ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍‌ସ) କାର୍ଯ୍ୟକ୍ରମ ଆୟୋଜିତ !

*ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌, ଭୁବନେଶ୍ୱର ସହଯୋଗରେ ଆୟୋଜିତ
* ଢେଙ୍କାନାଳ ଓ ଅନୁଗୁଳର ୫୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଢ଼େଙ୍କାନାଳ : ମହାକାଶ ବିଜ୍ଞାପନ କ୍ଷେତ୍ରରେ ଓଡ଼ିଶାର ପ୍ରତିଭାବାନ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଆଗକୁବଢ଼ିବାର ସୁଯୋଗ ପ୍ରଦାନ କରିବା ଲାଗି ଢେଙ୍କାନାଳ ଓ ଅନୁଗୁଳର ବିଭିନ୍ନ ସ୍କୁଲରେ ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟ୍‌ସ)
ପ୍ରତିଯୋଗିତାର ୧୭ତମ ସଂସ୍କରଣକୁ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଶିକ୍ଷାଠାରୁ ଆଗକୁ ବଢ଼ି ମହାକାଶବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଓ ଜ୍ୟୋତିର୍ବଜ୍ଞାନ ଉପରେ ସଚେତନତା ସୃଷ୍ଟି କରିବା । କିମ୍ବଦନ୍ତୀ ଓଡ଼ିଆ ଜ୍ୟୋତିର ବିଜ୍ଞାନୀ ପଠାଣୀ ସାମନ୍ତଙ୍କପରମ୍ପରାକୁ ଜାଣିବାରେ ଏହା ଛାତ୍ରଛାତ୍ରୀମାନଙ୍କ ଲାଗି ସହାୟକ ହେବ ।ପଠାଣୀ ସାମନ୍ତ ପ୍ଳାନେଟୋରିୟମ୍‌, ଭୁବନେଶ୍ୱର ସହଯୋଗରେ ଟାଟା ଷ୍ଟିଲ୍ ପକ୍ଷରୁ ୟାଟ୍‌ସ ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତାରେସ୍ପଟ୍ କୁଇଜ୍ ଓ ବିବିଧ ପସନ୍ଦର ପ୍ରଶ୍ନ (ଏମସିକ୍ୟୁ) ପ୍ରତିଯୋଗିତା ସାମିଲ ଥିଲା ଯାହାକୁ ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନା ଆଖାପାଖରେଥିବା ସ୍କୁଲ ଏବଂ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଅନ୍ୟ ପ୍ରାନ୍ତରେ ଥିବା ସ୍କୁଲଗୁଡ଼ିକରେ ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍କୁଲଶିକ୍ଷକ ଶିକ୍ଷୟିତୀ, ଗୋଷ୍ଠୀ ପ୍ରତିନିଧି ଓ ଟାଟା ଷ୍ଟିଲ ମେରାମଣ୍ଡଳୀର ଅଧିକାରୀମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଖଡ଼ଗପ୍ରସାଦ ସରକାରୀ ହାଇସ୍କୁଲ, କୁସୁପଙ୍ଗା ସରକାରୀ ହାଇସ୍କୁଲ, ଓଡ଼ାପଡ଼ା ସରକାରୀ ହାଇସ୍କୁଲ,ପଂଚାୟତ ସରକାରୀ ହାଇସ୍କୁଲ, ମା’ ଲଙ୍ଗାବାଉତି ହାଇସ୍କୁଲ ଶିବପୁର, ଗୋପବନ୍ଧୁ ହାଇସ୍କୁଲ ଖାଲିବେରଣା, ପାରିକୂଳ ହାଇସ୍କୁଲ ପାଇକପୁରୁଣାକୋଟ, ସୁଧାକର ସାମନ୍ତ ସିଂହାର ହାଇସ୍କୁଲ କୁରୁଂଟି, ବ୍ରାହ୍ମଣୀ ପବ୍ଲିକ ହାଇସ୍କୁଲ ଖଡ଼ଗପ୍ରସାଦ, ସରକାରୀ ଉନ୍ନୀତ ହାଇସ୍କୁଲନୂଆହତା ଓ ମଙ୍ଗଳପୁର ସରକାରୀ ହାଇସ୍କୁଲ ଭଳି ୧୧ଟି ସ୍କୁଲର ୨୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଅନୁଗୁଳ ଟାଉନ, ତାଳଚେର, ବଅଁରପାଳ, ନାଲ୍‌କୋ ଟାଉନ୍‌ର ୧୫ଟି ହାଇସ୍କୁଲର ୩୨୦୦ରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣକରିଥିଲେ ।ଚଳିତ ବର୍ଷ ଉଭୟ ପ୍ରତ୍ୟେକ୍ଷ ଓ ଆଭାସୀ ମାଧ୍ୟମରେ ୟାଟ୍‌ସ ଉପସ୍ଥାନ କରାଯାଇଛି ।ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ କିମ୍ବା ୟାଟ୍‌ସରୱେବସାଇଟ୍‌ରେ ଅନଲାଇନ୍‌ରେ ପରୀକ୍ଷା ଦେଇପାରିବେ । ଆଭାସୀ ପରୀକ୍ଷା ଦେବା ଲାଗି ସେମାନଙ୍କୁ ସାଇଟ୍‌ରେ ପଞ୍ଜୀକରଣ କରିବାକୁ
ପଡ଼ିବ । ଏହି ପରୀକ୍ଷାରୁ ଫାଇନାଲିଷ୍ଟମାନଙ୍କୁ ଚୟନ କରାଯିବ ଯେଉଁମାନେ ୨୦୨୩ ଡିସେମ୍ବର ୧୩ରେ ପଠାଣୀ ସାମନ୍ତ ପ୍ଲାନେଟୋରିୟମ, ଭୁବନେଶ୍ୱରରେ ହେବାକୁ ଥିବା ପ୍ରତିଯୋଗିତା ପର୍ଯ୍ୟାୟରେ ଭାଗ ନେବେ । ସେହିଦିନ ହେଉଛି ଓଡ଼ିଶାର ପ୍ରସିଦ୍ଧ
ଜ୍ୟୋର୍ତିବିଦ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କ ଜୟନ୍ତୀ ଯିଏ ପଠାଣୀ ସାମନ୍ତ ଭାବେ ପରିଚିତ ।ୟାଟ୍‌ସ ୨୦୨୩ର ବିଷୟବସ୍ତୁ ହେଉଛି ‘ଚନ୍ଦ୍ରପୃଷ୍ଠ-ମହାକାଶ ପାଇଁ ଭବିଷ୍ୟତର ଲଂଚପ୍ୟାଡ୍‌’ । ଓଡ଼ିଶାର ପ୍ରତିଟି ଜିଲ୍ଲାର ଶ୍ରେଷ୍ଠ
ଅଂଶଗ୍ରହଣକାରୀମାନଙ୍କୁ ଚୟନ କରାଯିବ ଏବଂ ଭୁବନେଶ୍ୱରରେ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରାଯିବ ।ବ୍ୟକ୍ତିଗତ ଆଲୋଚନା ଆଧାରରେ ମୂଲ୍ୟାଙ୍କନ କରି ଏହି ଅବସରରେ ୨୦ ଜଣ ବିଜେତାଙ୍କୁ ପୁରସ୍କୃତ କରାଯିବ ଏବଂ ସେମାନେ ଇସ୍ରୋରକୌଣସି ଏକ କେନ୍ଦ୍ରରେ ପରିଦର୍ଶନ କରିବା ପାଇଁ ସୁଯୋଗ ପାଇପାରିବେ ।

Leave A Reply

Your email address will not be published.

eighteen − 1 =