ଢେଙ୍କାନାଳ ଜିଲ୍ଲା ବେସରକାରୀ କଲେଜ୍ ଶିକ୍ଷକ ଓ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ !

ଢେଙ୍କାନାଳ : କାମାକ୍ଷାନଗର ମହାବିଦ୍ୟାଳୟ ପରିସରରେ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ଢେଙ୍କାନାଳ ଶାଖାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସଂପାଦକ ଚିତ ମହାପାତ୍ର ଏବଂ ସମ୍ମାନୀତ ଅତିଥି ଭାବେ ରାଜ୍ୟ ସଂଗଠନ ସଂପାଦକ ମଦନ ମହଲା ଓ ରାଜୀବ କର ଯୋଗଦେଇଥିଲେ ।

ଜିଲ୍ଲା ସଂଗଠନର ସଭାପତି ଜୟନ୍ତ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକାର୍ଯ୍ୟରେ କାମାକ୍ଷାନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ମଙ୍ଗୁଳୁ ନାଏକ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏ ଅବସରରେ ଅନୁଷ୍ଠି “ଉଚ୍ଚଶିକ୍ଷାର ବର୍ତମାନର ସ୍ଥିତି’ ଶୀର୍ଷକ ଆଲୋଚନା ଚକ୍ର ଅଧ୍ୟାପକ ଓ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ହେଲେ ଯାଇ ଶିକ୍ଷାର ଗୁଣାତ୍ମକ ବିକାଶ ଓ ପିଲାମାନଙ୍କ ଭବିଷ୍ୟତ ଗଠନ ସମ୍ଭବ ବୋଲି ମତପ୍ରକାଶ କରିଥିଲେ ।

ଉକ୍ତ ସମ୍ମିଳନୀରେ ଜିଲ୍ଲାର ୯ଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରୁ ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇଥିଲେ । ସମ୍ମିଳନୀରେ ଜୟନ୍ତ ବର୍ମା ଓ ଅଶୋକ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଈଇଥିଲା । ଶେଷରେ ପ୍ରାଧ୍ୟାପକ ପ୍ରଭାକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

8 + 20 =