ହିନ୍ଦୋଳ ମା’ କ୍ଷେତ୍ରପାଳିନୀ ଙ୍କ ପୀଠରେ ମହାଷ୍ଟମୀ ପୂଜା !

ଢ଼େଙ୍କାନାଳ :ଆରମ୍ଭ ହୋଇଯାଇଛି ପାର୍ବଣ ର ଋତୁ । ଧରାବତରଣ କରିସାରିଛନ୍ତି ମା ଦୁର୍ଗତିନାଶୀନୀ ଦୁର୍ଗା । କୁହାଯାଏ ଯେ ଅଧର୍ମ ଉପରେ ଧର୍ମର ଏବଂ ଅନ୍ୟାୟ ଉପରେ ନ୍ୟାୟର ଜୟ ପାଇଁ ମାଆ ଧରାପୃଷ୍ଠକୁ ଓହ୍ଲାଇ ଆସିଥାଆନ୍ତି । ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ଗ୍ରାମଦେବତୀଙ୍କ ପୂଜାବିଧି ପ୍ରତ୍ୟେକବର୍ଷ ଭଳି ଏବର୍ଷ ମଧ୍ୟ ଗଣ୍ଡାନାଳୀ ଗ୍ରାମବାସୀଙ୍କ ତରଫରୁ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସର ମୃଣ୍ମୟୀ ମହାଷ୍ଟମୀ ପୂଜା, ମୃଣ୍ମୟୀ ମହାନବମୀ ଓ ବିଜୟା ଦଶମୀ ମା ଙ୍କ ପୀଠରେ ମହା ଆଡ଼ମ୍ବରରେ ପାଳନ କରାଯାଇଥାଏ। ଆଶ୍ୱିନ ମାସର ମହାଷ୍ଟମୀ ପୂଜା ଦିନ ଭକ୍ତମାନେ ମା କ୍ଷେତ୍ରପାଳିନୀଙ୍କ ପୀଠରେ ଅଷ୍ଟମୀ ବ୍ରତ ପାଳନ କରିଥାଆନ୍ତି ଆଉ ମହାଷ୍ଟମୀ ଓ ମହାନବମୀ ଉଭୟ ଦିନ ଷୋଳଶ ପୂଜାବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ।ମହାନବମୀ ଦିନ ନାମ ସଂକୀର୍ତ୍ତନ ଓ ଝାମତାଳ ମଧ୍ୟ ହୋଇଥାଏ, ଏତଦ୍ ବ୍ୟତୀତ ରାତିରେ ପୁର୍ଣ୍ଣ ଆହୁତି ହବା ସ‌ହ ଶହ ଶହ ସଂଖ୍ୟାରେ ଜନସମାଗମ ହେଉଥିବା ଭକ୍ତଙ୍କ ପାଇଁ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ବିଜୟା ଦଶମୀ ଦିନ ଭକ୍ତମାନେ ବିଜୟା ଦଶମୀ ପାଳନ କରିବା ସହ ଗାଡ଼ି ମଧ୍ୟ ପୂଜା କରିଥାଆନ୍ତି। ମା ଙ୍କ ମାତୃ କୃପା ଲାଭ କରିବା ପାଇଁ ଦୂରଦୂରାନ୍ତରୁ ଭକ୍ତ ମାନେ ଆସୁଥିବାର ଦେଖିବାକୁ ମିଳୁଛି।

Leave A Reply

Your email address will not be published.

five × 5 =