୀୟ ଖଣ୍ଡାୟତ କ୍ଷତ୍ରୀୟ ଜାତୀୟ ସମ୍ମିଳନୀ ଆସନ୍ତା
ଫେବୃଆରୀ ମାସରେ କଟକ ବାଲିଯାତ୍ରା ପଡିଆରେ ହେବାକୁ ସ୍ଥିର କରାଯାଇଥିବାର ରାଜ୍ୟ ସଭାପତି ଘୋଷଣା କରିଥିଲେ। ପ୍ରିୟବ୍ରତ ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × 3 =